/odisha-reporter/media/media_files/2026/01/06/thief-2026-01-06-13-34-33.jpg)
ଫସିଗଲା ଚୋର
ଚୋରି କରିବାକୁ ଆସି ସାଂଘାତିକ ସ୍ଥିତିର ସମ୍ମୁଖୀନ ହୋଇଛି ଚୋର। ରାଜସ୍ଥାନର କୋଟାରେ ଜଣେ ଯୁବକ ଜଣଙ୍କ ଘରେ ଚୋରି କରିବା ଉଦ୍ଦେଶ୍ୟରେ ପଶିଥିଲା। କିନ୍ତୁ ସ୍ଥିତି ଏପରି ହୋଇଛି ଯେ ସେ ଚୋରି କରିବାକୁ ଆସି ରୋଷେଇ ଘରେ ଏକଜଷ୍ଟ ଫ୍ୟାନ ଲାଗିବା ପାଇଁ ହୋଇଥିବା ଗାତରେ ଫସି ଯାଇଥିଲା। ଦୀର୍ଘ ସମୟ ଧରି ସେଠାରେ ଝୁଲି ରହିବା ପରେ ପୁଲିସ୍ ତା’କୁ ଉଦ୍ଧାର କରିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପୂରା ଘଟଣା ସୁଭାଷ କୁମାର ରାୱତଙ୍କ ଘରେ ଘଟିଛି। ସେ ଜାନୁଆରୀ ୩ରେ ଖାତୁଶ୍ୟାମଜୀ ଯାଇଥିଲେ। ପରଦିନ ରାତି ପ୍ରାୟ ୧ଟା ବେଳେ ରାୱତଙ୍କ ପତ୍ନୀ ମୁଖ୍ୟ ଗେଟ ଖୋଲିବା କ୍ଷଣୀ ତାଙ୍କ ନଜର ସିଧା ରୋଷେଇ ଘର ଆଡ଼େ ଯାଇଥିଲା। ଘର ବାହାରେ ଗୋଟିଏ ସ୍କୁଟି ରହିଥିବା ବେଳେ ଏହାର ହେଡଲାଇଟ ସିଧା ରୋଷେଇ ଘର ଉପରେ ପଡ଼ୁଥିବାରୁ ରାୱତଙ୍କ ନଜର ସେଇ ଆଡ଼େ ଚାଲି ଯାଇଥିଲା।
ସେ ରୋଷେଇ ଘର ଆଡ଼େ ଚାହିଁଲା ବେଳକୁ ଜଣେ ଯୁବକ ସେଠାରେ ଥିବା ଏକଜଷ୍ଟ ଫ୍ୟାନ ଗାତରେ ଝୁଲି ରହିଛି। ତା’ ଶରୀର ଅଧା ବାହାରେ ଥିବା ବେଳେ ଅଣ୍ଟା ପାଖରୁ ବାକି ଅଂଶ ରୋଷେଇ ଘର ଭିତରେ ରହିଛି।
ରାୱତଙ୍କ ପତ୍ନୀ ତୁରନ୍ତ ଏହାକୁ ରେକର୍ଡ କରିବା ସହ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରି ଫସି ଥିବା ଚୋରକୁ ସେଠାରୁ ବାହାର କରିଛି।
A theft did was foiled after the thief got stuck in the exhaust vent of the house he was trying to enter in Kota district of Rajasthan. Later, owner alerted cops who arrived and rescued him. pic.twitter.com/SQnpIrXP3s
— Piyush Rai (@Benarasiyaa) January 6, 2026
ପୁଲିସ୍ର କହିବା କଥା ଯେ ଯୁବକ ଜଣକ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲା। ସେ ରୋଷେଇ ଘରର ଏକଜଷ୍ଟ ଫ୍ୟାନ ଲାଗିବା ପାଇଁ ଥିବା ସ୍ଥାନ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ସେଠାରେ ସେ ଏମିତି ଭାବେ ଫସି ଯାଇଥିଲା ଯେ ଆଉ ବାହାରି ପାରି ନଥିଲା।
ଦୁଇ ଜଣ ଯୁବକ ଚୋରି ଉଦ୍ଦେଶ୍ୟରେ ଆସିଥିଲେ। ଜଣେ ସେଠାରେ ଲାଖି ଯାଇଥିବା ବେଳେ ଆଉ ଜଣେ ରାୱତଙ୍କ ପରିବାର ଲୋକଙ୍କ ଶବ୍ଦ ଶୁଣି ସେଠାରୁ ଚମ୍ପଟ ମାରିଥିଲା। ପୁଲିସ୍ ଟିମ ଦୀର୍ଘ ୧ ଘଣ୍ଟା କାଳ ପରିଶ୍ରମ କରି ଶେଷରେ ଚୋରକୁ ସେଠାରୁ ବାହାର କରି ଗିରଫ କରିଛି। ଏବେ ଘଟଣା ଅଧିକ ତଦନ୍ତ ଚାଲିଥିବା ପୁଲିସ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
