Thieves attempted to rob
ଚୋରି କରିବା ଉଦ୍ଦେଶ୍ୟରେ ପଶି ଥିଲେ। କିନ୍ତୁ କିଛି ନନେଇ ଓଲଟା ଖଣ୍ଡେ ୫୦୦ ଟଙ୍କିଆ ନୋଟ୍ ଘର ମାଲିକଙ୍କ ଉଦ୍ଦେଶ୍ୟରେ ରଖି ଦେଇଥିଲେ।ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଘଟିଛି ଏହି ଘଟଣା, ଯାହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।
ଘଟଣାଟି ଜୁଲାଇ ୨୦ ତାରିଖର। ସେହି ଦିନ ବିଳମ୍ବିତ ରାତିରେ କିଛି ଚୋର ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର ଏମ୍. ରାମକୃଷ୍ଣଙ୍କ ଘରେ ପଶିଥିଲେ। ଏମ୍. ରାମକୃଷ୍ଣ ଓ ତାଙ୍କ ପତ୍ନୀ ସେଦିନ ଘରେ ନଥିଲେ। ୧୯ ତାରିଖରୁ ସେମାନେ ଗୁରୁଗ୍ରାମରେ ରହୁଥିବା ସେମାନଙ୍କ ପୁଅ ପାଖକୁ ଯାଇଥିଲେ।
ଚୋରମାନେ ଏମ୍. ରାମକୃଷ୍ଣଙ୍କ ଘରେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ସୁନା ଅଳଙ୍କାର ବା ଅନ୍ୟ କିଛି ମୂଲ୍ୟବାନ ସାମଗ୍ରୀ ପାଇନଥିଲେ। ତେଣୁ ସେମାନେ ଗଲା ବେଳେ ଘରେ ଖଣ୍ଡେ ୫୦୦ ଟଙ୍କିଆ ନୋଟ୍ ଛାଡ଼ି ଯାଇଥିଲେ।
୨୧ ତାରିଖ ସକାଳେ ଘରେ ଚୋରୁ ହୋଇଥିବା ନେଇ ପଡ଼ୋଶୀଙ୍କ ଠାରୁ ଫୋନ୍ ପାଇଲେ ଏମ୍. ରାମକୃଷ୍ଣ। ଏହା ଶୁଣି ସେ ତୁରନ୍ତ ଘରେ ଆସି ପହଞ୍ଚିଥିଲେ। ଘରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିବା ସେ ଦେଖିଥିଲେ। ତେବେ ଘର ଭିତରକୁ ଯାଇ ବୁଲାବୁଲି କରି ଦେଖିବା ପରେ ଜାଣିଲେ ଯେ ଚୋରମାନେ କିଛି ନେଇ ନାହାନ୍ତି। ଓଲଟା ଘରେ ଏକ ୫୦୦ ଟଙ୍କିଆ ନୋଟ୍ ଛାଡ଼ି ଯାଇଥିଲେ।
ପୁଲିସ କହିଛି ଯେ ଚୋରମାନେ ଇଞ୍ଜିନିୟରଙ୍କ ଘରୁ କୌଣସି ମୂଲ୍ୟବାନ ସାମଗ୍ରୀ ନ ପାଇବା ପରେ ରାଗିଯାଇ ଏଭଳି କରିଥିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1690198259.jpg)