Advertisment

ମାନହାନୀ ମାମଲାରେ ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତଙ୍କୁ କୋର୍ଟ ସମନ

ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସମନ କରିଛନ୍ତି।

author-image
Hemant Lenka
Sanjay Raut

Sanjay Raut

ଗୋଟିଏ ମାନହାନୀ କେସ୍‌ରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ତାଙ୍କ ପୁଅ ଆଦିତ୍ୟ ଠାକରେ ଓ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କୁ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ସମନ କରିଛନ୍ତି। ଚୀର ପ୍ରତିଦ୍ୱନ୍ଦ୍ୱୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ସାଂସଦ ରମେଶ ଶେୱାଲେ କରିଥିବା ଅଭିଯୋଗ ଉପରେ ସମସ୍ତଙ୍କୁ ଏପ୍ରିଲ ୧୭ରେ ହାଜର ହେବାକୁ କୁହାଯାଇଛି।

Advertisment

ଠାକରେ କ୍ୟାମ୍ପର ସଞ୍ଜୟ ରାଉତ ଓ ଅନ୍ୟନେତାମାନେ ଦାବି କରିଥିଲେ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଦେ ଓ ତାଙ୍କୁ ସମର୍ଥନ କରୁଥିବା ନେତାମାନେ ୨ ହଜାର କୋଟି ଟଙ୍କା ଦେଇ ଶିବସେନାର ଦଳୀୟ ଚିହ୍ନ ଧନୁ ଓ ତୀର କିଣିଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ରମେଶ ଶେୱାଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଠାକେର କ୍ୟାମ୍ପର କୌଣସି ନେତା ଯେମିତି ଭବିଷ୍ୟତରେ ଏମିତି ବୟାନ ନ ଦେବେ, ତା’ ଉପରେ ରୋକ ଲଗାଇବାକୁ ନିବେଦନ କରିଥିଲେ।

ତେବେ ଏହା ଏକ ରାଜନୀତିକ ପ୍ରସଙ୍ଗ ହୋଇଥିବାରୁ ଠାକେର ଗୋଷ୍ଠୀଙ୍କ ପକ୍ଷ ନ ଶୁଣିବା ଯାଏ କୋର୍ଟ କୌଣସି ପ୍ରକାରର ନିର୍ଦ୍ଦେଶ ଜାରି କରିପାରିବେ ନାହିଁ ବୋଲି କହିଥିଲେ। ଏଥିପାଇଁ ଉଦ୍ଧବ, ଆଦିତ୍ୟ ଓ ସଞ୍ଜୟ ରାଉତଙ୍କୁ କୋର୍ଟ ସମନ କରିଛନ୍ତି।

Advertisment

ଶୁଣାଣି ବେଳେ ରମେଶ ଶେୱାଲେଙ୍କ ଆଇନଜୀବୀ କହିଥିଲେ ଯେ ସଞ୍ଜୟ ରାଉତ ଓ ଅନ୍ୟମାନେ ଦେଶର ସାମ୍ବିଧାନିକ ସଂସ୍ଥା ଭାରତୀୟ ନିର୍ବାଚନ କମିଶନ ବିରୋଧରେ ଅଭିଯୋଗ କରିଛନ୍ତି। ଏହାର ଜାବରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଇସିଆଇ ଏପରି ଦାବିର ଜବାବ ଦେବାକୁ ସକ୍ଷମ।

ନିକଟରେ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ଦଳୀୟ ଚିହ୍ନ ଧନୁ ଓ ତୀର ପ୍ରଦାନ କରିଥିଲେ। ଏହାପରେ ହିଁ ଠାକରେଙ୍କ ଗୋଷ୍ଠୀ ସିନ୍ଦେ କ୍ୟାମ୍ପକୁ ଟାର୍ଗେଟ କରିଥିଲେ।

Uddhav Thackeray Maharashtra