Advertisment

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌କୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି।

CM Mamata Banerjee (Photo: File)

CM Mamata Banerjee (Photo: File)

Advertisment

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମ୍‌ କୋର୍ଟ ଗଲେ ପଶ୍ଚିମବଙ୍ଗ ସରକାର ଓ ରାଜ୍ୟ ନିର୍ବାଚନ କମିଶନ। ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏହି ପଦକ୍ଷେପ ଆଲୋଚନାର ବିଷୟ ହୋଇଛି। ସୂଚନା ମୁତାବକ ହାଇକୋର୍ଟଙ୍କ ରାୟ ଆସିବା ପରେ ପଶ୍ଚିମବଙ୍ଗ ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀମାନେ ଏବାବଦରେ ନିର୍ବାଚନ କମିଶନଙ୍କ ସହ ଶୁକ୍ରବାର ଏକ ବୈଠକ କରିଥିଲେ। ଯାହା ପରେ ସୁପ୍ରିମ୍‌କୋର୍ଟ ଯିବାକୁ ନିଷ୍ପତ୍ତି ହୋଇଛି।

Advertisment

ସୂଚନା ଥାଉକି, ପଶ୍ଚିମବଙ୍ଗରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ କେନ୍ଦ୍ରୀୟ ଫୋର୍ସ ମୁତୟନ ନିମନ୍ତେ ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ଏସ୍‌ଇସିଙ୍କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ। ଆସନ୍ତା ଜୁଲାଇ ୮ରେ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ପ୍ରାର୍ଥୀପତ୍ର ଦାଖଲ ଓ ନିର୍ବାଚନ ବେଳେ ଉତ୍ତେଜନା ଆଶଙ୍କା ରହିଛି। ତେଣୁ ଏହି ସମୟରେ ଶୃଙ୍ଖଳା ରକ୍ଷା ନିମନ୍ତେ କେନ୍ଦ୍ରୀୟ ସୁରକ୍ଷା ଫୋର୍ସକୁ ମୁତୟନ କରିବାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଓ କଂଗ୍ରେସ ଏମ୍‌ପି ଅଧିର ରଞ୍ଜନ ଚୌଧୁରୀ କୋର୍ଟକୁ ଯାଇଥିଲେ। ଅବେଦନକୁ ଗୁରୁତର ସହ ନେଇ ଏହା ଉପରେ ଶୁଣାଣି କରିଥିଲେ ଚିଫ୍ ଜଷ୍ଟିସ୍ ଟିଏସ୍‌ ଶିଭଗ୍ନନମଙ୍କ ଖଣ୍ଡପୀଠ। ୧୩ ତାରିଖରୁ ରାୟ ପ୍ରକାଶ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ ହୋଇ ନ ଥିବା ଦେଖିବାକୁ ମିଳିଛି।

ସେପଟେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେନ୍ସଟିଭ୍ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ ସମୟ ଲାଗୁଥିବା ପଶ୍ଚିମବଙ୍ଗ ଏସ୍‌ଇସି କହିଛନ୍ତି। ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଓ ବିରୋଧୀ ବିଜେପି ଭିତରେ ସର୍ବଦା କେନ୍ଦ୍ରୀୟ ଫୋର୍ସ ମୁତୟନକୁ ନେଇ ବିବାଦ ରହିଥିବା ବେଳେ ଏବେ ବଲ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି।

Advertisment
Political News WestBengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe