Advertisment

ଗାନ୍ଧି ପରିବାରକୁ ଭଗବାନ ରାମଙ୍କ ବଂଶ ସହ ଯୋଡ଼ିବା ପ୍ରିୟଙ୍କାଙ୍କ ଅହଙ୍କାର: ଅନୁରାଗ

ସୋମବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି।

undefined

Priyanka Gandhi

Advertisment

ସୋମବାର କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଟାର୍ଗେଟ କରିଛନ୍ତି। ଅନୁରାଗ କହିଛନ୍ତି ଯେ, ଭଗବାନ ରାମଙ୍କ ବଂଶ ସହ ଗାନ୍ଧି ପରିବାରକୁ ଯୋଡ଼ିବା ହେଉଛି ପ୍ରିୟଙ୍କା ଗାନ୍ଧିଙ୍କର ଅହଙ୍କାର। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏମପି ପଦ ରଦ୍ଦକୁ ନେଇ ରବିବାର ପ୍ରିୟଙ୍କା ଗାନ୍ଧି ଏକ ରାଲିରେ ଭାଷଣ ଦେଇ ବର୍ଷିଥିଲେ। ଏମପି ପଦ ରଦ୍ଦକୁ ବିରୋଧ କରି ପ୍ରିୟଙ୍କା ବିଜେପିକୁ କଡ଼ା ସମାଲୋଚନା କରିଥିଲେ। ପ୍ରିୟଙ୍କା କହିଥିଲେ ଯେ, ସେମାନେ ପରିବାରବାଦକୁ ବିରୋଧ କରୁଛନ୍ତି। ତାହେଲେ ଭଗବାନ ରାମ କଣ ? ଭଗବାନ ରାମଙ୍କୁ ବନବାସ ହୋଇଥିଲା। କିନ୍ତୁ ସେ ତାଙ୍କ ଦାୟିତ୍ୱ ନିଜ ପରିବାର ଓ ମାତୃଭୂମି ପ୍ରତି ଅବହେଳା କରି ନଥିଲେ। ଏହା ପରିବାରବାଦ ନୁହଁ କି ? ପରିବାରବାଦ ମଧ୍ୟରେ ପାଣ୍ଡବମାନେ ଆସୁନାହାନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ।

Advertisment

ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ନିଜ ଅହଙ୍କାରରୁ ପ୍ରିୟଙ୍କା ଗାନ୍ଧି ପରିବାରକୁ ପ୍ରଭୁ ରାମଙ୍କ ବଂଶ ସହିତ ତୁଳନା କରିଛନ୍ତି। ପ୍ରଭୁ ରାମଙ୍କୁ ଗାନ୍ଧି ପରିବାର ସହ ତୁଳନା କରିବା ଦୁର୍ଭାଗ୍ୟଜନକ ବ୍ୟତୀତ ଆଉ କିଛି କୁହାଯାଇ ନପାରେ। ଭାରତକୁ କେବଳ ଏହି ଦିନ ଦେଖିବା ପାଇଁ ବାକି ରହିଥିଲା। ଭାରତର ଗଣତନ୍ତ୍ର, ସଂସଦ, ଦେଶଠାରୁ ସମସ୍ତଙ୍କ ଉପରେ ଏହି ପରିବାର ନିଜକୁ ଭାବେ ବୋଲି ଅନୁରାଗ କହିଛନ୍ତି। ଆଜି ସେହି ପରିବାର ନିଜକୁ ପ୍ରଭୁ ରାମଙ୍କ ସହ ସମାନ କରୁଛନ୍ତି।

ଏହା ହେଉଛି ଭାଇ ଓ ଭଉଣୀଙ୍କ ଏହି ଅହଂକାର। ସେହିପରି ରାହୁଲ ଗାନ୍ଧିଙ୍କ ସବରକର ମନ୍ତବ୍ୟକୁ ନେଇ ଅନୁରାଗ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ନେତା ରାହୁଲ ସ୍ୱପ୍ନରେ କେବେ ବି ସବରକର ହୋଇପାରିବେ ନାହିଁ। କାରଣ ସେମିତି ଏକ ଦେଶପ୍ରେମୀ ହେବା ପାଇଁ ମନରେ ଦୃଢ଼ ନିଷ୍ଠା, ରାଷ୍ଟ୍ର ଭକ୍ତି ଆବଶ୍ୟକ। ସବରକରଙ୍କ ବିରୋଧରେ ଅପମାନଜନକ ଟିପ୍ପୀଣି ଦେଇଥିବା ରାହୁଲ ଗାନ୍ଧି ଭୁଲ ମାଗିବା ଉଚିତ୍ ବୋଲି କହିଛନ୍ତି।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe