Advertisment

ପଛରୁ ପିଟିଲା ଗାଡ଼ି, ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ିଗଲା ଥର୍‌ କାର୍‌

ଏକ ମହିନ୍ଦ୍ରା ଥର୍‌ ଗାଡ଼ିକୁ ପଛରୁ ଏକ ଓମେଜ ଗାଡ଼ି ପିଟିବାରୁ ଥର୍‌ ଗାଡ଼ିଟି ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ଯାଇଥିଲା।

author-image
Niharika Rout
Accident

Accident

ଦିଲ୍ଲୀ ଗୁରୁଗ୍ରାମର ସାଇବର ସିଟିର ବ୍ୟସ୍ତବହୁଳ ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣାର ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏକ ମହିନ୍ଦ୍ରା ଥର୍‌ ଗାଡ଼ିକୁ ପଛରୁ ଏକ ଓମେଜ ଗାଡ଼ି ପିଟିବାରୁ ଥର୍‌ ଗାଡ଼ିଟି ନିକଟରେ ଥିବା ଏକ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ଯାଇଥିଲା। ଥର୍‌ ଗାଡ଼ିକୁ ଆଞ୍ଚଲ ଗୁପ୍ତା ନାମ୍ନୀ ମହିଳା ଚଳାଉଥିବା ବେଳେ ସେ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଆଞ୍ଚଲଙ୍କ କହିବାନୁଯାୟୀ, ସେ ନିଜେ ଗାଡ଼ି ଚଳାଇ ପେଟ୍ରୋଲ ପମ୍ପ ଅଭିମୁଖେ ଯାଉଥିଲେ। ଏହି ସମୟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଓମେଜ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର ଥିଲା ଯେ ସେ ନିଜ ଉପରକୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଗାଡ଼ିଟି ନିକଟରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ଚଢ଼ି ଅଟକି ଯାଇଥିଲା।

ଏହି ଦୁର୍ଘଟଣା ପରେ ଗାଡ଼ିଟି ଡେଇଁ ଆଞ୍ଚଲ ନିଜ ଜୀବନ ବଞ୍ଚାଇ ପାରିଛନ୍ତି। ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗାଡ଼ିଟିକୁ ତଳକୁ ଆଣିଥିବା ଜଣାଯାଇଛି। ଏପରି ଦୃଶ୍ୟ ଦେଖିବାକୁ ପ୍ରବଳ ଗହଳି ହୋଇଥିବା ବେଳେ ରାସ୍ତା ଜାମ୍‌ ହୋଇ ଯାଇଥିଲା।

Advertisment

ଦୁର୍ଘଟଣା ଘଟାଇଥିବା ଓମେଜ ଗାଡ଼ିଟି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଖୋଜୁଛି।

Accident Delhi