Advertisment

କୋର୍ଟରେ ଶୁଣାଣି ବେଳେ କଟିଗଲା ଲାଇନ୍‌, ବର୍ଷିଲେ ବିଚାରପତି

କୋର୍ଟରେ ଶୁଣାଣି ଚାଲିଥିବା ବେଳେ ପ୍ରାୟ ୨ ଘଣ୍ଟା କାଳ କଟିଗଲା ଲାଇନ୍‌। ଏହି ଘଟଣାକୁ ବିଚାରପତି ଅତ୍ୟନ୍ତ ଦୟନୀୟ କହିବା ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି।

author-image
Niharika Rout
Court Hearing

Court Hearing

କୋର୍ଟରେ ଚାଲିଥିବା ଶୁଣାଣି। ଏହି ସମୟରେ ଅଚାନକ ପ୍ରାୟ ୨ ଘଣ୍ଟା କାଳ କଟିଗଲା ଲାଇନ୍‌। ଏହି ଘଟଣାକୁ ବିଚାରପତି ଅତ୍ୟନ୍ତ ଦୟନୀୟ କହିବା ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି। ଏହି ଘଟଣାର ସମୀକ୍ଷା କରିବା ସହ ସ୍ଥାୟୀ ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଜମ୍ମୁ କଶ୍ମୀରରେ ଘଟିଛି।

Advertisment

ଜମ୍ମୁ କଶ୍ମୀରରେ ଶୀତ ଦିନେ ଆବଶ୍ୟକ ମାତ୍ରାରେ ବିଦ୍ୟୁତ୍‌ ଉତ୍ପାଦନ ହୋଇ ପାରେନାହିଁ। ଫଳରେ ସେଠାରେ ବିଦ୍ୟୁତ୍‌ କାଟ ସମସ୍ୟା ଦେଖାଯାଇଥାଏ । ଘଟଣା ଦିନ ଜମ୍ମୁ କଶ୍ମୀର ଉଚ୍ଚ ନ୍ୟାୟଳୟରେ କଶ୍ମୀର ବିଶ୍ୱବିଦ୍ୟାଳୟ ସମ୍ପର୍କୀତ ମାମଲାର ଶୁଣାଣି ଚାଲିଥିଲା। ମାତ୍ର ଶୁଣାଣି ବେଳେ ଦୁଇ ଘଣ୍ଟା କାଳ ଲାଇନ୍‌ କଟି ଯାଇଥିଲା।

ଏଥିଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ମୁଖ୍ୟ ଶାସନ ସଚିବଙ୍କ ଉପରେ ବର୍ଷିଛନ୍ତି ବିଚାରପତି । ଏନେଇ କୋର୍ଟ ତରଫରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଘଟଣା ସମ୍ପର୍କରେ ଅବଗତ କରାଯାଇଛି।

Advertisment

ବେଞ୍ଚ ପକ୍ଷରୁ କୁହାଯାଇଛି, ଦିନ ସମୟରେ ଲାଇନ୍‌ କଟିଯିବାରୁ କୋର୍ଟରେ ଅନ୍ଧାର ଛାଇଗଲା। ଦୁର୍ଭାଗ୍ୟବଶଃତ ଜେନେରେଟର ବି ଯାନ୍ତ୍ରୀକ ତ୍ରୁଟି ଯୋଗୁ କାମ କଲା ନାହିଁ। ଫଳରେ କୋର୍ଟ ରୁମ୍‌ରେ କିଟିମିଟି ଅନ୍ଧାର ଛାଇଗଲା, ଶୁଣାଣି କାର୍ଯ୍ୟ କରିବା ସମ୍ଭବପର ହୋଇ ପାରିଲା ନାହିଁ।

ରାଜ୍ୟର ବିଦ୍ୟୁତ୍‌ ସମସ୍ୟାର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ଜରୁରୀ ନିର୍ଦ୍ଦେଶ ଜାରି କରିବାକୁ କୋର୍ଟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାର ବିକଳ୍ପ ବ୍ୟବସ୍ଥା ସୂରୁପ ହାଇକୋର୍ଟ ପାଇଁ ଅନ୍ୟ ଏକ ବିକଳ୍ପ ଲାଇନ୍‌ ବ୍ୟବସ୍ଥା କରିବାକୁ ବିଚାରପତି ପରାମର୍ଶ ଦେଇଛନ୍ତି। ଏହି ଲାଇନ୍‌ ଦ୍ୱାରା ଯେପରି ନିୟମିତ ଭାବେ ବିଦ୍ୟୁତ୍‌ କାଟ ସମସ୍ୟା ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ଏହାଦ୍ୱାରା କୋର୍ଟର ଶୁଣାଣି ସୁରୁଖୁରରେ ହୋଇ ପାରିବ ବୋଲି ବିଚାରପତି କହିଛନ୍ତି।

Jammu Kashmir High Court Power Cuts