Advertisment

ଘରେ ଦେଖା କରି ନୋଟିସ୍ ଦେଲା ପୁଲିସ, ରାହୁଲ ମାଗିଲେ ସମୟ

ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପୁଲିସ ଡେରା ପକାଇଥିଲା।

Rahul Gandhi

Rahul Gandhi

Advertisment

ଭାରତ ଯୋଡୋ ଯାତ୍ରା ବେଳେ ଦେଇଥିବା ବୟାନକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଘାଣ୍ଟିଛି ପୁଲିସ। ଏଥିପାଇଁ ଆଜି ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ପୁଲିସ ଡେରା ପକାଇଥିଲା। ଦୀର୍ଘ ଦୁଇ ଘଣ୍ଟା ଅପେକ୍ଷା ପରେ ରାହୁଲଙ୍କୁ ଭେଟି ପଚରାଉଚରା କରିବା ପରେ ପୁଲିସ ନୋଟିସ୍ ଦେଇଛି। ତେବେ ଏଥିପାଇଁ ସମୟ ମାଗିଛନ୍ତି ରାହୁଲ।  

Advertisment

ଜମ୍ମୁ କଶ୍ମୀର ଭାରତ ଯୋଡୋ ଯାତ୍ରା ବେଳେ ଅନେକ ମହିଳା ତାଙ୍କୁ ଯୌନ ଉତ୍ପୀଡନର ଶିକାର ହୋଇଥିବା ନେଇ କହିଥିବା ବୟାନ ଦେଇଥିଲେ। ବୟାନ ଆଧାରରେ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ରବିବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ନୋଟିସ ଦେଇଛନ୍ତି।

ସେପଟେ ସମସ୍ତ ମହିଳାଙ୍କ ତଥ୍ୟ ଦେବା ଲାଗି ପୁଲିସକୁ ସମୟ ମାଗିଛନ୍ତି ୱାଇନାଡା ସାଂସଦ। ଏହି ଯାତ୍ରା ବେଶ୍ ଲମ୍ବା ଥିଲା। ଏଥିପାଇଁ ସମସ୍ତ ମହିଳାଙ୍କ ତଥ୍ୟ ଯୋଗାଡ କରିବା ପାଇଁ ଟିକେ ସମୟ ଲାଗି ବୋଲି ରାହୁଲ କହିଥିବା ସ୍ୱତନ୍ତ୍ର ସିପି ସାଗର ପ୍ରୀତ ହୁଡା ରାହୁଲଙ୍କୁ ଭେଟି ନୋଟିସ ଦେବା ପରେ ଜଣାଇଛନ୍ତି।

Advertisment

ଶ୍ରୀନଗରରେ ଭାରତ ଯୋଡ଼ ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧୀ କହିଥିଲେ ଯେ ଏବେ ମଧ୍ୟ ଅନେକ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। ଏହାପରେ ମହିଳାଙ୍କ ସବିଶେଷ ତଥ୍ୟ ଦେବାକୁ ଦିଲ୍ଲୀ ପୁଲିସ ମାର୍ଚ୍ଚ ୧୬ରେ ନୋଟିସ୍ କରିଥିଲା। ଆଉ ପକ୍ଷ ରଖି ସଂପୃକ୍ତ ପୀଡିତାଙ୍କ ବାବଦରେ ସୂଚନା ଦେଲେ ସେମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ ବୋଲି କହିଥିଲା ପୁଲିସ।

ଦିଲ୍ଲୀରେ ଥିବା ଆମ ଟିମ୍ ଏହାର ତଦନ୍ତ କରିଥିଲେ ମଧ୍ୟ ସେଭଳି କୌଣସି ମହିଳାଙ୍କୁ ପାଇନଥିବା ପୁଲିସ କହିଛି। ଏହା ଜାଣିବା ପାଇଁ ରାହୁଲ ଗାନ୍ଧୀଙ୍କ ପାଖକୁ ଆସିଥିଲୁ ବୋଲି ଦିଲ୍ଲୀ ପୁଲିସ କହିଛି।

ଅନ୍ୟପଟେ ଏହାକୁ ନେଇ ରାଜନୈତିକ ବୟାନବାଜି ତେଜିଛି। କଂଗ୍ରେସ ନେତା ପବନ ଖେଡା କହିଛନ୍ତି, ‘ତଦନ୍ତରେ ସହଯୋଗ କରାଯିବ। କଂଗ୍ରେସ ସବୁବେଳେ ଆଇନକୁ ସମ୍ମାନ କରେ। ହେଲେ ରାହୁଲ ଗାନ୍ଧୀଙ୍କ ଘରକୁ ପୁଲିସ ଆସି ଏପରି ନୋଟିସ୍ ଦେବା ଠିକ୍ ନୁହେଁ ବୋଲି ଅଭିଷେକ ମନୁସିଂଘଭି କହିଛନ୍ତି। ଏପରି ସାହାସ କେମିତି ଆସିଲା ବୋଲି ସେ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି।’

ସେହିପରି ବିଜେରି ନେତା ନଳିନୀ କୋହଲି କହିଛନ୍ତି, ‘ଆଇନକୁ ସମ୍ନାନ କରିବା ଦରକାର। ଆଇନ ଆଗରେ ସମସ୍ତେ ସମାନ। ଯେଉଁ ମହିଳା ବା ଯୁବତୀ ଯୌନ ନିର‌୍ୟାତନାର ଶିକାର ହୋଇଛନ୍ତି ରାହୁଲ ଗାନ୍ଧୀ ସେମାନଙ୍କର ତଥ୍ୟ ଦେଲେ ସୁରକ୍ଷା ଯୋଗାଇ ଦିଆଯାଇପାରିବ ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିପାରିବ।’

Congress Rahul Gandhi Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe