Advertisment

ପତ୍ନୀଙ୍କୁ ଖୁସି କରିବାକୁ ଚୋର ପିନ୍ଧି ଥିଲା ପୁଲିସ୍‌ ପୋଷାକ, ନିଲମ୍ବିତ ହେଲେ କନଷ୍ଟେବଲ

ଘଟଣାର ଗୋଟିଏ ବର୍ଷ ପରେ ନିଲମ୍ବିତ ହୋଇଛନ୍ତି କନଷ୍ଟେବଲ। ବେପରୁଆ ଆଚରଣ ଓ ଅବହେଳା ପାଇଁ ବେଙ୍ଗାଲୁର ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି।

Police

Police

Advertisment

ଚୋରି ମାମଲାରେ ଗିରଫ ହୋଇଥିଲେ। କିନ୍ତୁ ପତ୍ନୀଙ୍କୁ ଖୁସି କରିବାକୁ ପୁଲିସ୍‌ ପୋଷାକ ପିନ୍ଧିଲେ। ପୁଲିସ୍‌ ପୋଷାକରେ ପତ୍ନୀଙ୍କୁ ଭିଡିଓ କଲ କରି ଫୁଟାଣି ମାରିଲେ। ହେଲେ ଚୋରକୁ ପୁଲିସ୍‌ ପୋଷାକ ଦେଇଥିବା କନଷ୍ଟେବଲଙ୍କୁ ଏହା ମହଙ୍ଗା ପଡ଼ିଛି। ଘଟଣାର ଗୋଟିଏ ବର୍ଷ ପରେ ନିଲମ୍ବିତ ହୋଇଛନ୍ତି କନଷ୍ଟେବଲ। ବେପରୁଆ ଆଚରଣ ଓ ଅବହେଳା ପାଇଁ ବେଙ୍ଗାଲୁର ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି।

Advertisment

ପୁଲିସ୍‌ର କହିବା କଥା ଯେ ଗୋବିନ୍ଦପୁରା ପୁଲିସ୍‌ ଷ୍ଟେସନରେ କାର୍ଯ୍ୟ କରୁଥିବା କନଷ୍ଟେବଲ ସୋନାରେ ଏଚ ଆରଙ୍କୁ ନିଲମ୍ବିତ କରାଯାଇଛି। ସେ ୫୦ରୁ ଅଧିକ ଚୋରି ମାମଲାରେ ସାମିଲ ଥିବା ସଲୀମ ଶେଖ ଓରଫ ବମ୍ବେ ସଲୀମଙ୍କୁ ନିଜର ପୁଲିସ୍‌ ପୋଷାକ ପିନ୍ଧିବାକୁ ଦେଇଥିଲେ। ଏକଥା ଜଣାପଡ଼ିବା ପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଇନ୍ଦିରା ନଗର ପୁଲିସ୍‌ ଜୁନ ୨୩ରେ ରୁଜୁ ହୋଇଥିବର ଗୋଟିଏ ଚୋରି ମାମଲାର ତଦନ୍ତ କରୁଥିବା ବେଳେ ପୂରା ଘଟଣା ସାମ୍ନାକୁ ଆସିଥିଲା। ସିସିଟିଭି ଓ ମୋବାଇଲ ଫୋନ ତଥ୍ୟକୁ ଯାଞ୍ଚ କରିବା ବେଳେ ପୁଲିସ୍‌ ଚୋରି ଗ୍ୟାଙ୍ଗରେ ସଲୀମ ସାମିଲ ଥିବା ଜାଣିବାକୁ ପାଇଥିଲା।

Advertisment

ଏହାପରେ ତାଙ୍କୁ ଗିରଫ କରାଯାଇଥିଲା। ତଦନ୍ତ ବେଳେ ଇନ୍ଦିରା ନଗର ପୁଲିସ ପକ୍ଷରୁ ସଲୀମଙ୍କ ମୋବାଇଲ ଫୋନକୁ ଯାଞ୍ଚ କରାଯାଇଥିଲା। ଏହି ସମୟରେ ଗୋଟିଏ ହ୍ୱାଟସଆପ ଭିଡିଓ କଲର ସ୍କ୍ରିନଶଟ ମିଳିଥିଲା। ଉକ୍ତ ଫୋଟରେ ସଲୀମ ପୁଲିସ୍‌ ପୋଷାକ ପିନ୍ଧିଛନ୍ତି। ଭିଡିଓ କଲରେ ଥିବା ମହିଳା ତାଙ୍କ ପତ୍ନୀ ବୋଲି ସେ ପୁଲିସ୍‌କୁ କହିଥିଲେ।

ଅଧିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଗତବର୍ଷ ଆଉ ଏକ ଚୋରି ଘଟଣାରେ ଗୋବିନ୍ଦପୁରା ପୁଲିସ୍ ସଲୀମଙ୍କୁ ଗିରଫ କରିଥିଲା। ଚୋରି ସାମଗ୍ରୀକୁ ଜବତ କରିବା ପାଇଁ ସଲୀମଙ୍କୁ ପୁଲିସ୍‌ ନିଜ ହେପାଜତରେ ବେଙ୍ଗାଲୁରୁ ବାହାରକୁ ନେଇଥିଲା। ଏହି ସମୟରେ ସେମାନେ ଗୋଟିଏ ହୋଟେଲରେ ରହିଥିଲେ। ହୋଟେଲ ରହଣୀ ସମୟରେ ସୋନାରେଙ୍କ ୟୁନିଫର୍ମକୁ ସଲୀମ ପିନ୍ଧିଥିଲେ ଓ ପତ୍ନୀଙ୍କୁ ଭିଡିଓ କଲ କରି ଖୁସି କରାଇଥିଲେ।

ଏହା ସ୍ପଷ୍ଟ ହେବା ପରେ କନଷ୍ଟେବଲ ସୋନାରେଙ୍କୁ ନିଲମ୍ବିତ କରାଯାଇଛି।

Crime Police Bengaluru
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe