Advertisment

ବାଗମତି ଏକ୍ସପ୍ରେସ ଟ୍ରେନ୍‌ ଦୁର୍ଘଟଣା, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କିଭଳି ହେଲା ଏହି ଦୁର୍ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ। ରେଲଓ୍ୱେ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Train Accident

Train Accident

Advertisment

ତାମିଲନାଡ଼ୁର ତିରୁବଲ୍ଲୁରରେ ଶୁକ୍ରବାର ମହୀଶୁର-ଦରଭଙ୍ଗା ବାଗମତୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ମାଲବାହୀ ଟ୍ରେନ୍‌କୁ ଧକ୍କା ଦେଇଥିଲା ଏକ୍ସପ୍ରେସ ଟ୍ରେନ୍‌। ତେବେ କିଭଳି ହେଲା ଏହି ଦୁର୍ଘଟଣା। ଏଥିପାଇଁ କିଏ ଦାୟୀ। ଏନେଇ ଉଚ୍ଚସ୍ତରୀୟ ତଦନ୍ତ ହେବ। ରେଲଓ୍ୱେ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି।

Advertisment

ଦକ୍ଷିଣ ରେଲଓ୍ୱେର ଜେନେରାଲ ମ୍ୟାନେଜର ଆର.ଏନ ସିଂହଙ୍କ କହିବା ମୁତାବକ, ଟ୍ରେନଟି କବରପେଟ୍ଟାଇ ଠାରେ ଅଟକିର ନଥିଲା। ଉକ୍ତ ଷ୍ଟେସନ ଦେଇ ଯିବାର ଥିଲା। ଚେନ୍ନାଇ ଛାଡିବା ପରେ ଡ୍ରାଇଭର ମହୀଶୁର-ଦାରବଙ୍ଗା ଏକ୍ସପ୍ରେସ ପାଇଁ ସିଗ୍‌ନାଲକୁ ସଠିକ୍ ଭାବରେ ପାଳନ କରିନଥିଲେ। ଟ୍ରେନ୍ଟି ମୁଖ୍ୟ ଲାଇନକୁ ଯିବା ପରିବର୍ତ୍ତେ ହଠାତ୍ ଲୁପ୍ ଲାଇନରେ ଯାଇଥିଲା। ଏହି କାରଣରୁ ମାଲବାହୀ ଟ୍ରେନ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଏହାର ତଦନ୍ତ ଜାରି ରହିଛି।

କହିରଖୁ ଯେ, ଶୁକ୍ରବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ୍ସପ୍ରେସ୍‌ ଟ୍ରେନ୍‌ର ୧୨ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ଘଟିନାହିଁ ବୋଲି ସଦର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୯ ଆହତ ଯାତ୍ରୀଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

Advertisment

ଯୁଦ୍ଧକାଳୀନ ଭିତ୍ତି ଟ୍ରାକ୍‌ ଉପରେ ମରାମତି କାମ ଚାଲିଛି। ଦୁର୍ଘଟଣାଗ୍ରସ୍ତ ବଗିଗୁଡିକ କ୍ରେନ୍‌ ସାହାଯ୍ୟରେ ଟ୍ରେକ୍‌ରୁ ହଟାଯାଇଛି। ଉକ୍ତ ରୁଟ୍‌ରେ ୨ଟି ଟ୍ରେନ୍‌ ଚଳାଚଳ ବାତି କରାଯାଇଥିବା ବେଳେ ୬ଟି ଟ୍ରେନ୍‌ର ଗତିପଥ ବଦଳା ଯାଇଛି। ସେପଟେ ଆଜି ଦୁର୍ଘଟଣାସ୍ଥଳକୁ ଯାଇ ସାଉଥ୍ ସର୍କଲ୍ ରେଳ ସୁରକ୍ଷା କମିଶନର ଅନନ୍ତ ମଧୁକର ଚୌଧୁରୀ ଯାଞ୍ଚ କରିଛନ୍ତି।

ସେପଟେ ଆଜି ଦୁର୍ଘଟଣା ଯୋଗୁ ଅଟକି ରହିଥିବା ସମସ୍ତ ଯାତ୍ରୀଙ୍କୁ ଦରଭଙ୍ଗା ଯାଉଥିବା ସ୍ପେଶାଲ ଟ୍ରେନ୍‌ରେ ପଠାଯାଇଛି।

Train Accident High Level Investigation Bagmati Express Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe