Advertisment

ପେଟ୍‌ କ୍ଲିନିକ୍‌କୁ ଯାଇଥିଲା ପୋଷା କୁକୁର; ଯତ୍ନ ବଦଳରେ ମିଳିଲା ବିଧା, ଗୋଇଠା

ପାଟି ଫିଟୁ ନ ଥିବା ଜୀବ ପ୍ରତି ବି ନିଷ୍ଠୁର ହୋଇ ଯାଉଛି ମଣିଷ । ଯତ୍ନ ନେବା ବଦଳରେ ନିର୍ଦ୍ଦୟ ମଣିଷ ସବୁଠୁ ବିଶ୍ୱସ୍ତ ପ୍ରାଣୀ କୁକୁରକୁ ନିର୍ଘାତ ପିଟିବାକୁ ପଛାଉ ନାହିଁ।

Torture on dog

Torture on dog

Advertisment

ପାଟି ଫିଟୁ ନ ଥିବା ଜୀବ ପ୍ରତି ବି ନିଷ୍ଠୁର ହୋଇ ଯାଉଛି ମଣିଷ । ଯତ୍ନ ନେବା ବଦଳରେ ନିର୍ଦ୍ଦୟ ମଣିଷ ସବୁଠୁ ବିଶ୍ୱସ୍ତ ପ୍ରାଣୀ କୁକୁରକୁ ନିର୍ଘାତ ପିଟିବାକୁ ପଛାଉ ନାହିଁ। ଜଣେ ମାଲିକ ନିଜ କୁକୁରକୁ ଏକ ପେଟ୍‌ କ୍ଲିନିକ୍‌ ନେଇଥିବା ବେଳେ ସେଠାରେ କୁକୁରଟିର ଯତ୍ନ ନିଆଯିବା ବଦଳରେ ତା’ ପ୍ରତି ହୋଇଛି ଅତ୍ୟାଚାର। କଥା କହି ପାରୁ ନ ଥିବା ଜୀବଟିକୁ ପ୍ରବଳ ଗୋଇଠା ବିଧା ମାରିଛନ୍ତି ପେଟ୍‌ କ୍ଲିନିକ୍‌ର ଦୁଇ କର୍ମଚାରୀ।

Advertisment

 ଏପରି ଏକ ଘଟଣା ମୁମ୍ବାଇର ଥାନେ ଅଞ୍ଚଳର Vetic Pet Clinicରେ ଘଟିଛି । ଏହି କ୍ଲିନିକ୍‌ରେ ପୋଷା ପ୍ରାଣୀଙ୍କ ଯତ୍ନ ନିଆଯିବା ସହ ସେମାନଙ୍କ ସୌନ୍ଦର୍ଯ୍ୟ ଉପଚାର କରାଯାଇଥାଏ । ମାତ୍ର ମୋଟା ଅଙ୍କର ଅର୍ଥ ନେଇ ବି ପୋଷା ପ୍ରାଣୀଙ୍କ ପ୍ରତି Pet Clinic କର୍ମଚାରୀଙ୍କ ଏପରି ଅମାନୁଷିକ କାଣ୍ଡର ଭିଡିଓ ଭାଇରାଲ ହେବା ପରେ ପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିରେ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କୁ ବାନ୍ଧିଛି ପୁଲିସ୍‌।

ଭିଡିଓରେ ଦେଖିବାକୁ ମିଳୁଛି, ପେଟ୍‌ କ୍ଲିନିକ୍‌ର ଜଣେ କର୍ମଚାରୀ ପ୍ରଥମେ ପୋଷା କୁକୁରଟିକୁ ପ୍ରବଳ ବିଧା ମାରୁଛନ୍ତି। ଲଗାତାର ଭାବେ ସେ କୁକୁରର ମୁହଁ ଓ ପିଠିକୁ ବିଧା ମାରି ଚାଲିଛନ୍ତି। କିଛି ସମୟ ପରେ କ୍ଲିନିକ୍‌ର ଆଉ ଜଣେ କର୍ମଚାରୀ ପହଞ୍ଚିଥିବା ବେଳେ ସେ ବି କୁକୁରଟିକୁ ବିଧା ମାରିବାକୁ ଲାଗୁଛନ୍ତି। ପାଟି ଫିଟୁନ ଥିବା ପ୍ରାଣୀଟି ଏପରି ମାଡ଼ ଖାଇ କଲବଲ ହୋଇ ଯାଇଥିବା ବେଳେ ତଳକୁ ଖସି ରୁମ୍‌ ବାହାରକୁ ଯିବାକୁ ଉଦ୍ୟକ୍ତ ହେଉଛି। ଉକ୍ତ ସମୟରେ ମଧ୍ୟ ନିର୍ଦ୍ଦୟ କର୍ମଚାରୀମାନେ କୁକୁରଟିକୁ ଗୋଇଠା ମାରିବାକୁ ପଛାଉ ନାହାନ୍ତି।

Advertisment

ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ଏକ ଏନଜିଓ ପକ୍ଷରୁ ହୋଇଥିବା ଅଭିଯୋଗ ଆଧାରରେ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ଏଥିସହ ଉକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଏନେଇ କୁକରର ମାଲିକ ବି କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି।

Dog Torture Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe