Advertisment

ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଲା କାର୍‌, ଗୋଟିଏ ପରିବାର ୪ ମୃତ

ତେଲେଙ୍ଗାନାର ମେଡକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
accident

accident

ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଲା କାର୍‌। ଦୁର୍ଘଟଣାରେ ଅଟୋରେ ଯାଉଥିବା ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ଯେତେବେଳେ କି ୨ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳ ପ୍ରାୟ ୭ଟାରେ ତେଲେଙ୍ଗାନାର ମେଡକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ଅଟୋରେ ବସି ଯାତ୍ରୀମାନେ ଗାଜୱେଲର ନିଜାମାବାଦ୍‌ ଯାଉଥିଲେ।

Advertisment

ପୁଲିସ ସୂଚନା ମୁତାବକ, ଏହି କାର୍‌ ଦୃତଗତିରେ ଆସି ଯାତ୍ରୀବାହି ଅଟୋକୁ ପଛରୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ମୃତାହତ ହୋଇଛନ୍ତି।

ମୃତକମାନେ ହେଲେ ଶେଖର(୪୫), ତାଙ୍କ ପୁଅ ଯଶବନ୍ତ(୯) , ବୃଦ୍ଧ ଦମ୍ପତି ବାଲା ନରସାଇଆ(୭୦) ଓ ମାନେମା(୬୨)। ଯେତେବେଳେ କି ଶେଖରଙ୍କ ପତ୍ନୀ କବିତା ଓ ଅନ୍ୟତମ ପୁଅ ଅଭିଳାଷର ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଦୁର୍ଘଟଣା ଘଟାଇବା ପରେ କାର୍‌ର ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଏନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Roadaccident Unnatural Death Road Accident