Advertisment

୩ ପିଲାଙ୍କୁ ଧରି ପୋଖରୀକୁ ଡେଇଁ ପଡ଼ିଲେ ମହିଳା

ରାଜସ୍ଥାନର ବିକାନୀର ଜିଲ୍ଲାର ପଞ୍ଚୁ ଅନ୍ତର୍ଗତ ସ୍ୱରୁପସର ଗ୍ରାମରେ ଏହି ଘଟଣା ଘଟିଛି।

representational image

representational image

Advertisment

୩ ପିଲାଙ୍କୁ ଧରି ପୋଖରୀକୁ ଡେଇଁ ପଡ଼ିଲେ ମହିଳା। ରାଜସ୍ଥାନର ବିକାନୀର ଜିଲ୍ଲାର ପଞ୍ଚୁ ଅନ୍ତର୍ଗତ ସ୍ୱରୁପସର ଗ୍ରାମରେ ଏହି ଘଟଣା ଘଟିଛି। ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ସନ୍ଦେହ କରି ପୁଲିସ ତଦନ୍ତ କରୁଛି। ମୃତକମାନେ ହେଲେ ନୟନୀ ଦେବୀ(୩୨), ତାଙ୍କ ଝିଅ ଉର୍ମିଳା(୫), ପୂଜା(୪), ପୁଅ ଭବେଶ(୧)। ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ଶୁକ୍ରବାର ସମସ୍ତଙ୍କ ନଜରକୁ ଆସିଛି।

Advertisment

କେଉଁ କାରଣ ପାଇଁ ମହିଳା ଜଣକ ଏଭଳି ପଦକ୍ଷେପ ନେଲେ ସେନେଇ ପୁଲିସ ଘଟଣାର ତଦନ୍ତ କରୁଥିବା ସବ୍‌ଇନ୍ସପେକ୍ଟର ମନୋଜ କୁମାର ସୂଚନା ଦେଇଛନ୍ତି।

ମହିଳାଙ୍କ ଶ୍ୱଶୁର, ସ୍ୱାମୀ ଓ ବଡ଼ପୁଅ ନିକଟସ୍ଥ ଚାଷ ଜମିରେ କାମ କରିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ପୁଲିସ ୪ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ଡାକ୍ତରଖାନାକୁ ପଠାଇଛି। ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ଅଧିକ ପଚରାଉତରା କରାଯାଉଛି।

Advertisment
Rajasthan Family Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe