/odisha-reporter/media/post_attachments/uploadimage/library/16_9/16_9_0/IMAGE_1709864340.jpg)
sonia-gandhi-mallikarjun-kharge
କଂଗ୍ରେସର ପ୍ରାର୍ଥୀ ଚୟନ କସରତ। ଆଜି ଆସିପାରେ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଗତକାଲି ଦିଲ୍ଲୀ ମୁଖ୍ୟାଳୟରେ ବସିଛି ଦଳର ପ୍ରଥମ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ। ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସଂପର୍କରେ ବୈଠକରେ ମାନସମନ୍ଥନ କରିଛନ୍ତି କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସମେତ ମହାସଚିବ କେ.ସି ବେଣୁଗୋପାଳ ଓ ଅନ୍ୟ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ। ବିଜେପି ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ, କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବୋଲି କହିଛନ୍ତି ଦଳୀୟ ନେତା।
ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୧୦ଟି ରାଜ୍ୟ ପାଇଁ ଲୋକସଭା ପ୍ରାର୍ଥୀ ଘୋଷଣା କରିପାରେ। ଛତିଶଗଡ଼, ଦିଲ୍ଲୀ, କର୍ଣ୍ଣାଟକ, ତେଲେଙ୍ଗାନା, କେରଳ, ଲାକ୍ଷାଦ୍ୱୀପ, ମେଘାଳୟ, ତ୍ରିପୁରା, ସିକ୍କିମ ଓ ମଣିପୁରର ପ୍ରାୟ ୬୦ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ। ଆସନ୍ତା ୧୧ ତାରିଖରେ ପୁଣି ଥରେ CEC ବୈଠକ ବସିବାର ସମ୍ଭାବନା ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
