Advertisment

Suicide: ବିଲଡିଂରୁ ଡେଇଁ ୩ ଉଭଣୀଙ୍କ ଆତ୍ମହତ୍ୟା ଘଟଣା: ସାଂଘାତିକ ଦାବି କଲେ ବାପା

୩ ଉଭଣୀଙ୍କ ବାପା ଚେତନ କୁମାର ଦାବି କରିଛନ୍ତି ଯେ ତାଙ୍କର ୩ ଝିଅ ସେମାନଙ୍କ ଭାରତୀୟତାକୁ ଆଦୌ ପସନ୍ଦ କରୁ ନଥିଲେ। ସେମାନେ କୋରିଆ ସଂସ୍କୃତିକୁ ବେଶ ପସନ୍ଦ କରୁଥିଲେ। ସେମାନେ କୋରିଆନ ସିନେମା, ମ୍ୟୁଜିକ ଓ ଗେମରେ ବୁଡ଼ି ରହୁଥିଲେ। ମୋବାଇଲ ନିଶା ସେମାନଙ୍କୁ ଘାରିଥିଲା।

Suicide

ଘଟଣା ସ୍ଥଳର ଦୃଶ୍ୟ

Advertisment

ଗାଜିଆବାଦ ଟ୍ରିପଲ ସୁଇସାଇଡ(Suicide) ମାମଲାରେ ନୂଆ ଖୁଲସା। ୩ ଭଉଣୀ କୋରିଆନ ଗେମ ଜାଲରେ ଫସି ଏପରି ପଦକ୍ଷେପ ନେଇଛନ୍ତି ନା ପରିବାରର ଆର୍ଥିକ ବୋଝ ଯୋଗୁ ଏହା ଘଟିଛି, ତା’ର ତଦନ୍ତ ପୁଲିସ୍‌ କରୁଛି। ତେବେ ୩ ଉଭଣୀଙ୍କ ବାପା ସିଧାସଳଖ ଆର୍ଥିକ ବୋଝ ଦିଗକୁ ଖଣ୍ଡନ କରିଛନ୍ତି।

Advertisment

ତାଙ୍କ କହିବା କଥା ଯେ ୩ ଝିଅଙ୍କ ମଧ୍ୟରେ ବଢ଼ୁଥିବା କୋରିଆ ଓ କୋରିଆପ ପପ ସଂସ୍କୃତି ଯୋଗୁ ସେମାନେ ବୁଧବାର ରାତି ୨.୧୫ରେ ୯ମ ମହଲାରୁ ଡେଇଁ ଜୀବନ ହାରିଛନ୍ତି। ୩ ଉଭଣୀଙ୍କ ବାପା ଚେତନ କୁମାର ଦାବି କରିଛନ୍ତି ଯେ ତାଙ୍କର ୩ ଝିଅ ସେମାନଙ୍କ ଭାରତୀୟତାକୁ ଆଦୌ ପସନ୍ଦ କରୁ ନଥିଲେ। ସେମାନେ କୋରିଆ ସଂସ୍କୃତିକୁ ବେଶ ପସନ୍ଦ କରୁଥିଲେ।

ଚେତନ କହିଛନ୍ତି ଯେ ତାଙ୍କ ୩ ଝିଅ ପାଖି(୧୨), ପ୍ରାଚୀ(୧୨) ଓ ନିଶିକା(୧୬) ନିୟମିତ ଭାବେ କୋରିଆ ଯିବାକୁ କହୁଥିଲେ ଓ ସେମାନଙ୍କୁ ଭାରତୀୟ କହିଲେ ଚିଢ଼ୁଥିଲେ। ସେ କହିଛନ୍ତି, “ସେମାନେ ମୋତେ ବାରମ୍ବାର କୋରିଆ ନେଇ ଯିବାକୁ କହୁଥିଲେ। କିନ୍ତୁ ମୁଁ ସେମାନଙ୍କୁ କହୁଥିଲି ଯେ ଆମେ ଭାରତୀୟ। ଭାରତ ନାଁ ଶୁଣିଲେ ସେମାନଙ୍କୁ ରାଗ ଆସୁଥିଲା। ସେମାନେ ଏପରି କି ଖାଉ ନଥିଲେ।”

Advertisment

ଚେତନ ଦାବି କରିଛନ୍ତି ଯେ ମାତ୍ର ୨ରୁ ୩ ମାସ ତଳେ ସେ ଝିଅମାନଙ୍କର କୋରିଆ ସଂସ୍କୃତି ପ୍ରତି ଥିବା ଭଲ ପାଇବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ସେ କହିଛନ୍ତି, “ସେମାନେ ମୋତେ କହୁଥିଲେ ଯେ ଯଦି ମୁଁ ସେମାନଙ୍କୁ କୋରିଆ ନ ନେବି, ତା’ହେଲେ ସେମାନେ ମରିଯିବେ।” 

ଆତ୍ମହତ୍ୟାକୁ ନେଇ ୩ ଝିଅଙ୍କ ବାପା କ’ଣ କହିଲେ? 

ପ୍ରାଥମିକ ତଦନ୍ତରୁ ଚେତନଙ୍କ ସମ୍ପର୍କରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଚେତନଙ୍କର ୨ ଜଣ ପତ୍ନୀ ରହିଛନ୍ତି ଓ ସେମାନେ ଦୁଇ ଭଉଣୀ। ଏହି ଦୁଇ ପତ୍ନୀଙ୍କ ଠାରୁ ତାଙ୍କର ୫ ପିଲା ରହିଥିଲେ। ୧୬ ବର୍ଷୀୟ ଝିଅ ସବୁଠାରୁ ବଡ଼। ପ୍ରଥମ ପତ୍ନୀଙ୍କ ଝିଅ ହେଉଛି ବିଶିକା। ୧୪ ବର୍ଷୀୟ ପ୍ରାଚୀ ଓ ୧୨ ବର୍ଷୀୟ ପାଖି ଦ୍ୱିତୀୟ ପତ୍ନୀଙ୍କ ଝିଅ। 
ଚେତନ ଜଣେ ଷ୍ଟକ ଟ୍ରେଡର। ତାଙ୍କ ଉପରେ ପ୍ରାୟ ୨ କୋଟି ଟଙ୍କାର ଋଣ ଥିଲା। ଏପରି କି ସେ ୩ ଝିଅଙ୍କ ସ୍କୁଲ ଯିବା ୨ ବର୍ଷ ତଳେ ବନ୍ଦ କରି ଦେଇଥିଲେ।

ଏ ସମ୍ପର୍କରେ ଚେତନ କୁମାର କହିଛନ୍ତି ଯେ “ମୁଁ ୨୦ରୁ ୩୦ ଲକ୍ଷ ଟଙ୍କାର କ୍ଷତି ସହିଥିଲି। କିନ୍ତୁ ଏହା ସହ ମୋ ପିଲାଙ୍କ ଆତ୍ମହତ୍ୟା ମାମଲା କେମିତି ଜଡ଼ିତ? ମୋର ୩ ଝିଅ କୋରିଆନ ସଂସ୍କୃତି ସହ ଏତେ ମାତ୍ରାରେ ଜଡ଼ିତ ଥିଲେ ଯେ ସେମାନେ ନିଜ ନିଜର ନାଁ ଆଲିଜା, କିଣ୍ଡୀ ଓ ମାରିଆ ରଖିଥିଲେ।” 

ଆତ୍ମହତ୍ୟା ଦିନ କ’ଣ ଘଟିଥିଲା? 

ମଙ୍ଗଳବାର ସନ୍ଧ୍ୟାରେ କ’ଣ ସବୁ ଘଟିଥିଲା, ତା’ର ବିସ୍ତୃତ ସୂଚନା ଦେଇ ଚେତନ କହିଛନ୍ତି ଯେ ସନ୍ଧ୍ୟା ୭ଟାରେ ଝିଅମାନଙ୍କ ସହ ତାଙ୍କର ଛୋଟ ଧରଣର ଯୁକ୍ତିତର୍କ ହୋଇଥିଲା। ନିଜର ପାଠ ପଢ଼ା ଶେଷ କରିବାକୁ ଜଣେ ଝିଅ କୋରିଆ ଯିବାକୁ ଜିଦ କରିବାକୁ ପାଟିତୁଣ୍ଡ ହୋଇଥିଲା। ଏହାପରେ ଚେତନ ୩ ଝିଅଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। କିନ୍ତୁ ରାତି ପ୍ରାୟ ୧୦ଟା ବେଳେ ସେମାନେ ପୁଣି ମୋବାଇଲ ପାଇଯାଇଥିଲେ।

ମଧ୍ୟରାତ୍ର ଯାଏ ସେମାନେ ମୋବାଇଲ ଚିପିବାରୁ ମୋ ପତ୍ନୀ ସେମାନଙ୍କ ଠାରୁ ଏହା ପୁଣି ନେଇ ଆସିଥିଲେ। ଏହି ଘଟଣା ପରେ ୩ ଭଉଣୀ ନିଜକୁ ଘରର ପ୍ରାର୍ଥନା ରୁମରେ ଲକ କରି ଦେଇଥିଲେ। ଶେଷରେ ୨.୧୫ରେ ପରିବାର ଲୋକ ସେମାନଙ୍କୁ ମୃତ ଅବସ୍ଥାରେ ପାଇଥିଲେ ବୋଲି ଚେତନ କହିଛନ୍ତି। 

ତଦନ୍ତକାରୀ ଅଧିକାରୀମାନେ ଗୋଟିଏ ହାତ ଲେଖା ଚିଠି ପାଇଛନ୍ତି। ଏଥିରେ ୩ ଉଭଣୀ ସେମାନଙ୍କ ବାପାଙ୍କୁ କ୍ଷମା ମାଗିଛନ୍ତି ଓ ଉତ୍ତର ପାଇବାକୁ ସେମାନେ ଛାଡ଼ି ଯାଇଥିବା ଡାଏରୀ ପଢ଼ିବାକୁ କହିଛନ୍ତି। ଜଣେ ଭଉଣୀ ଲେଖିଛନ୍ତି ଯେ “ମୁଁ ପୂରା ଦୁଃଖିତ, ଦୁଃଖିତ ପାପା।” କାନ୍ଥରେ ଲେଖା ହୋଇଛି ଯେ “ମୋ ଜୀବନ ଅତ୍ୟନ୍ତ ଏକା।” 

ପୁଲିସ୍‌ର କହିବା କଥା ଯେ ୩ ଉଭଣୀ କୋରିଆନ ସଂସ୍କୃତି ସହ ଗଭୀର ଭାବେ ପ୍ରଭାବିତ ହୋଇଥିଲେ। ସେମାନେ କୋରିଆନ ସିନେମା, ମ୍ୟୁଜିକ ଓ ଗେମରେ ବୁଡ଼ି ରହୁଥିଲେ। ମୋବାଇଲ ନିଶା ସେମାନଙ୍କୁ ଘାରିଥିଲା। ପରିବାର ଲୋକ ସେମାନଙ୍କ ଏହି ନିଶାକୁ ବାରଣ କରିବାରୁ ସମ୍ଭବତଃ ସେମାନେ ଏପରି ପଦକ୍ଷେପ ନେଇଛନ୍ତି। 

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe