Advertisment

'ନାଗିନ' ଡାନ୍ସ କରିବାକୁ ମଦ ପିଇଥିଲେ, ୪୦ ବରଯାତ୍ରୀ ଗିରଫ

'ନାଗିନ' ଡାନ୍ସ କରିବା ପାଇଁ ମଦପିଇ ଆସିଥିବା ବରଯାତ୍ରୀଙ୍କୁ ଉଠାଇ ନେଇଛି ପୁଲିସ।

author-image
Debibandita Barick
ଅଦ୍ୟତନ ହୋଇଛି
Wedding attendees

Wedding attendees

ବିହାରରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ୪୦ ଜଣ ବରଯାତ୍ରୀଙ୍କୁ ଗିରଫ କରିଛି ପୁଲିସ। ଏମାନଙ୍କୁ ବ୍ୟାଣ୍ଡପାର୍ଟିରେ 'ନାଗିନ' ଡାନ୍ସ ମଦ ପିଇଥିବା ଅଭିଯୋଗରେ ଗିରଫ କରାଯାଇଛି। ବିହାରରେ ମଦ ଉପରେ ବ୍ୟାନ ଲଗାଯାଇ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ।

Advertisment

ପ୍ରକାଶ ଥାଉକି, ବିହାରରେ ୨୦୧୬ ମସିହାରୁ ମଦ୍ୟପାନ, ବିକ୍ରି ଏବଂ ଚାଲାଣ ସବୁକିଛି ବ୍ୟାନ କରାଯାଇଛି। ଏହା ସତ୍ତ୍ୱେ ଅଧିକାଂସ ସମୟରେ ମଦମୃତ୍ୟୁର କରୁଣ ଚିତ୍ର ସାମ୍ନାକୁ ଆସେ। ଏହାକୁ ରୋକିବା ପାଇଁ ପୁଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି। ଏହି କ୍ରମରେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି।

ପୁଲିସର କହିବା ଅନୁସାରେ, ୪୦ ଜଣ ବରଯାତ୍ରୀଙ୍କ ବ୍ୟତୀତ ଅନ୍ୟ ସାତ ଜଣ ମଦ ବ୍ୟବସାୟୀ ମଧ୍ୟ ଗିରଫ ହୋଇଛନ୍ତି। ବରଯାତ୍ରୀମାନେ ସେମାନଙ୍କ ଠାରୁ ମଦ ଆଣିଥିଲେ। ସେମାନେ ମଦ ପିଇବା ପରେ ଅନ୍ୟମାନଙ୍କୁ ଦେବା ପାଇଁ ମଧ୍ୟ ମଦ ବୋତଲ ଆଣିଥିଲେ। ପୁଲିସ ସେମାନଙ୍କୁ ଗିରଫ କରାଯିବା ସହ ୨ଟି ଗାଡ଼ି ଜବତ କରିଛି ପୁଲିସ।

Advertisment

ଅବକାରୀ ଇନ୍ସପେକ୍ଟର ଶିବନ୍ଦ୍ରା କହିଛନ୍ତି, "ଅବକାରୀ ବିଭାଗ କ୍ରମାଗତ ଭାବେ ମଦ ଚୋରା ଚାଲାଣକାରୀ ଏବଂ ମଦ୍ୟପମାନଙ୍କ ବିରୋଧରେ ଅଭିଯାନ ଚଳାଉଛି। ଆମ ଟିମ୍ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି। ବରଯାତ୍ରୀରେ ମଦ ପିଇ ଆସିଥିବା ଲୋକଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ଅଧିକାରୀମାନେ ଛଦ୍ମବେଶରେ ଯାଇଥିଲେ।"

Bihar Wedding News Liquor Ban Bihar Police