Advertisment

ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି, ଅନେକ ଲୋକ ଜଳବନ୍ଦୀ

ଯମୁନାର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଦିଲ୍ଲୀରେ ଜଳବନ୍ଦୀ ଜୀବନରୁ ମିଳିଲାନି ମୁକ୍ତି।

ଅଦ୍ୟତନ ହୋଇଛି
Delhi remain flooded.

Delhi remain flooded.

Advertisment

ଦିଲ୍ଲୀରେ ବନ୍ୟା ସ୍ଥିତି ଏବେବି ସଙ୍ଗୀନ ରହିଛି। ଯମୁନାର ଜଳସ୍ତର ହ୍ରାସ ପାଇଥିଲେ ମଧ୍ୟ ଦିଲ୍ଲୀରେ ଜଳବନ୍ଦୀ ଜୀବନରୁ ମିଳିଲାନି ମୁକ୍ତି। ଜଳସ୍ତର କମିଥିଲେ ବି ଯମୁନା ଏବେବି ବିପଦ ସଙ୍କେତ ଉପରେ ପ୍ରବାହିତ। ଗତକାଲି ସନ୍ଧ୍ୟାରେ ବର୍ଷା ଦିଲ୍ଲୀର ଦୁର୍ଦ୍ଦଶାକୁ ଆହୁରି ବଢାଇ ଦେଇଛି। ସରକାରଙ୍କ ପକ୍ଷରୁ ଜଳବନ୍ଦୀ ସମସ୍ୟାର ସମାଧାନ ପାଇଁ ଜୋରସୋର ଉଦ୍ୟମ କରାଯାଉଛି।

Advertisment

ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଣିରେ ପାଣିରେ ଲୋକେ ବିତିଲେଣି ପାଞ୍ଚ ଦିନ। ତଥାପି ହୋଇପାରିଲାନି ସମସ୍ୟାର ସମାଧାନ।  ଜଳବନ୍ଦୀ ଜୀବନରୁ ଦିଲ୍ଲୀବାସୀଙ୍କୁ ନାହିଁ ନିସ୍ତାର। ଦିଲ୍ଲୀରେ ଶନିବାର ସନ୍ଧ୍ୟାରେ ପୁଣି ପ୍ରବଳ ବର୍ଷା ସ୍ଥିତିକୁ ସାଂଘାତିକ କରିଛି, ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି। 

କାଶ୍ମୀର ଗେଟ୍, ଆଇଟିଓ, ଆଇଏସବିଟି, ଯମୁନା ବଜାର, ସିଭିଲ୍ ଲାଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଏବେବି ଜଳବନ୍ଦୀ ସ୍ଥିତି ଜାରି ରହିଛି। ଲାଲ 
କିଲ୍ଲାର ଏ ଅଂଚଳ ଦେଖିଲେ ଲାଗୁଛି ଯେମିତି କେଉଁ ନଦୀ ଭିତରେ ଲୀନ ହେବାକୁ ବସିଛି। ଆକଶମାର୍ଗରୁ ଏହି ଚିତ୍ର ଦିଲୀର ଅନେକ ଅଂଚଳରେ ନଦୀର ଭ୍ରମ ସୃଷ୍ଟି କରିଛି। 

Advertisment

ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଳ ନିଷ୍କାସନ ପାଇଁ ମଧ୍ୟ ଉଦ୍ୟମ କରୁଛି ପ୍ରଶାସନ। ଏଯାଏଁ ୨୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତଳିଆ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ନିଆଯାଉଛି । ୪୦ରୁ ଅଧିକ ରିଲିଫ କ୍ୟାମ୍ପରେ ଥଇଥାନ କରାଯାଇଛି। ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ରିଲିଫ କ୍ୟାମ୍ପ ବୁଲି ତଦାରଖ କରୁଛନ୍ତି।

ଏଣେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଠାରୁ ଆରମ୍ଭ କରି ଉପ ରାଜ୍ୟପାଳ ଭି କେ ସକ୍ସେନାଙ୍କ ପର୍ଯ୍ୟନ୍ତ ବିଭିନ୍ନ ନେତା ଓ ଅଧିକାରୀ ପ୍ରଭାବିତ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ହରିୟାଣାରେ ପ୍ରବଳ ବର୍ଷା ଯୋଗୁଁ ହାତନି କୁଣ୍ଡ ବ୍ୟାରେଜ ଖୋଲାଯିବା ପରେ ଦିଲ୍ଲୀରେ ହୋଇଛି ଏହି ସାଂଘାତିକ ସ୍ଥିତି । ଏହି ଉବୁଟୁବୁ ଅବସ୍ଥାରୁ ଦିଲ୍ଲୀ ବାସୀ କେବେ ଉଦ୍ଧାର ପାଉଛନ୍ତି ଏବେ ତାକୁ ହିଁ ଅପେକ୍ଷା।

Delhi Floods Floods In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe