Advertisment

ଲୋକସଭା ନିର୍ବାଚନ: ଟଙ୍କା ଦେଇ ଖବର ପ୍ରସାରଣ ଓ ବ୍ୟକ୍ତିଗତ ଆକ୍ଷେପ ମନା

କେବଳ ସେତିକି ନୁହେଁ ଘୃଣା ମନ୍ତବ୍ୟ ଓ ବ୍ୟକ୍ତଗତ ଆକ୍ଷେପ କରିବା ମଧ୍ୟ ମନା ହୋଇଛି।

Fake News

Fake News

Advertisment

ଦେଶରେ କେବେ ପଡିବ ଭୋଟ? ସେ ନେଇ ଘୋଷଣା ହୋଇସାରିଛି ତାରିଖ। ମୁଖ୍ୟ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ତେବେ ଏହି ନିର୍ବାଚନ ବେଳେ ଟଙ୍କା ଦେଇ ଖବର ପ୍ରସାରଣ କରିବା କିମ୍ବା ମିଥ୍ୟା ଖରବ ପ୍ରସାରଣ ଉପରେ ରୋକ ଲଗାଯାଇଛି। କେବଳ ସେତିକି ନୁହେଁ ଘୃଣା ମନ୍ତବ୍ୟ ଓ ବ୍ୟକ୍ତଗତ ଆକ୍ଷେପ କରିବା ମନା ହୋଇଛି।

Advertisment

ନିର୍ବାଚନ ବେଳେ କୌଣସି ହେଟ୍‌ ସ୍ପିଚ୍‌ ତଥା ଘୃଣା ମନ୍ତବ୍ୟ ଦେବା ପାଇଁ ସମସ୍ତ ରାଜନୈତିକ ଦଳକୁ ବାରଣ କରାଯାଇଛି। ଏଥିସହ ଟଙ୍କା ଦେଇ ଖବର ପ୍ରସାରଣ କିମ୍ବା ମିଥ୍ୟା ଖବର ପ୍ରସାରଣ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିର୍ବାଚନ କମିଶନର। ବ୍ୟକ୍ତିଗତ ଆକ୍ଷେପ ଠାରୁ ମଧ୍ୟ ଦୂରେଇ ରହିବାକୁ ରାଜନୈତିକ ଦଳଗୁଡିକୁ ପରାମର୍ଶ ଦିଆଯାଇଛି।

ଲୋକସଭା ନିର୍ବାଚନ ବେଳେ ହିଂସା ହେବା ଭଳି କୌଣସି ସୁଯୋଗ ଦିଆଯିବ ନାହିଁ। ଯଦି ହିଂସା ସହ ଜଡିତ କୌଣସି ଅଭିଯୋଗ ଆସେ ତେବେ ତାକୁ ୧୦୦ ମିନିଟ୍‌ ମଧ୍ୟରେ ସମାଧାନ କରାଯିବ। ବିଶ୍ୱସ୍ତରରେ ଭାରତର ଯେଭଳି ଗୌରବ ବଢ଼ିବ ସେହିଭଳି ଢ଼ଙ୍ଗରେ ନିର୍ବାଚନ କରାଯିବ। ଏହା ଆମ ପ୍ରତିଶ୍ରୁତି ବୋଲି ନିର୍ବାଚନ କମିଶନର କହିଛନ୍ତି।

Advertisment

ନିର୍ବାଚନ ବ୍ୟବସ୍ଥା ପାଇଁ ସୁରକ୍ଷା କଡାକଡି କରାଯାଇଛି। ନିର୍ବାଚନ ବେଳେ ଯେଭଳି କୌଣସି ଅପରାଧ ନ ଘଟେ ସେଥିପାଇଁ ଅପରାଧୀଙ୍କ ଉପରେ କଡା ନଜର ରଖାଯାଇଛି। ଏଥିସହିତ ଡ୍ରୋନ୍ ମାଧ୍ୟମରେ ସୀମା ଉପରେ ନଜର ରଖାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କା ମୂଲ୍ୟର ନଗଦ ଜବତ କରାଯାଇଛି ବୋଲି କହିଛନ୍ତି ସିଇସି।

ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ୧୯ ଏପ୍ରିଲରେ ଭୋଟ ପଡିବ। ସେହିପରି ୨୬ ଏପ୍ରିଲରେ ଦ୍ୱିତୀୟ ପର୍ଯ୍ୟାୟ, ମେ' ୭ରେ ତୃତୀୟ ପର୍ଯ୍ୟାୟ, ମେ' ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ' ୨୦ରେ ପଞ୍ଚମ ପର୍ଯ୍ୟାୟ, ମେ' ୨୫ରେ ଷଷ୍ଠ ପର୍ଯ୍ୟାୟ ଓ ଜୁନ ୧ ତାରିଖ ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ହେବ। ଜୁନ୍‌ ୪ ତାରିଖରେ ଫଳାଫଳ ଘୋଷଣା ହେବ।

ECI On Hate Speech Loksabha Election 2024 Election Commissioner
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe