Advertisment

ଆତଙ୍କୀଙ୍କ ଟାର୍ଗେଟରେ ଜମ୍ମୁ-କଶ୍ମୀରର ୩୦ ଆରଏସଏସ୍‌ କର୍ମକର୍ତ୍ତା

ଆରଏସ୍‌ଏସ୍‌ ପାଇଁ ଜମ୍ମୁ-କଶ୍ମୀରରେ କାମ କରୁଥିବା ୩୦ ଜଣ ସଦସ୍ୟ ଓ କମକର୍ତ୍ତାଙ୍କ ତାଲିକା ଜାରି କରି ଟିଆରଏଫ୍‌ ଧମକ ଦେଇଛି।

author-image
Hemant Lenka
RSS

RSS

ଜମ୍ମୁ-କଶ୍ମୀର ୩୦ ଜଣ ଆରଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ ମିଳିଛି ଧମକ। ଆତଙ୍କବାଦୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ(ଟିଆରଏଫ) ପକ୍ଷରୁ ସମସ୍ତଙ୍କୁ ମିଳିଛି ହତ୍ୟା ଧମକ। ଆରଏସ୍‌ଏସ୍‌ ପାଇଁ ଜମ୍ମୁ-କଶ୍ମୀରରେ କାମ କରୁଥିବା ୩୦ ଜଣ ସଦସ୍ୟ ଓ କମକର୍ତ୍ତାଙ୍କ ତାଲିକା ଜାରି କରି ଟିଆରଏଫ୍‌ ଧମକ ଦେଇଛି। ବର୍ତ୍ତମାନ ଏହି ୩୦ ଜଣ ଟିଆରଏଫର ଟାର୍ଗେଟରେ ଥିବା ସଂଗଠନ କହିଛି। 

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜାରି ହୋଇଥିବା ୩୦ ଜଣିଆ ତାଲିକାରେ ଜମ୍ମୁ-କଶ୍ମୀର ଆରଏସଏସର ଉପ ସଭାପତି ସଂଗୀତା ଆନନ୍ଦ ଓ କରୁନ ଚେତ୍ରୀଙ୍କୁ ଛାଡ଼ି ଦେଲେ ବାକି ୨୮ ଜଣ ହେଉଛନ୍ତି ମୁସଲିମ। ଗୋଟିଏ ପୋଷ୍ଟରରେ ଟିଆରଏଫ କହିଛି ଯେ ସେମାନେ ଜମ୍ମୁ-କଶ୍ମୀରରେ ଆରଏସ୍‌ଏସ୍‌ ସଦସ୍ୟଙ୍କ ରକ୍ତ ବୁହାଇବେ। ୩୦ ଜଣିଆ ତାଲିକାରେ କେଉଁ ଆରଏସ୍‌ଏସ୍‌ ସଦସ୍ୟ କେଉଁ ପଦବୀରେ କାମ କରୁଛନ୍ତି ଓ ସେମାନଙ୍କ ଘର କେଉଁଠି, ତା’ର ତଥ୍ୟ ମଧ୍ୟ ରହିଛି।

ଏପ୍ରିଲ ୧ରେ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ ସ୍ୱାଧୀନତାର ୭ ଦଶନ୍ଧିରୁ ଅଧିକ ବର୍ଷ ପରେ ମଧ୍ୟ ପାକିସ୍ତାନର ଲୋକମାନେ ଖୁସି ନାହାନ୍ତି। ସେମାନେ ଏବେ ଭାବୁଛନ୍ତି ଯେ ଭାରତର ବିଭାଜନ ଗୋଟିଏ ଭୁଲ ଥିଲା। ଅଖଣ୍ଡ ଭାରତ କଳ୍ପନା ସତ୍ୟ ହୋଇଥିବା ବେଳେ ବିଭାଜିତ ଭାରତ କେବଳ ଗୋଟିଏ ଦୁଃସ୍ୱପ୍ନ ଥିଲା ବୋଲି ସେ କହିଥିଲେ।

Advertisment

ବିପ୍ଳବୀ ତଥା ସ୍ୱାଧୀନତା ସଂଗ୍ରାମୀ ହେମୁ କାଲାନିଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଭାଗବତ ଏମିତି କଥା କହିଥିଲେ। ଏହି କାର୍ଯ୍ୟକ୍ରମରେ ସିନ୍ଧି ସଂପ୍ରଦାୟର ଲୋକମାନେ ମଧ୍ୟ ଯୋଗ ଦେଇଥିଲେ।

ଗୋଟିଏ ନୂଆ ଭାରତ ଗଠନ ଉପରେ ଗୁରୁତ୍ୱ ଦେଇ ଆରଏସଏସ ମୁଖ୍ୟ କହିଥିଲେ, “ଅଖଣ୍ଡ ଭାରତ(ଆଫଗାନିସ୍ତାନ,ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ତିବ୍ଦତ) ହେଉଛି ସତ୍ୟ। କିନ୍ତୁ ବିଭାଜିତ ଭାରତ ଗୋଟିଏ ଦୁଃସ୍ୱପ୍ନ ଥିଲା। ଏହା ୧୯୪୭ ପୂର୍ବର ଭାରତ। ଯେଉଁମାନେ ନିଜ ନିଜର କଠୋର ନୀତି ପାଇଁ ଭାରତ ଠାରୁ ଅଲଗା ହୋଇଯାଇଥିଲେ, ସେମାନେ ଏବେ ଖୁସି ତ? ସେଠାରେ ଏବେ କେବଳ ଯନ୍ତ୍ରଣା ଦେଖାଯାଉଛି। ଭାରତରେ ଖୁସି ଥିଲା।” ଭାଗବତଙ୍କ ଏପରି ବୟାନ ପରେ ଟିଆରଏଫ ପକ୍ଷରୁ ଜମ୍ମୁ-କଶ୍ମୀରର ଆରଏସ୍‌ଏସ କର୍ମକର୍ତ୍ତାଙ୍କୁ ଧମକ ମିଳିଛି।

Bjp Jammu Kashmir Rss