Advertisment

ଆପ୍‌ ନେତାଙ୍କ ଅଭିଯୋଗ: କେଜ୍ରିଓ୍ୱାଲଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର

ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୌରଭ ଭରଦ୍ୱାଜ କେନ୍ଦ୍ର ସରକାର ଓ ଦିଲ୍ଲୀ ଏଲ୍‌ଜି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେଜ୍ରିଓ୍ୱାଲଙ୍କୁ ଧୀରେ ଧୀରେ ମାରିଦେବାକୁ ଚେଷ୍ଟା ଚାଲିଛି। ସେ ବାରମ୍ବାର ଇନ୍‌ସୁଲିନ୍‌ ମାଗୁଛନ୍ତି। କିନ୍ତୁ ତାଙ୍କୁ ଦିଆଯାଉ ନାହିଁ।

author-image
Madhupriya Mistry
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେଲରେ ବନ୍ଦି ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଜୀବନ ପ୍ରତି ରହିଛି ଭୟ। ତାଙ୍କୁ ହତ୍ୟା ପାଇଁ ଚାଲିଛି ଷଡଯନ୍ତ୍ର। ଏପରିକି ତାଙ୍କର ସ୍ଲୋ ଡେଥ୍‌ ପାଇଁ ଯୋଜନା ଚାଲିଛି। ଏଭଳି କିଛି ବଡ ଅଭିଯୋଗ ଆଣିଛନ୍ତି ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ସରକାରର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ।

Advertisment

ଶନିବାର ସାମ୍ବାଦିକ ସମ୍ମିଳନୀ କରି ସୌରଭ ଭରଦ୍ୱାଜ କେନ୍ଦ୍ର ସରକାର ଓ ଦିଲ୍ଲୀ ଏଲ୍‌ଜି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, କେଜ୍ରିଓ୍ୱାଲଙ୍କୁ ଧୀରେ ଧୀରେ ମାରିଦେବାକୁ ଚେଷ୍ଟା ଚାଲିଛି। ସେ ଜଣେ ମଧୁମେହ ରୋଗୀ। ତାଙ୍କର ହାଇ ସୁଗର ଲେବୁଲ ରହିଛି। ଏଥିପାଇଁ ସେ ବାରମ୍ବାର ଇନ୍‌ସୁଲିନ୍‌ ମାଗୁଛନ୍ତି। କିନ୍ତୁ ତାଙ୍କୁ ଦିଆଯାଉ ନାହିଁ। ସୁଗାର ଲେବୁଲ ବଢ଼ିଲେ ଆଖି, କିଡନୀ, ଲିଭର ଓ ହାର୍ଟ ଉପରେ ପ୍ରଭାବ ପଡେ, ଯାହାର କୌଣସି ଚିକିତ୍ସା ନାହିଁ। ଏଭଳି କରି କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ଚାଲିଛି।

ସେ ଆହୁରି କହିଛନ୍ତି, କେଜ୍ରିଓ୍ୱାଲ ଗତ କିଛି ଦିନ ହେବ ମିଛ ମାମଲାରେ ଜେଲ୍‌ରେ ବନ୍ଦୀ ଅଛନ୍ତି। ସମସ୍ତେ ଜାଣନ୍ତି ଯେ, ଦୀର୍ଘ ୨୨ ବର୍ଷ ହେଲା କେଜ୍ରିଓ୍ୱାଲ ମଧୁମେହ ରୋଗରେ ପୀଡିତ। ଏଭଳି ସ୍ଥିତିରେ ଯଦି ରୋଗୀଙ୍କ ମେଡିସିନ୍‌ ଖାଇ ସୁଗାର ଲେବୁଲ ଠିକ୍‌ ନହୁଏ ତେବେ ତାଙ୍କୁ ଇନ୍‌ସୁଲିନ୍‌ ନେବାକୁ ପଡେ। ମୁଖ୍ୟମନ୍ତ୍ରୀଙ୍କୁ ଔଷଧ ଦିଆଯାଉ ନାହିଁ। ତେଣୁ ଇନ୍‌ସୁଲିନ୍ ପାଇଁ ତାଙ୍କୁ କୋର୍ଟ ଯିବାକୁ ପଡୁଛି।

Advertisment

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲ ତିହାର ଜେଲ୍‌ରେ ବନ୍ଦି ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ରାଜନୀତି ଜୋର୍‌ ଧରିଛି। କେଜ୍ରିଓ୍ୱାଲ ନିଜ ଡାଏଟ୍‌କୁ ନେଇ କୋର୍ଟରେ ଆବେଦନ କରିଥିଲେ। ଶୁକ୍ରବାର ଏହି ମାମଲାର ଶୁଣାଣି ହୋଇଥିଲା।

ଏହି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଥିଲା ଯେ କେଜ୍ରିଓ୍ୱାଲ ଜାଣିଶୁଣି ମେଡିକାଲ ଗ୍ରାଉଣ୍ଡ ଆଧାରରେ ଜାମିନ୍‌ ପାଇବା ପାଇଁ ଜାଣିଶୁଣି ଜେଲ୍‌ ଭିତରେ ମିଠା ଖାଉଛନ୍ତି। କେଜ୍ରିଓ୍ୱାଲଙ୍କ ପାଇଁ ଘରୁ ଯେଉଁ ଖାଦ୍ୟ ଆସୁଛି, ସେଥିରେ ଆମ୍ବ, ମିଠା, ପୁରୀ ଆଦି ଦିଆଯାଉଛି। ଏଥିପାଇଁ ତାଙ୍କ ସୁଗାର ଲେବୁଲ ବଢ଼ୁଛି। ସେପଟେ କେଜ୍ରିଓ୍ୱାଲଙ୍କ ଓକିଲ ଦାବି କରିଥିଲେ, ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ୪୮ ଖାଦ୍ୟ ଆସିଛି। ଏଥିରେ ମାତ୍ର ତିନି ଥର କେଜ୍ରିଓ୍ୱାଲଙ୍କୁ ଆମ୍ବ ଦିଆଯାଇଛି।

Arvind Kejriwal AAP Delhi Liquor Policy Case