Advertisment

ଡାହାଣ ଆଖିରେ ହେଉଥିଲା ଯନ୍ତ୍ରଣା, ବାମ ଆଖିର ଅସ୍ତ୍ରୋପଚାର କରିଦେଲେ ଡାକ୍ତର

ଡାହାଣ ଆଖିରେ ଯନ୍ତ୍ରଣା ହେଉଥିବାରୁ ଜଣେ ୭ ବର୍ଷର ନାବାଳକ ଚିକିତ୍ସା କରିବା ପାଇଁ ଆସିଥିଲେ। ଭୁଲ୍‌ରେ ଡାକ୍ତରମାନେ ପିଲାଟିର ଡାହାଣ ବଦଳରେ ବାମ ଆଖିର ଅପରେସନ୍‌ କରିଦେଇଛନ୍ତି। ପରିବାର ଲୋକେ ଏହାକୁ ନେଇ ହସ୍ପିଟାଲରେ ହଙ୍ଗାମା କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Doctor Operated Worng Eye

Doctor Operated Worng Eye

ଚିକିତ୍ସାରେ ଘୋର ଅବହେଳା। ଛୋଟ ପିଲାର ଜୀବନ ସହ ଖେଳ। ମାନବ ରୂପରେ ଭଗବାନ ବୋଲି ବିଶ୍ୱାସ କରାଯାଉଥିବା ଡାକ୍ତର ହିଁ କରିଦୋଲେ ବଡ଼ ଭୁଲ୍‌। ଡାହାଣ ଆଖିରେ ଯନ୍ତ୍ରଣା ହେଉଥିଲା କିନ୍ତୁ ବାମ ଆଖିର କରିଦେଲେ ଅପରେସନ୍‌। ଏଭଳି କିଛି ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀର ଗ୍ରେଟର ନୋଏଡ଼ାରୁ।

Advertisment

ଗ୍ରେଟର ନୋଏଡର ସେକ୍ଟର ଗାମା-୧ରେ ଥିବା ଆନନ୍ଦ ସ୍ପେକ୍ଟ୍ରମ ହସ୍ପିଟାଲ। ଏଠାରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ପଦାରେ ପଡିଛି। ଡାହାଣ ଆଖିରେ ଯନ୍ତ୍ରଣା ହେଉଥିବାରୁ ଜଣେ ୭ ବର୍ଷର ନାବାଳକ ଚିକିତ୍ସା କରିବା ପାଇଁ ଆସିଥିଲେ। ପିଲାଟିର ଆଖିରୁ ଲଗାତର ପାଣି ବାହାରୁଥିଲା। ପାରୀକ୍ଷା କରିବା ପରେ ଡାକ୍ତର ତାଙ୍କର ଅପରେସନ୍‌ ହେବ ବୋଲି କହିଥିଲେ।

ତେବେ ଅପରେସନ୍‌ ଥିଏଟରକୁ ଗଲା ପରେ ଭୁଲ୍‌ରେ ଡାକ୍ତରମାନେ ପିଲାଟିର ଡାହାଣ ବଦଳରେ ବାମ ଆଖିର ଅପରେସନ୍‌ କରିଦେଇଛନ୍ତି। କେବଳ ଏତିକି ନୁହେଁ ଅପରେସନ ବାବଦକୁ ପରିବାର ଲୋକଙ୍କଠାରୁ ୪୫ ହଜାର ଟଙ୍କା ଆଦାୟ ମଧ୍ୟ କରାଯାଇଛି। ତେବେ ପିଲାଟି ଡିସଚାର୍ଜ ହୋଇ ଘରକୁ ଫେରିବା ପରେ ଏହି କଥା ସାମ୍ନାକୁ ଆସିଛି। ପରିବାର ଲୋକେ ଏହାକୁ ନେଇ ହସ୍ପିଟାଲରେ ହଙ୍ଗାମା କରିଛନ୍ତି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛି।

Advertisment

୧୨ ତାରିଖରେ ପିଲାଟିର ଆଖି ଅପରେସନ୍‌ କରାଯାଇଥିଲା। ତେବେ ପିଲାଟି ଘରକୁ ଫେରିବା ପରେ ଡାହାଣ ବଦଳରେ ବାମ ଆଖିରେ କାହିଁକି ଅପରେସନ୍‌ କରାଯାଇଛି ବୋଲି ତାଙ୍କ ମା' ପ୍ରଶ୍ନ ଉଠାଇଥିଲେ। ଏନେଇ ଡାକ୍ତରଙ୍କ ପଚାରିବାକୁ ସେ ଏବଂ ତାଙ୍କ ହସ୍ପିଟାଲ କର୍ମଚାରୀମାନେ ମିଶି ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ପୀଡିତା ପିଲାର ବାପା ନୀତିନ ଭଟ୍ଟି ତାଙ୍କ ପିଲାଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗରେ ଉକ୍ତ ହସ୍ପିଟାଲ ବିରୋଧରେ ସିଏମଓ ନିକଟରେ ଅଭିଯୋଗ କରିଛନ୍ତି। ଡାକ୍ତରଖାନା ସିଲ୍ ଏବଂ ଡାକ୍ତରଙ୍କ ଲାଇସେନ୍ସ ବାତିଲ କରିବାକୁ ସେ ଦାବି କରିଛନ୍ତି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Delhi Greater Noida Doctor Operated Worng Eye