Advertisment

ଡରାଇଲା H3N2 ଭାଇରସ

ଜ୍ୱର, କାଶା ଓ ଛିଙ୍କ ଭଳି ସମସ୍ୟା ସୃଷ୍ଟି କରୁଥିବା ଏଚ୩ଏନ୨ ଭାଇରସ ଏବେ ସମସ୍ତଙ୍କର ଚିନ୍ତା ବଢ଼ାଇବାରେ ଲାଗିଛି। ଏହି ଭାଇରସରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ସମସ୍ତଙ୍କୁ ସତର୍କ ରହିବାକୁ କହିଛନ୍ତି। ଏସବୁ ଭିତରେ ପୁଡୁଚେରୀ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ମାର୍ଚ୍ଚ ୧୬ ଅର୍ଥାତ କାଲି ଠାରୁ ଆସନ୍ତା ମାର୍ଚ୍ଚ ୨୬ ତାରିଖ ଯାଏ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। H3N2 ଭାଇରସ୍‌ ଛୋଟ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି।

author-image
Manoj Swain

H3N2 Puducherry School