Advertisment

କୁଏତରୁ ଆସିଲା କୋଚି; ପହଞ୍ଚିଲା ୪୫ ଭାରତୀୟଙ୍କ ମୃତଦେହ

ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ କେରଳ ମୁଖ୍ୟମନ୍ତ୍ରୀ ପିନ୍ନାରାଇ ବିଜୟନ କୋଚି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିବା ଜଣାଯାଇଛି।

special-iaf-flight landed at kochi

special-iaf-flight landed at kochi

Advertisment

ମଧ୍ୟପ୍ରାଚ୍ୟ ଦେଶ କୁଏତ୍‌ର ମାଙ୍ଗାଫରେ ହୋଇଥିବା ଭୟଙ୍କର ଅଗ୍ନିକାଣ୍ଡରେ ଆଖି ବୁଜିଥିବା ୪୫ ଭାରତୀୟଙ୍କ ମୃତଦେହ ସ୍ୱଦେଶ ଫେରିଛି। ୪୫ ଭାରତୀୟଙ୍କ ମୃତଦେହ ଧରି ଆଜି କେରଳ କୋଚିନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଛି ବାୟୁସେନା ବିମାନ । ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ନିମନ୍ତେ କେରଳ ମୁଖ୍ୟମନ୍ତ୍ରୀ ପିନ୍ନାରାଇ ବିଜୟନ କୋଚି ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିଥିବା ଜଣାଯାଇଛି।

Advertisment

ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ପ୍ରାୟ ୪୯ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୫ ଜଣ ଭାରତୀୟ ଥିଲେ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଥିବା ବେଳେ ମୃତଦେହ ଆଣିବାକୁ ଭାରତୀୟ ବାୟୁସେନାର ସି-୧୩୦ ବିମାନ କୁଏତ ଯାଇଥିଲା। ସେଠାରୁ ମୃତଦେହ ଧରି ବିମାନଟି ଆଜି କେରଳର କୋଚି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ସେଠାରେ କେରଳ  ନାଗରିକଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ। ଏହାପରେ କୋଚି ବିମାନବନ୍ଦରରୁ ବିମାନଟି ଅପରାହ୍ନ ୪ଟାରେ ଦିଲ୍ଲୀ ପହଞ୍ଚିବ । ସେଠାରୁ ଭିନ୍ନ ଭିନ୍ନ ରାଜ୍ୟକୁ ସେମାନଙ୍କ ମୃତଦେହ ପଠାଯିବ ବୋଲି ଜଣାଯାଇଛି।

Advertisment

କୁଏତ ଅଗ୍ନିକାଣ୍ଡରେ ଆଖି ବୁଜିଥିବା ଭାରତୀୟଙ୍କ ମଧ୍ୟରେ ସବୁଠୁ ଅଧିକ କେରଳ ନାଗରିକଙ୍କ ମୃତ୍ୟୁ ହୋଇଛି। କେରଳର ୨୩ ଜଣ ଏହି ଦୁର୍ଘଟଣାରେ ଆଖି ବୁଜିଛନ୍ତି। ସେହିପରି ତାମିଲନାଡ଼ୁର ୭, ଉତ୍ତରପ୍ରଦେଶ ଓ ଆନ୍ଧ୍ରର ୩ଜଣ ଲେଖାଏ ନାଗରିକ ଓ ଓଡ଼ିଶାର ୨ ଜଣଙ୍କର ଏଥିରେ ମୃତ୍ୟୁ ଘଟିଛି। ଏହାବାଦ ମହାରାଷ୍ଟ୍ର, କର୍ଣ୍ଣାଟକା, ବିହାର, ଝାଡ଼ଖଣ୍ଡ, ବଙ୍ଗାଳ, ପଞ୍ଜାବ ଓ ହରିୟାଣାର ଜଣେ ଜଣେ ବାସିନ୍ଦାଙ୍କର ଏଥିରେ ମୃତ୍ୟୁ ଘଟିଛି।

ଗତ ବୁଧବାର କୁଏତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ଥିବା ଏକ ୬ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। କୁଏତ୍‌ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା।

ଏହି ଆପାର୍ଟମେଣ୍ଟରେ ପ୍ରାୟ ୧୯୫ ଜଣ ଶ୍ରମିକ ଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ରୋଷେଇ ଘରୁ ଏହି ନିଆଁ ଲାଗିଥିବା କୁହାଯାଉଛି। ନିଆଁ ବ୍ୟାପିବା ପରେ ପଞ୍ଚମ ମହଲାରେ ରହୁଥିବା ଅନେକ ବ୍ୟକ୍ତି ଜୀବନ ବଞ୍ଚାଇବା ପାଇଁ ତଳକୁ ଡେଇଁ ପଡ଼ିଥିଲେ। ଯେଉଁମାନେ ଡେଇଁଥିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଅଧିକାଂଶ ଧୂଆଁ ଲାଗି ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଥିଲେ। ଏଥିରେ ୪୫ ଭାରତୀୟ ବି ଆଖି ବୁଜିଥିଲେ।

Fire Accident Kuwait Building Fire Kuwait Tragedy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe