Advertisment

ଅଲ୍ଲୁଙ୍କୁ ଗିରଫ କରିବା ପାଇଁ ବେଡ୍ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ, ପୋଷାକ ବଦଳାଇବାକୁ ଦେଇ ନଥିଲା ସମୟ

ନାମପଲ୍ଲୀ କୋର୍ଟ ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Allu Arjun

Allu Arjun

ଗତ ୪ ତାରିଖରେ ପୁଷ୍ପା-୨ ଫିଲ୍ମର ସ୍କ୍ରିନିଂ ଅବସରରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ଆଜି ଗିରଫ ହୋଇଛନ୍ତି ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନ। ତାଙ୍କୁ ଗିରଫ କରିବା ପାଇଁ ତାଙ୍କ ବେଡ୍‌ ରୁମ୍ ପର୍ଯ୍ୟନ୍ତ ପଳାଇଥିଲା ପୁଲିସ। ଏମିତି ତାଙ୍କୁ ପୋଷାକ ବଦଳାଇବାକୁ ମଧ୍ୟ ସମୟ ଦେଇ ନଥିଲା। ତାଙ୍କୁ ଗିରଫ କରାଯିବା ବେଳର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ, ଏ ବିଷୟରେ ଜଣାପଡ଼ିଛି। ପୁଲିସ୍ ତାଙ୍କ ବେଡ୍ ରୁମ୍ ପର୍ଯ୍ୟନ୍ତ ଯାଇଥିବା କଥା ସେ କୋର୍ଟରେ ମଧ୍ୟ କହିଥିବା ଜଣାପଡ଼ିଛି।

Advertisment

ପୁଲିସ୍ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରି ଥାନାକୁ ନେଇଯାଉଥିବା ବେଳେ ସେ କହିଛନ୍ତି, ସାର, ଆପଣ ଯାହା କହିଲେ, ତାହା କଲେ ନାହିଁ। ମୁଁ ମୋ ପୋଷାକ ବଦଳାଇବାକୁ ଚାହୁଁଥିଲି। ମୁଁ ଚାହୁଁଥିଲି ମୋ ସହିତ ଜଣେ ଯାଆନ୍ତୁ, କିନ୍ତୁ ଆପଣ ଅନୁମତି ଦେଲେ ନାହିଁ। ଆପଣ ବେଡ୍‌ ରୁମ୍ ବାହାର ପର୍ଯ୍ୟନ୍ତ ପଳାଇ ଆସିଥିଲେ ଓ କହିଲେ, ଚାଲନ୍ତୁ ଯିବା। ଏହା କେମିତି ସମ୍ଭବ? ଆପଣ ମୋତେ ଗିରଫ କରିବାଟା ଭୁଲ ନୁହେଁ, କିନ୍ତୁ ଏମିତି ବେଡ୍ ରୁମ୍ ପର୍ଯ୍ୟନ୍ତ ଚାଲିଯିବା ଠିକ୍ ନୁହେଁ।

ମିଳିଥିବା ସୂଚନା ଅନୁଯାୟୀ, ଅଲ୍ଲୁଙ୍କୁ ଗିରଫ କରିବାକୁ ଯାଇଥିବା ପୁଲିସ୍ ଅଧିକାରୀ ତାଙ୍କର ସମସ୍ତ ଅନୁରୋଧ ରକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାଙ୍କର କୌଣସି ଅନୁରୋଧ ପୁଲିସ ରକ୍ଷା ନ କରିବାରୁ ଅଲ୍ଲୁ ଉପରୋକ୍ତ କଥା କହିଥିବା ଜଣାପଡ଼ିଛି।

Advertisment

ପୁଲିସ୍ ଅଲ୍ଲୁଙ୍କୁ ଗିରଫ କରି ଘର ବାହାରକୁ ଆଣିବା ବେଳେ ତାଙ୍କ ହାତରେ ଏକ କପ୍ ଥିଲା। ସେ କଫି ପିଉଥିଲେ। ତାଙ୍କ ସହିତ ତାଙ୍କ ବାପା, ଭାଇ ଓ ପତ୍ନୀ ମଧ୍ୟ ଥିଲେ।

ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବା ପରେ ପୁଲିସ ତାଙ୍କୁ ଥାନାକୁ ନେଇଥିଲା। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Allu Arjun