Naxal Encounter
ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଆବୁଝାମାଡ଼ ଜଙ୍ଗଲରେ ଆଜି ସାକଳୁ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଅଛନ୍ତି।
DRG ଓ STFର ମିଳିତ କମ୍ବିଂ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା। ବେଶ କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରସ୍ଥଳରୁ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ଓ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଏନେଇ ବସ୍ତର ଆଇଜି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଛତିଶଗଡ ଓ ମହାରାଷ୍ଟ୍ର ସୀମାନ୍ତ ଟେକାମେଟା ଅଞ୍ଚଳରେ ବିପୁଳ ସଂଖ୍ୟାରେ ନକ୍ସଲମାନେ ଲଚୁ ରିହଥିବା ସୂଚନା ମିଳିଥିଲା। ଏହାପରେ ସୋମବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ପୁଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।
ମଙ୍ଗଳବାର ସକାଳେ ଯବାନମାନେ ଉକ୍ତ ଅଞ୍ଚଳରେ ପହଞ୍ଚିବା ପରେ ନକ୍ସଲମାନେ ପ୍ରଥମେ ଗୁଳିମାଡ ଆରମ୍ଭ କରିଥଇଲେ। ଏହାର ଜବାବରେ ସୁରକ୍ଷାକର୍ମୀଙ୍କ ତରଫରୁ ମଧ୍ୟ ଗୁଳିମାଡ ହୋଇଥିଲା। ଏଥିରେ ଏବେ ସୁଦ୍ଧା ୭ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନକ୍ସଲଙ୍କ ବଡ କ୍ୟାଡେଟ୍ ଏଠାରେ ଉପସ୍ଥିତ ଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1702806670.jpg)