Advertisment

ସମ୍ଭାଳି ପାରିଲେନି, ମଦ ଦୋକାନରେ ଚୋରି କରିବା ବେଳେ ପ୍ରବଳ ପିଇଦେଲ: ଆଉ ତା’ ପରେ...

ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା।

author-image
Hemant Lenka
Thief

Thief

ଲୋଭରୁ ମୃତ୍ୟୁ। ଏହି ଲୋକ କଥାଟି ଜଣେ ଚୋର କ୍ଷେତ୍ରରେ ପ୍ରମାଣିତ ହୋଇଛି। ଚୋର ଜଣକ ବେଶ ଚତୁରତାର ସହ ଗୋଟିଏ ମଦ ଦୋକାରେ ପଶିଥିଲା। ଦୋକାନ ଛାତରେ ଲାଗିଥିବା ଟାଇଲ୍ସକୁ ବାହାର କରି ଭିତରକୁ ଯାଇଥିଲା। ପ୍ରଥମେ ସିସିଟିଭି କ୍ୟାମେରାକୁ ଅକାମୀ କରିଥିଲା। ଏହାପରେ ଡ୍ରରେ ଥିବା ସବୁ ଟଙ୍କା ଓ ଅନ୍ୟାନ୍ୟ ଜିନିଷକୁ ବାହାର କରି ପ୍ୟାକ କରିଥିଲା।

Advertisment

ସେ କରିଥିବା ଯୋଜନା ଅନୁସାରେ ସବୁ କିଛି ଚାଲିଥିଲା। କିନ୍ତୁ ହଠାତ୍‌ ତା’ର ଲୋଭ ବଢ଼ି ଯାଇଥିଲା। ଦୋକାନ ଭିତରେ ଥିବା ମଦ ବୋତଲଗୁଡ଼ିକ ଦେଖି ସେ ଆଉ ସମ୍ଭାଳି ପାରିନଥିଲା। ବାସ୍‌ ସେ ଗୋଟିଏ ପରେ ଗୋଟିଏ ପ୍ୟାଗ ନେବା ଆରମ୍ଭ କରିଥିଲା।

ନବବର୍ଷ ପୂର୍ବରୁ ଏତେ ଜିନିଷ ଲୁଟ କରିବାରେ ସେ ସଫଳ ହୋଇଥିବାରୁ ଖୁସିରେ ପିଇ ଚାଲିଥିଲା। ସେ ଏତେ ପିଇଥିଲା ଯେ ତାକୁ ପୂରା ନିଶା ହୋଇଯାଇଥିଲା। ସେ ଦୋକାନରୁ ଲୁଟ ଜିନିଷ ନେଇ ବାହାରିବ କ’ଣ, ସେଠାରେ ନିଶାରେ ଶୋଇପଡ଼ିଥିଲା।

Advertisment

ରାତି ସାରା ମଦ ନିଶାରେ ସେ ଦୋକାନ ଭିତରେ ଶୋଇ ରହିଥିଲା। ଆଜି ସକାଳେ ଦୋକାନର କର୍ମଚାରୀ ଆସିବା ପରେ ତା’କୁ ସେଠାରେ ଶୋଇଥିବା ଦେଖି ଚକିତ ହୋଇଛନ୍ତି।

ତେଲଙ୍ଗାନାର ମେଡକ ଜିଲ୍ଲାରେ ଥିବା କନକଦୁର୍ଗା ମଦ ଦୋକାନାରୁ ଚୋରି କରିବା ବେଳେ ଏପରି ଘଟଣା ଘଟିଛି। ଆଜି ସକାଳୁ କର୍ମଚାରୀମାନେ ଦୋକାନରେ ପଶିବା କ୍ଷଣି ଦେଖିବାକୁ ପାଇଥିଲେ ଯେ ଜଣେ ବ୍ୟକ୍ତି ସେଠାରେ ଶୋଇ ରହିଛି। ନଗଦ ଟଙ୍କା ଓ ମଦ ବୋତଲ ସବୁ ତା’ ଚାରି ପାଖରେ ଏଣେତେଣେ ପଡ଼ି ରହିଛି। ବ୍ୟକ୍ତି ଜଣକ ଶୋଇଥିବା ବେଳେ ତା’ର ଫଟୋକୁ ମଧ୍ୟ କର୍ମଚାରୀମାନା ଉଠାଇଛନ୍ତି।

ମଦ ଦୋକାନର ଇନଚାର୍ଜ ନରସିଂହଙ୍କ ସହ ଅନ୍ୟମାନେ ମଦୁଆ ଚୋରକୁ ଦୋକାନ ଭିତରୁ ଠାବ କରିଛନ୍ତି। ନରସିଂହ କହିଛନ୍ତି, “ରବିବାର ରାତି ୧୦ଟାରେ ଆମେ ଦୋକାନ ବନ୍ଦ କରିଥିଲୁ। ସୋମବାର ଦିନ ୧୦ଟାରେ ଦୋକାନ ଖୋଲା ହୋଇଥିଲା। ଏହି ସମୟରେ ଦୋକାନ ଭିତରେ ଜଣେ ବ୍ୟକ୍ତି ନିସ୍ତେଜ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲି।

ବ୍ୟକ୍ତି ଜଣକ ଛାତ ବାଟେ ଟାଇଲ କାଢ଼ି ଭିତରେ ପ୍ରବେଶ କରିଛି। ଏହାପରେ କ୍ୟାଶ ବକ୍ସରୁ ଟଙ୍କା କାଢ଼ିଥିଲା। ତାକୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଛି। ତା’ର କେହି ସହଯୋଗୀ ଆସିଥିଲେ କି ନାହିଁ, ତା’ର ତଦନ୍ତ ପୁଲିସ୍‌ କରୁଛି।”

Telengana Thief Police