Advertisment

ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ କେଉଁ ସବୁ ପାକ୍‌ ଅଧିକାରୀ ସାମିଲ ହୋଇଥିଲେ?

ମେ’ ୭ରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ଲସ୍କର ଓ ଜୈଶର ଏକାଧିକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା। ଏହି ସମୟରେ ସେଠାରେ ଥିବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Terror

Terror

ପହଲଗାମ ନରସଂହାର ପରେ ଭାରତ କରିଥିବା ଅପରେସନ ସିନ୍ଦୂରରେ ପ୍ରାୟ ୧୦୦ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ୧୦୦ ଜଣଙ୍କ ମଧ୍ୟରେ ପାକିସ୍ତାନରେ ସକ୍ରିୟ ଥିବା ଲସ୍କର-ଇ-ତାଏବା ଓ ଜୈଶ-ଇ-ମହମ୍ମସର କିଛି ଟପ୍‌ ଆତଙ୍କବାଦୀ ମଧ୍ୟ ରହିଛନ୍ତି। ଏହି ଟପ୍‌ ଆତଙ୍କବାଦୀମାନେ ଭାରତ ବିରୋଧୀ ଅନେକ ହମଲାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତେଣୁ ମେ’ ୭ରେ ଭାରତୀୟ ସେନା ଅପରେସନ ସିନ୍ଦୂର ଜରିଆରେ ଲସ୍କର ଓ ଜୈଶର ଏକାଧିକ ଆତଙ୍କୀ ଆଡ୍ଡା ଧ୍ୱଂସ କରିଥିଲା। ଏହି ସମୟରେ ସେଠାରେ ଥିବା ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା।

Advertisment

କିନ୍ତୁ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କରାରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେବା ସମସ୍ତଙ୍କୁ ଚକିତ କରିଛି। ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରରେ ପାକ ସେନାର କେଉଁ ସବୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ, ତା’ର ତାଲିକା ଆଜି ଭାରତ ପକ୍ଷରୁ ସାର୍ବଜନୀନକ କରାଯାଇଛି। ସେମାନଙ୍କ ଫଟୋ ବି ଜାରି ହୋଇଛି। ଏହି ଘଟଣା ପାକିସ୍ତାନ ସେନାର ଆତଙ୍କୀ ପ୍ରେମକୁ ପଦାରେ ପକାଇଛି।

ଅପରେସନ ସିନ୍ଦୂର ବଳରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାରେ ମିସାଇଲ ମାଡ଼ କରିଥିଲା। ଏହା ମଧ୍ୟରେ ମୁରିଦକେରେ ଥିବା ଲସ୍କରର ମର୍କଜ ତାଏବା, ବାହାବଲପୁରରେ ଥିବା ଜୈଶର ମର୍ଜକ ସୁଭାନ ଆଲ୍ଲା ଓ ସିଆଲକୋଟରେ ଥିବା ହିଜବୁଲର ମେହମୋନା ଜୋୟାର ଭଳି ଆତଙ୍କୀ ଠିକଣା ପ୍ରମୁଖ ରହିଛି।

Advertisment

ଭାରତୀୟ ଅଧିକାରୀ କହିଛନ୍ତି, ମୁରିଦକେରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ଅନ୍ତି ସଂସ୍କାରର ନେତୃତ୍ୱ ଲସ୍କରର କମାଣ୍ଡର ଅବଦୁଲ ରୌଫ ନେଇଥିଲା। ରୌଫକୁ ଆମେରିକା ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିସାରିଛି। ପାକିସ୍ତାନୀ ଆର୍ମି ଓ ଆତଙ୍କବାଦୀଙ୍କ ମଧ୍ୟରେ ମଧୁଛନ୍ଦ୍ରିକାର ପର୍ଦ୍ଦାଫାସ ଏହି ଅନ୍ତିମ ସଂସ୍କାର ବେଳେ ଆସିଥିବା ଫଟୋ ପର୍ଦ୍ଦାଫାସ କରିଛି।

ଲେଫ୍ଟନାଣ୍ଟ ଜେନେରାଲ ଫୟାଜ ହୁସେନ ଶାହ, ମେଜର ଜେନେରାଲ ରାଓ ଇମରାନ ସର୍ତାଜ ଓ ବ୍ରିଗେଡିୟର ମହମ୍ମଦ ଫୁରକାନ ଶବିର ପ୍ରମୁଖ ଆତଙ୍କବାଦୀଙ୍କ ଅନ୍ତିମ ସଂସ୍କାରର ସାମିଲ ହୋଇଥିଲେ। ଫଟୋରେ ଆହୁରି ଦେଖିବାକୁ ମିଳୁଛି ଯେ ପାକିସ୍ତାନୀ ପୁଲିସ୍‌ ଅଫିସର ଉସମାନ ଅନୱାର ଓ ରାଜନେତା ମଲିକ ଶୋଏବ ଅମହମ ଆତଙ୍କବାଦୀଙ୍କ ସଂସ୍କାର ବେଳେ ପ୍ରାର୍ଥନା କରୁଛନ୍ତି।

ଆତଙ୍କବାଦୀଙ୍କୁ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଅନ୍ତିମ ବିଦାୟ ଦିଆଯାଇଛି। ଆତଙ୍କବାଦୀଙ୍କ କଫିନ ଉପରେ ପାକିସ୍ତାନୀୟ ଜାତୀୟ ପତାକା ମଧ୍ୟ ପକାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କୀ ନିହତ

ଭାରତୀୟ ସେନା କହିଛି ଯେ ଅପରେସନ ସିନ୍ଦୂରରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ସେନା ପକ୍ଷରୁ ହିଟ୍‌ କରାଯାଇଥିବା ଟାର୍ଗେଟଗୁଡ଼ିକର ଫଟୋ ମଧ୍ୟ ପ୍ରଦର୍ଶିତ କରାଯାଇଛି। ମୃତ ଆତଙ୍କବାନଦୀଙ୍କ ମଧ୍ୟରେ ମୁଦାସର ଖାଦିଆନ ଖାସ, ହାଫିଜ ମହମ୍ମଦ ଜାମୀଲ, ମହମ୍ମଦ ୟୁସୁଫ ଆଝାର, ଖାଲିଦ(ଅବୁ ଆକାଶ) ଓ ମହମ୍ମଦ ହାସନ ଖାନ ରହିଛନ୍ତି।

ଏମାନେ ଲସ୍କର-ଇ-ତାଏବା ଓ ଜୈଶ ମହମ୍ମଦ ଭଳି ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲେ। ଭାରତ ବିରୋଧୀ ଷଡ଼ଯନ୍ତ୍ରର ବିନ୍ଧାଣି ବୋଲି ଏମାନଙ୍କୁ କୁହାଯାଏ। ସବୁଠାରୁ ଆଚମ୍ବିତ କଥା ହେଲା, ଏହି ସବୁ ଆତଙ୍କବାଦୀଙ୍କୁ ପାକିସ୍ତାନରେ ହିରୋ ଭଳି ବିଦାୟ ଜଣାଯାଇଛି। ପାକିସ୍ତାନ ସେନା ଓ ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ଯୋଗ ଦେବାର ଫଟୋ ମଧ୍ୟ ସାମ୍ନାକୁ ଆସିଛି।

Terror Attack Pahalgam Operation Sindoor