Advertisment

ନୀଳାଚଳ ଏକ୍ସପ୍ରେସ୍ ଯିବା ପରେ ତରଳି ଗଲା ରେଳ ଲାଇନ୍

ଉତ୍ତରପ୍ରଦେଶରର ଲକ୍ଷ୍ନୌ ଅନ୍ତର୍ଗତ ନିଗୋହନ ରେଳ ଷ୍ଟେଶନରେ ଏହି ଅଘଟଣ ଘଟିଥିବା ବେଳେ ସୌଭାଗ୍ୟକୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଏଡ଼ାଇ ହୋଇଯାଇଛି।

author-image
Niranjan Mishra
Sensing a jolt caused by the spread of the track, the locomotive pilot brought the train to a halt,

Sensing a jolt caused by the spread of the track, the locomotive pilot brought the train to a halt,

ଯାତ୍ରୀବାହି ଏକ୍ସପ୍ରେସ୍ ଟ୍ରେନ୍‌ ଯିବା ପରେ ତରଳି ବଙ୍କା ହୋଇଗଲା ରେଳ ଲାଇନ୍। ଉତ୍ତରପ୍ରଦେଶରର ଲକ୍ଷ୍ନୌ ଅନ୍ତର୍ଗତ ନିଗୋହନ ରେଳ ଷ୍ଟେଶନରେ ଏହି ଅଘଟଣ ଘଟିଥିବା ବେଳେ ସୌଭାଗ୍ୟକୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଏଡ଼ାଇ ହୋଇଯାଇଛି। ଶନିବାର ଘଟଣା ଘଟିଥିବା ବେଳେ ଆଜି ଏହା ଜଣାପଡ଼ିଛି। ଏହି ରେଳ ଲାଇନ୍‌ ଦେଇ ନୀଳାଚଳ ଏକ୍ସପ୍ରେସ୍‌ ଯାଇଥିଲା।

Advertisment

ସୂଚନା ମୁତାବକ, ଶନିବାର ଅପରାହ୍ନ ପ୍ରାୟ ୫ଟା ବେଳେ ନିଗୋହନ ରେଳ ଷ୍ଟେଶନର ମେନ୍‌ ଲାଇନ୍‌ରେ ଅନ୍ୟଏକ ଟ୍ରେନ୍‌ ଆସୁଥିବାରୁ ନୀଳାଞ୍ଚଳ ଏକ୍ସପ୍ରେସ୍ ଲୁପ୍‌ ଲାଇନ୍‌ରେ ଯାଇଥିଲା। ଯାହାପରେ ରେଳ ଲାଇନ୍‌ର ଏକ ବିରାଟ ଅଂଶ ତରଳି ଯିବା ସହ ସମ୍ପୂର୍ଣ୍ଣ ବଙ୍କା ହୋଇଯାଇଥିଲା।

ତେବେ କୌଣସି ମତେ ଟ୍ରେନ୍‌ର ଲୋକୋ ପାଇଲଟ ଏହା ଜାଣିପାରି ଟ୍ରେନ୍‌ ଅଟକାଇ ଦେଇଥିଲେ। ଏଥିସହ ଏବାବଦରେ ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ। ପରେ ଟ୍ରାକ୍ ମରାମତି କରାଯାଇଥିଲା।

Advertisment

ଅଘଟଣ ପରେ ଏହି ଷ୍ଟେଶନ ଦେଇ ସମସ୍ତ ଟ୍ରେନ୍‌ ମେନ୍‌ ଲାଇନ୍‌ ଦେଇ ଯାତାୟତ କରିଥିଲା। ଅଘଟଣ ପରେ ଲକ୍ଷ୍ନୌ ଡିଆରଏମ୍ ସୁରେଶ ସପ୍ରା ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଠିକ୍ ଭାବେ ରେଳ ଟ୍ରାକ୍‌ଗୁଡ଼ିକର ମରାମତି କରାଯାଉ ନ ଥିବାରୁ ଏଭଳି ଅଘଟଣ ଘଟିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେଶନ ନିକଟରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣା ମନରୁ ଯାଇ ନ ଥିବା ବେଳେ ଦେଶର ବିଭିନ୍ନ ସ୍ଥାନରୁ ଛୋଟମୋଟ ରେଳ ଦୁର୍ଘଟଣା ଖବର ଆସିବା ଯାତ୍ରୀଙ୍କ ଭିତରେ ଭୟ ସଞ୍ଚାର କରିଛି। ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣ ମୃତ୍ୟୁ ହୋଇଥିବା ବେଳେ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ସିବିଆଇ ଓ ରେଳ ସୁରକ୍ଷା ବୋର୍ଡ ଏହାର ତଦନ୍ତ କରୁଥିଲେ ହେଁ ଏପର୍ଯ୍ୟନ୍ତ ନା ଦୁର୍ଘଟଣାର କାରଣ ସ୍ପଷ୍ଟ କରାଯାଉଛି ନା କାହାର ଦାୟିତ୍ୱହୀନତାରୁ ଘଟଣା ଘଟିଲା କୁହାଯାଉଛି। ତେଣୁ ରେଳ ବିଭାଗର ଦାୟିତ୍ୱହୀନତା ଉପରେ ସମସ୍ତଙ୍କ ଅଙ୍ଗୁଳି ଉଠିଛି।

Uttar Pradesh Train Breaking Railway Train