Advertisment

ବିଷ ବଳୟରେ ଦିଲ୍ଲୀ, ଦୀପାବଳି ପୂର୍ବରୁ ଡ଼ରାଇଲାଣି ପ୍ରଦୂଷଣ

୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଚାଲିଯାଇଥିବା ରେକର୍ଡ ହୋଇଛି।

Delhi

Delhi

Advertisment

ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଦୀପାବଳି ପୂର୍ବରୁ ଡରାଇଲାଣି ପ୍ରଦୂଷଣ। ବିଷାକ୍ତ ହୋଇଗଲାଣି ବାୟୁ। ଚାରିଆଡେ ଢ଼ାଙ୍କି ହୋଇଗଲାଣି ଧୂଆଁର ମୋଟା ଚାଦର। ଆଖି ଜଳିବା ସହ ହେଲାଣି ଗଳାରେ ଯନ୍ତ୍ରଣା। ଶନିବାର ସକାଳୁ ସକାଳୁ ଦିଲ୍ଲୀ ଓ ଏନ୍‌ସିଆର୍‌ର ସହରଗୁଡିକର ଏଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି।

Advertisment

ଶନିବାର ସକାଳେ ଦିଲ୍ଲୀରେ ବାୟୁର ଗୁଣବତ୍ତା ନିମ୍ନସ୍ତରକୁ ଖସିଆସିଛି। ବିଭିନ୍ନ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୦୦ ପାର୍‌ ହୋଇଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀର AQI ଶନିବାର ୨୭୪ରେ ପହଞ୍ଚିଛି। ସେହିପରି ୧୩ଟି ହଟ୍‌ସ୍ପଟ୍‌ ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ବାୟୁର ଗୁଣବତ୍ତା ଅତି ନିମ୍ନସ୍ତରକୁ ଚାଲିଯାଇଥିବା ରେକର୍ଡ ହୋଇଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ରବିବାର ସୁଦ୍ଧା ସହହର ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା AQI ଅତ୍ୟନ୍ତ ନିମ୍ନସ୍ତରକୁ ପହଞ୍ଚିବା ସମ୍ଭାବନା ରହିଛି।

ଦିଲ୍ଲୀ-ଏନ୍‌ସିଆର୍‌ରେ ଶନିବାର ସକାଳେ ବାୟୁ ପ୍ରଦୂଷଣର ସ୍ତର ଖରାପ ଓ ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଥିବା ରେକର୍ଡ କରାଯାଇଛି। ଦିଲ୍ଲୀର ମୁଣ୍ଡକାରେ ସବୁଠୁ ଖରାପ ରହିଛି ବାୟୁର ଗୁଣବତ୍ତା। ଏଠାରେ AQI ୩୭୨ ରହିଛି। ସେହିପରି ବବାନାରେ ୩୬୬, ଜାହାଙ୍ଗିରପୁରିରେ ୩୫୩, ଦ୍ୱାରକାରେ ୩୪୩, ଆନନ୍ଦ ବିହାରରେ ୩୩୪ ଥିବା ରେକର୍ଡ କରାଯାଇଛି। ଏହାବ୍ୟତୀତ ନୋଏଡାରେ ୨୨୬ ଓ ଫରିଦାବାଦର AQI ୨୦୯ ରେକର୍ଡ ହୋଇଛି।

Advertisment

ଦିଲ୍ଲୀର ଅକ୍ଷରଧାମ ଓ ଏହାର ଆଖପାଖ ଅଞ୍ଚଳରେ ଧୂଆଁର ଏକ ଚାଦାର ଛାଇଯାଇଛି, କାରଣ ଏହି ଅଞ୍ଚଳର AIQ ବୃଦ୍ଧି ପାଇଁ ୩୩୪ରେ ପହଞ୍ଚି ଯାଇଛି। ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣ ମାତ୍ର ଆହେତୁକ ଭାବେ ବୃଦ୍ଧି ପାଇଛି ଯାହା ଅନେକ ସମସ୍ୟା ସୃଷ୍ଟି କରୁଛି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଉଚିତ ପଦକ୍ଷେପ ନେବା ଉଚିତ୍ ବୋଲି ଏଠାକାର ଜଣେ ବାସିନ୍ଦା କହିଛନ୍ତି।

Delhi Air Pollution Delhi Air Quality
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe