Advertisment

ଅପରେସନ ସିନ୍ଦୂର ସର୍ବଦଳୀୟ କମିଟିରେ ଶଶି, ସୁପ୍ରିୟା, ଜୟ, ସଂଜୟ

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ଉତ୍ତେଜନା ଓ ସଂଘର୍ଷ ସଂପର୍କରେ ବିଭିନ୍ନ ରାଷ୍ଟ୍ରଙ୍କୁ ଅବଗତ କରିବେ ଭାରତ ସରକାର। ଏଥିପାଇଁ ୭ ଜଣ ସାଂସଦଙ୍କ ନାମ ଘୋଷଣା କରାଯାଇଛି। ଏହି ୭ ଜଣ ସାଂସଦ ୭ଟି ସର୍ବଦଳୀୟ କମିଟିର ନେତୃତ୍ୱ ନେଇ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ। ଯେଉଁ ୭ ଜଣ ଏହି ସର୍ବଦଳୀୟ କମିଟିର ନେତୃତ୍ୱ ନେବେ ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ଶଶି ଥରୁର, ଏନସିପିର ସୁପ୍ରିୟା ସୁଲେ ଓ ବିଜେପିର ବୈଜୟନ୍ତ ପଣ୍ଡା।

author-image
Debendra Prusty
Shashi Tharoor And Baijayant Panda

Shashi Tharoor And Baijayant Panda

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସୃଷ୍ଟି ହୋଇଥିବା ଭାରତ-ପାକିସ୍ତାନ ଉତ୍ତେଜନା ଓ ସଂଘର୍ଷ ସଂପର୍କରେ ବିଭିନ୍ନ ରାଷ୍ଟ୍ରଙ୍କୁ ଅବଗତ କରିବେ ଭାରତ ସରକାର। ଏଥିପାଇଁ ୭ ଜଣ ସାଂସଦଙ୍କ ନାମ ଘୋଷଣା କରାଯାଇଛି। ଏହି ୭ ଜଣ ସାଂସଦ ୭ଟି ସର୍ବଦଳୀୟ କମିଟିର ନେତୃତ୍ୱ ନେଇ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବେ। ଯେଉଁ ୭ ଜଣ ଏହି ସର୍ବଦଳୀୟ କମିଟିର ନେତୃତ୍ୱ ନେବେ ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ଶଶି ଥରୁର, ଏନସିପିର ସୁପ୍ରିୟା ସୁଲେ ଓ ବିଜେପିର ବୈଜୟନ୍ତ ପଣ୍ଡା।

Advertisment

ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ ଏ ସଂପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆତଙ୍କବାଦ ପ୍ରତି ଭାରତ ଶୂନ ସହନଶୀଳତା ନୀତି ଅବଲମ୍ବନ କରେ। ସଂପ୍ରତି ସୃଷ୍ଟି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ଭାରତର ଏକତା ଓ ସଂହତି ଅବ୍ୟାହତ ରହିଛି। ରାଜନୀତିକ ବିବାଦରୁ ଊର୍ଦ୍ଧ୍ୱକୁ ଉଠି ସର୍ବଦଳୀୟ କମିଟିର ସଦସ୍ୟମାନେ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହିତ ଏ ସଂପର୍କରେ ଆଲୋଚନା କରିବେ। କମିଟିଗୁଡ଼ିକ ଭାରତ-ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଓ ସଂଘର୍ଷ ସଂପର୍କରେ ବିବରଣୀ ପ୍ରଦାନ କରିବେ।

ଏହି କମିଟିଗୁଡ଼ିକର ନେତୃତ୍ୱ ନେବେ ଭାରତୀୟ ଜନତା ପାର୍ଟିର ରବି ଶଙ୍କର ପ୍ରଦାସ, ବୈଜୟନ୍ତ ପଣ୍ଡା, କଂଗ୍ରେସର ଶଶି ଥରୁର, ଡିଏମକେର କାନିମୋଝି କରୁଣାନିଧି, ରାଷ୍ଟ୍ରବାଦୀ କଂଗ୍ରେସର ସୁପ୍ରିୟା ସୁଲେ, ସଂଯୁକ୍ତ ଜନତା ଦଳର ସଞ୍ଜୟ ଝା ଏବଂ ଶିବ ସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ। ଏମାନେ ଗୋଟିଏ ଗୋଟିଏ ସର୍ବଦଳୀୟ କମିଟିର ନେତୃତ୍ୱ ନେଇ ଭାରତର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ରାଷ୍ଟ୍ର ଓ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ୧୦ ଦିନିଆ ଗସ୍ତରେ ଯିବେ। ସେମାନେ ସେହି ରାଷ୍ଟ୍ରଗୁଡ଼ିକୁ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ତରଫରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରିବେ।

Advertisment

ସରକାରୀ ସୂତ୍ର ଅନୁସାରେ ବିଜେପିର ନିଶିକାନ୍ତ ଦୁବେ, ବାଂଶୁରୀ ସ୍ୱରାଜ, ଅନୁରାଗ ଠାକୁର, ଏମଜେ ଆକବର, ସମିକ ଭଟ୍ଟାଚାର୍ଯ୍ୟ, ଡଗୁବତୀ ପୁରନ୍ଦେଶ୍ୱରୀ ଏବଂ ଏସଏସ ଆହ୍ଲୁୱାଲିଆ ଏହିସବୁ କମିଟିର ସଦସ୍ୟ ଭାବେ ବିଦେଶ ଗସ୍ତରେ ଯାଇପାରନ୍ତି। ସେହିପରି ଏଆଇଏମଆଇଏମର ଆସଦୁଦ୍ଦିନ ଓବେସି, କଂଗ୍ରେସର ସଲମାନ ଖୁର୍ସିଦ ଓ ମନୀଷ ତିୱାରୀ, ଡିପିଏପିର ଗୁଲାମନବୀ ଆଜାଦ, ଶିବସେନା (ଉଦ୍ଧବ)ର ପ୍ରିୟଙ୍କା ଚତୁର୍ବେଦୀ, ବିଜୁ ଜନତା ଦଳର ସସ୍ମିତ ପାତ୍ର, ଆମ ଆଦମୀ ପାର୍ଟିର ବିକ୍ରମଜିତ ସାହାଣୀ ଏବଂ ସିପିଏମର ଜନ୍‌ ବୃତ୍ତାସ୍‌ ଏହିସବୁ କମିଟିର ସଦସ୍ୟ ଭାବେ ଏହି ଅନ୍ତର୍ଜାତୀୟ ମିଶନ୍‌ରେ ଯିବାର ସମ୍ଭାବନା ରହିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଏପ୍ରିଲ ୨୨ ତାରିଖରେ ପାକିସ୍ତାନର କେତେକ ଆତଙ୍କବାଦୀ ଭାରତର କାଶ୍ମୀରରେ ଥିବା ପହଲଗାମର ବୈସରନ ଅଞ୍ଚଳରେ ଅତର୍କିତ ଆକ୍ରମଣ କରି ଧର୍ମ ପଚାରୀ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହା ପରେ ଭାରତ ତରଫରୁ ମେ ୭ ତାରିଖରେ ପାକିସ୍ତାନ ଓ ପାକ୍‌ ଅଧିକୃତ କାଶ୍ମୀରର ୯ଟି ଠିକଣାରେ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରାଯାଇଥିଲା। ଏହିସବୁ ଆତଙ୍କବାଦୀ ଆଡ୍ଡା ମଧ୍ୟରେ ଲସ୍କାର ଇ ତଇବା, ଜୈଶ ଇ ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନର କିଛି କିଛି ଆଡ୍ଡା ଥିଲା। ଭାରତ ଆତଙ୍କବାଦୀଙ୍କ ଆଡ୍ଡା ଧ୍ୱଂସ କରିଥିଲେ ବି ପାକିସ୍ତାନ ତରଫରୁ ଭାରତ ଉପରେ ଆକ୍ରମଣ ହୋଇଥିଲା। ଭାରତକୁ ପାକିସ୍ତାନ ଛାଡ଼ିଥିବା ଅନେକ ଦ୍ରୋନ୍‌ ଓ କ୍ଷେପଣାସ୍ତ୍ରକୁ ଭାରତ ନିଷ୍କ୍ରିୟ କରିଦଇଥିଲା। ମାତ୍ର, ଏହାର ଜବାବରେ ଭାରତ ତରଫରୁ ପାକିସ୍ତାନର କେତେକେ ଗୁରୁତ୍ୱପୂର୍ଣ୍ଣ ସାମରିକ ସଂସ୍ଥା ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏଥିରେ ଭୟଭୀତ ହୋଇ ପାକିସ୍ତାନ ଆମେରିକା ସହାୟତାରେ ମେ ୧୦ ତାରିଖରେ ଭାରତ ସହିତ ଅସ୍ତ୍ରବିରତି କରିଥିଲା।

Pakistan Jammu Kashmir Baijayanta Panda Shashi Tharoor Pahalgam Operation Sindoor