Advertisment

ଘରୁ ଗାଏବ ହୋଇଗଲା ୭୭ ଲକ୍ଷ ଟଙ୍କା, ବୋହୂ ଥିଲା ମାଷ୍ଟର ମାଇଣ୍ଡ

ବୋହୂ ସାଜିଲା ଚୋରିର ମାଷ୍ଟର ମାଇଣ୍ଡ। ନିଜ ଶ୍ୱଶୁର ଘରେ ବୁଲାଇ ଦେଲା କଳାକନା। ବୋହୂ ଇସାରାରେ ଶ୍ୱଶୁର ଘରୁ ଗାଏବ ହୋଇଗଲା ୭୭ ଲକ୍ଷ ଟଙ୍କା ।

author-image
Niharika Rout
Arrest

Arrest

ବୋହୂ ସାଜିଲା ଚୋରିର ମାଷ୍ଟର ମାଇଣ୍ଡ। ନିଜ ଶ୍ୱଶୁର ଘରେ ବୁଲାଇ ଦେଲା କଳାକନା। ବୋହୂ ଇସାରାରେ ଶ୍ୱଶୁର ଘରୁ ଗାଏବ ହୋଇଗଲା ୭୭ ଲକ୍ଷ ଟଙ୍କା । ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଘରର ବୋହୂ ହିଁ ଏପରି କରାଇଥିବା ଜାଣିବାକୁ ପାଇଲା। ଶେଷରେ ବୋହୂ ସମେତ ତାଙ୍କର ଦୁଇ ସହଯୋଗୀଙ୍କୁ ବାନ୍ଧିଛି ପୁଲିସ୍‌। ଏପରି ଏକ ଘଟଣା ମଧ୍ୟପ୍ରଦେଶର ମୁରୈନା ଅଞ୍ଚଳରେ ଘଟିଛି।

Advertisment

ମୁରୈନାଙ୍କ ଶ୍ୱଶୁର ଭାନୁଙ୍କ କହିବାନୁଯାୟୀ, ପ୍ରାୟ୧୦ ଦିନ ପୂର୍ବେ ସେ ନିଜର ଏକ ଜମିକୁ ୭୭ ଲକ୍ଷ ୭୮ ହଜାର ଟଙ୍କାରେ ବିକିଥିଲେ। ଉକ୍ତ ଟଙ୍କାକୁ ସେ ଏକ ବ୍ୟାଗରେ ଭର୍ତ୍ତି କରି ନିଜ ଆଲମିରା ପଛ ପଟେ ରଖିଥିଲେ।

ଏହାପରେ ଘଟଣା ଦିନ ରାତିରେ ଦୁଇ ମୁଖା ପିନ୍ଧା ଚୋର ତାଙ୍କ ଘରେ ପଶିଥିଲେ। ସେମାନେ ଘରର ସମସ୍ତଙ୍କୁ ଭୟଭୀତ କରି ଆଲମିରା ପଛପଟେ ଥିବା ଟଙ୍କା ବ୍ୟାଗ ନେଇ ଯାଇଥିଲେ। ଏନେଇ ଭାନୁଙ୍କ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

ପୁଲିସ୍‌ ପରିବାରର ସମସ୍ତ ସଦସ୍ୟଙ୍କୁ ଭିନ୍ନ ଭିନ୍ନ ଭାବେ ପଚାରିଥିବା ବେଳେ ତାଙ୍କ ବୋହୂଙ୍କ କଥାରେ ତାଳମେଳ ରହିଲା ନାହିଁ। ଏହାପରେ ତାଙ୍କୁ ଗୁଡ଼ାଇତୁଡ଼ାଇ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ।

ଶ୍ୱଶୁର ଘରେ ଏତେ ପରିମାଣର ଟଙ୍କା ଥିବା ନେଇ ସେ ନିଜର ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ। ଏନେଇ ସେ ନିଜ ସାଙ୍ଗଙ୍କୁ ଜଣାଇଥିଲେ। ଏହାପରେ ସେମାନେ ଘରେ ପଶି ଟଙ୍କା ବ୍ୟାଗ ଲୁଟ୍‌ କରି ନେଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାରେ ସେ ପୂରା ସହଯୋଗ କରିଥିବା କହିଛନ୍ତି ମହିଳାଜଣକ ।

ବୋହୂଙ୍କଠାରୁ ସୂଚନା ପାଇବା ପରେ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖାନ ତଲାସୀ ଆରମ୍ଭ କରି ଦେଇଥିଲା। ଏହାପରେ ପୁଲିସ୍‌ ଟଙ୍କା ସମେତ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିଛି।

Loot Madhya Pradesh