Advertisment

ଦୁଷ୍କର୍ମ ଓ ହତ୍ୟା ଘଟଣାର ପୂର୍ବ ରାତିରେ କ’ଣ ସବୁ ଘଟିଥିଲା? ସିବିଆଇ ତଦନ୍ତରୁ କ’ଣ ମିଳିଛି?

ତଦନ୍ତକାରୀ ସଂସ୍ଥା ଦୁଷ୍କର୍ମ ଓ ହତ୍ୟା ଘଟଣା ପୂର୍ବରୁ ରାତିରେ କ’ଣ ସବୁ ଘଟିଥିଲା, ତା’ର ତଥ୍ୟକୁ ମଧ୍ୟ ଏକାଠି କରିଛି।

StopRape

StopRape

Advertisment

କୋଲକାତା ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ୪ ଜଣ ସହକର୍ମୀଙ୍କ ମିଛ ଧରା ପରୀକ୍ଷା କରିବ ସିବିଆଇ। ସେମାନେ ଘଟଣା ଘଟିବାର ରାତିରେ ମହିଳା ଡାକ୍ତରଙ୍କ ସହ ରହିଥିଲେ।

Advertisment

ସେମାନଙ୍କ ବୟାନରେ ତାଳମେଳ ରହୁ ନଥିବାରୁ ସିବିଆଇ ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ କରିବ। ଏହି ୪ ଜଣଙ୍କ ମଧ୍ୟରେ ୨ ଜଣ ପ୍ରଥମ ବର୍ଷ ସ୍ନାତ୍ତୋକ ଟ୍ରେନି, ଜଣେ ହାଉସ ସର୍ଜନ ଓ ଜଣେ ଇଣ୍ଟର୍ଣ୍ଣ ରହିଛନ୍ତି।

ସିବିଆଇ ତା’ ତଦନ୍ତରୁ ଜାଣିବାକୁ ପାଇଛି ଯେ ୪ ଡାକ୍ତର ଅପରାଧରେ ସାମିଲ ନାହାନ୍ତି। କିନ୍ତୁ ସେମାନେ ପ୍ରମାଣ ନଷ୍ଟ ପାଇଁ କିଛି ହେରଫେର କରିଛନ୍ତି କି କିମ୍ବା ସମ୍ଭାବ୍ୟ ଷଡ଼ଯନ୍ତ୍ରର ଅଂଶବିଶେଷ କି ନାହିଁ, ସେକଥା ସିବିଆଇ ନିଶ୍ଚିତ କରିବାକୁ ଚାହୁଁଛି। ସେହିପରି ତଦନ୍ତକାରୀ ସଂସ୍ଥା ଦୁଷ୍କର୍ମ ଓ ହତ୍ୟା ଘଟଣା ପୂର୍ବରୁ ରାତିରେ କ’ଣ ସବୁ ଘଟିଥିଲା, ତା’ର ତଥ୍ୟକୁ ମଧ୍ୟ ଏକାଠି କରିଛି।

Advertisment

ତଦନ୍ତକାରୀ ସଂସ୍ଥାର ଟାଇମ ଲାଇନ ଅନୁଯାୟୀ, ସ୍କାନରରେ ଥିବା ୪ ଜଣଙ୍କ ମଧ୍ୟରୁ ଜଣେ ସକାଳ ପ୍ରାୟ ୯.୩୦ରେ ସେମିନାର ରୁମରେ କ୍ଷତାକ୍ତ ମୃତଦେହ ଦେଖିଥିଲେ ଓ ଅଧିକାରୀଙ୍କୁ ଖବର ଦେଇଥିଲେ। ସିବିଆଇ ତଦନ୍ତ ଦାୟିତ୍ୱ ହାତକୁ ନେବା ପୂର୍ବରୁ କୋଲକାତା ପୁଲିସ୍‌ ମଧ୍ୟ ଏମାନଙ୍କୁ ପଚରାଉଚରା କରିଥିଲା।

ସିବିଆଇ କ’ଣ ପାଇଲା?

ଏହି ୪ ଡାକ୍ତରଙ୍କ ମଧ୍ୟରୁ ତୃତୀୟ ମହଲାର ସେମିନାର ରୁମର ଯେଉଁ ସ୍ଥାନରୁ ମୃତଦେହ ମିଳିଥିଲା ସେଠାରୁ ସିବିଆଇ ୨ ଜଣଙ୍କ ଫିଙ୍ଗର ପ୍ରିଣ୍ଟ ପାଇଛି। ସିସିଟିକି କ୍ୟାମେରାରୁ ଜଣାପଡ଼ିଛି ଯେ ହାଉସ ସର୍ଜନ ଜଣଙ୍କ ଘଟଣାର ପୂର୍ବ ରାତିରେ ପ୍ରଥମ ମହଲାରରୁ ତୃତୀୟ ମହଲାକୁ ଯାଇଥିଲେ। ରାତି ପ୍ରାୟ ୨.୪୫ରେ ସେ ତୃତୀୟ ମହଲରେ ଥିବା ଜଣାପଡ଼ିଛି। ଇଣ୍ଟର୍ଣ୍ଣ ଜଣଙ୍କ ତୃତୀୟ ମହଲାରେ ଥିଲେ ଓ ବିଳମ୍ବିତ ରାତିରେ ମୃତ ମହିଳା ଡାକ୍ତରଙ୍କ ସହ କଥା ହୋଇଥିଲେ।

ରାତିରେ କ’ଣ ଘଟିଥିଲା?

ମଧ୍ୟରାତ୍ରରେ ପୀଡ଼ିତା ଓ ୨ ପ୍ରଥମ ବର୍ଷ ପୋଷ୍ଟଗ୍ରାଜ୍ୟୁଏଟ ଟ୍ରେନି ଏକାଠି ଡିନର କରିଥିଲେ। ସେମାନେ ସେମିନାର ରୁମକୁ ଯାଇଥିଲେ ଓ ସେଠାରେ ନୀରଜ ଚୋପ୍ରାଙ୍କ ଅଲିମ୍ପିକ୍ସ ଇଭେଣ୍ଟ ଦେଖିଥିଲେ। ରାତି ପ୍ରାୟ ୨ଟା ବେଳେ ୨ ଟ୍ରେନି ଡାକ୍ତରମାନେ ନେଉଥିବା ବିଶ୍ରାମ କକ୍ଷକୁ ଚାଲି ଯାଇଥିଲେ। ପୀଡ଼ିତା ଜଣଙ୍କ ସେମିନାର ରୁମରେ ରହିଥିଲେ। ଇଣ୍ଟର୍ଣ୍ଣ ଜଣଙ୍କ ଇଣ୍ଟର୍ଣ୍ଣଙ୍କ ପାଇଁ ଥିବା ରୁମରେ ରହିଥିଲେ। ସେମିନାର ରୁମ, ଡାକ୍ତରଙ୍କ ବିଶ୍ରାମ କକ୍ଷ ଓ ଇଣ୍ଟର୍ଣ୍ଣ ରୁମ ପରସ୍ପର ପାଖରେ ରହିଛି।

ଘଟଣା ଘଟିବାର ସକାଳେ

ୱାର୍ଡ ରାଉଣ୍ଡ ଆରମ୍ଭ ହେବା ପୂର୍ବରୁ ରାତିରେ ପୀଡ଼ିତାଙ୍କ ସହ ଡିନର କରିଥିବା ଜଣେ ଟ୍ରେନି ଡାକ୍ତର ସକାଳ ପ୍ରାୟ ୯.୩୦ରେ ସେମିନାର ରୁମକୁ ଯାଇଥିଲେ। ସେ କିଛି ଦୂରତାରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ନିସ୍ତେଜ ଶରୀରରୁ ଦେଖି ଚକିତ ହୋଇଯାଇଥିଲେ। ସେ ତୁରନ୍ତ ଅନ୍ୟ ସହକର୍ମୀ ଓ ବରିଷ୍ଠ ଡାକ୍ତରମାନଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ।

ମିଛ ଧରା ପରୀକ୍ଷା

ପୀଡ଼ିତାଙ୍କ ସହ ଘଟଣା ଘଟଣା ପୂର୍ବ ରାତିରେ ଥିବା ୪ ଡାକ୍ତରଙ୍କ ମିଛ ଧରା ପରୀକ୍ଷା କରିବାକୁ ସିବିଆଇ ଅନୁମତି ପାଇଛି। ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରନ୍ସିପାଲ ସନ୍ଦୀପ ଘୋଷଙ୍କର ମଧ୍ୟ ପଲିଗ୍ରାଫ ଟେଷ୍ଟ ହେବ। ଏନେଇ ସିବିଆଇକୁ କୋଲକାତାର ଗୋଟିଏ କୋର୍ଟ ଅନୁମତି ଦେଇଛନ୍ତି।

ହୋଇନି ଗଣଦୁଷ୍କର୍ମ

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସୂତ୍ରରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା ନା ଗଣଦୁଷ୍କର୍ମ ସେ ଉପରୁ ପରଦା ସିବିଆଇ କିଛି ମାତ୍ରାରେ ପରଦା ହଟାଇଛି। ସିବିଆଇ ସୂତ୍ରରେ କୁହାଯାଇଛି ଏହା ଗଣଦୁଷ୍କର୍ମ ନୁହେଁ।

ଅଭିଯୁକ୍ତ ସଞ୍ଜୟ ରୟ ହିଁ ଦୁଷ୍କର୍ମକାରୀ। ସେ ହିଁ ଏହି ମାମଲାରେ ଏକମାତ୍ର ଅଭିଯୁକ୍ତ ବୋଲି ବର୍ତ୍ତମାନ ସୁଦ୍ଧା ତଦନ୍ତରୁ ସ୍ପଷ୍ଟ ହୋଇଛି। ଫୋରେନସିକ୍ ରିପୋର୍ଟ ମଧ୍ୟ ସଞ୍ଜୟ ରୟ ଦୁଷ୍କର୍ମ ଓ ହତ୍ୟାକାରୀ ବୋଲି କହୁଛି। ଡିଏନଏ ରିପୋର୍ଟରେ ମଧ୍ୟ ଜଣେ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ କରିଛି।

Kolkata Kolkata Police Kolkata Doctor Rape And Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe