Chenab Bridge
ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍ ଉପରେ ଗଡ଼ିଲା ଟ୍ରେନ୍। ସଫଳ ହେଲା ପରୀକ୍ଷା। ପରୀକ୍ଷାମୂଳକ ଭାବେ ଚେନାବ ବ୍ରିଜ୍ ଉପରେ ଭାରତୀୟ ରେଲୱେ ପକ୍ଷରୁ ଇନ୍ସପେକ୍ସନ କାର୍ ଛଡାଯାଇଥିଲା। ସଫଳତାର ସହ ଏହା ଜମ୍ମୁ କଶ୍ମୀରର ସଙ୍ଗଲଦାନରୁ ରିଆସି ଯାଏଁ ଚଳାଚଳ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।
ସଙ୍ଗଲଦାନରୁ ରିଆସି ଚଳାଚଳ ମଧ୍ୟରେ ଟ୍ରେନ୍ଟି ସଫଳତାର ସହ ଚେନାବ ବ୍ରିଜ୍ ମଧ୍ୟ ଅତିକ୍ରମ କରିଛି। କେବଳ ଟନେଲ୍-୧ର ଅଳ୍ପ କିଛି କାମକୁ ବାଦ୍ ଦେଲେ ଉଦ୍ଧମପୁର-ଶ୍ରୀନଗର-ବାରମୁଲା ରେଲ୍ ଲିଙ୍କର ବଳକା ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ରେଳମନ୍ତ୍ରୀ ସୂଚନା ଦେଇଛନ୍ତି।
ସେପଟେ ରେଲଓ୍ୱର ଜଣେ ବରିଷ୍ଠ ଅଧିକାରୀ ବ୍ରିଜ୍ର ଯାଞ୍ଚ କରିଛନ୍ତି। ଏହି ବ୍ରିଜ୍ ସଙ୍ଗଲଦାନକୁ ରାମବନ ଜିଲ୍ଲା ସହ ସଂଯୋଗ କରୁଛି। ଏହି ବ୍ରିଜ୍ ଉପରେ ଟ୍ରେନ୍ ସେବା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହି ସଫଳତା ପାଇଁ ଆମେ ଆଜି ବେଶ୍ ଖୁସି। ଇଂଜିନୟର ଓ ଶ୍ରମିକଙ୍କ ଅକ୍ଲାନ୍ତ ପରିଶ୍ରମରେ ବିଶ୍ୱର ସର୍ବୋଚ୍ଚ ରେଳବ୍ରିଜ୍ର କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ରେଲଓ୍ୱେର ଜଣେ ଇଂଜିନିୟର କହିଛନ୍ତି।
ଉଧମପୁର ଶ୍ରୀନଗର ବାରାମୁଲା ରେଲ ଲିଙ୍କ୍ ପ୍ରଜେକ୍ଟ ଚଳିତ ବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ଆଶା କରାଯାଉଛି। ୨୦ ଫେବୃଆରୀ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦ୍ଘାଟନ କରିଥିଲେ।
ଚେନାବ ରେଲ ବ୍ରିଜ୍ ନିର୍ମାଣରେ ମୋଟ ୩୦,୦୦୦ ମେଟ୍ରିକ୍ ଟନ୍ ଷ୍ଟିଲ୍ ବ୍ୟବହୃତ ହୋଇଛି। ୧୪୮୬ କୋଟି ଟଙ୍କା ମୂଲ୍ୟରେ ଏହି ପୋଲକୁ ନିର୍ମାଣ କରାଯାଇଛି। ଏହା ଘଣ୍ଟା ପ୍ରତି ୨୬୦ କିଲୋମିଟର ପର୍ଯ୍ୟନ୍ତ ପବନର ବେଗକୁ ସହ୍ୟ କରିପାରିବ। ଟ୍ରେନ୍ ୭ଟି ଷ୍ଟେସନ ଦେଇ ବାରାମୁଲାରେ ପହଞ୍ଚିବ। ଉପତ୍ୟକାର ଲୋକଙ୍କୁ ସହଜ ଯାତାୟତ ସୁବିଧା ଯୋଗାଇବା ଏହାର ଉଦ୍ଦେଶ୍ୟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1718595543.jpg)