Advertisment

ଅତି ଭୀଷଣ ବାତ୍ୟାରେ ରୂପ ନେଲା ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ, ଗୁଜରାଟର ମାଣ୍ଡଭିକୁ ହାଇଆଲର୍ଟ

ପଶ୍ଚିମ ସମୁଦ୍ର ଉପକୂଳରେ ଅତି ଭୀଷଣ ବାତ୍ୟାରେ ରୂପ ନେଲା ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ। ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ।

representational image

representational image

Advertisment

ପଶ୍ଚିମ ସମୁଦ୍ର ଉପକୂଳରେ ଅତି ଭୀଷଣ ବାତ୍ୟାରେ ରୂପ ନେଲା ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ। ଆସନ୍ତା ୧୫ ତାରିଖରେ ଏହା ସ୍ଥଳଭାଗ ଛୁଇଁପାରେ। ଗୁଜରାଟର ମାଣ୍ଡଭି ଏବଂ ପାକିସ୍ତାନର କରାଚୀ ଅଂଚଳରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏବେ ମୁମ୍ବାଇ ଉପକୂଳଠାରୁ ୫୬୦ କିଲୋମିଟର ଏବଂ ଗୁଜରାଟର ପୋରବନ୍ଦର ଠାରୁ ୪୬୦ କିମି ଦୂରରେ ରହିଛି । ଘଣ୍ଟାପ୍ରତି ୬ କିମି ବେଗରେ ଅତିକ୍ରମ କରୁଛି ବାତ୍ୟା ବିପର୍ଯ୍ୟୟ। ଲ୍ୟାଣ୍ଡଫଲ ବେଳେ ବ୍ୟାପକ କ୍ଷତି ଘଟାଇପାରେ ବାତ୍ୟା ବିପର୍ଯ୍ୟୟ। ଜୋରରେ ପବନ ସାଙ୍ଗକୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସ୍ଥିତିକୁ ନେଇ ଗୁଜରାଟର ସୌରାଷ୍ଟ୍ର ଏବଂ ଏବଂ କଚ୍ଛ ଅଂଚଳରେ ଆଲର୍ଟ ଜାରି କରାଯାଇଛି।

Advertisment

ଆରବ ଉପକୂଳରେ ବଳ ଗୋଟାଇବା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି ବିପର୍ଯ୍ୟୟ। ଆସନ୍ତା ୧୪ ସକାଳ ପର୍ଯ୍ୟନ୍ତ ଉତ୍ତର ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଏହା ଉତ୍ତର ପୂର୍ବ ମୁହାଁ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର କରାଚି ଉପକୂଳ ଦେଇ ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବ। ଆସନ୍ତା ୧୫ ତାରିଖରେ ଅତି ଭୀଷଣରୁ ଭୀଷଣ ବାତ୍ୟାର ସ୍ଥିତିରେ ଏହା ଲ୍ୟାଣ୍ଡଫଲ କରିବ। ସ୍ତଳଭାଗ ଛୁଇଁବାବେଳେ ବ୍ୟାପକ କ୍ଷତି ଘଟାଇପାରେ ଏହି ବାତ୍ୟା । ପବନର ଗତି ସର୍ବାଧିକ ୧୫୦ କିମି ମଧ୍ୟରେ ରହିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ବାତ୍ୟା ବିପର୍ଯ୍ୟୟକୁ ନେଇ ଗୁଜରାଟର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନନଗର, ରାଜକୋଟ, ଜୁନାଗଡ଼, ମୋରବିରେ ଏହାର ପ୍ରଭାବ ଅଧିକ ପଡ଼ିପାରେ। ଏହାକୁ ନେଇ ସୌରାଷ୍ଟ୍ର ଏବଂ କଚ୍ଛ ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୫ ଦିନ ଯାଏ ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମାଛ ଧରିବାକୁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରି ଦିଆଯାଇଛି। ଗୁଜରାଟ ସହ କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦୀପରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ଗୁଜରାଟର ଭାଲସାଡ୍ ସମୁଦ୍ର ଉପକୂଳକୁ ପର୍ଯ୍ୟଟକଙ୍କ ଆସିବା ଉପରେ କଟକଣା ଲାଗିଛି । ସାମୟିକ ଭାବେ ଭାଲସାଡ୍ ବିଚ୍‌କୁ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି।

Advertisment

ସମୁଦ୍ର ଉପକୂଳରେ କୋଷ୍ଟଗାର୍ଡକୁ ଆଲର୍ଟରେ ରଖାଯାଇଛି। କୌଣସି ଅପ୍ରିତିକର ସ୍ଥିତି ଉପୁଜିଲେ ଉଦ୍ଧାରକାର୍ଯ୍ୟ ଲାଗି ଏନଡିଆରଏଫ୍‌କୁ ଆଲର୍ଟରେ ରଖାଯାଇଛି। ଉଦ୍ଧାରକାର୍ଯ୍ୟ ଲାଗି ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଛନ୍ତି ଏନଡିଆରଏଫ୍‌ର ଯବାନ। ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ସେହିପରି ପାକିସ୍ତାନ ପକ୍ଷରୁ ମଧ୍ୟ ସିନ୍ଧ ଏବଂ ବଲୋଚିସ୍ଥାନ ଅଂଚଳରେ ଆଲର୍ଟ ଜାରି କରାଯାଇଛି ।

Cyclone Update Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe