Advertisment

ଚାଷୀଙ୍କ ବିଶାଳ ‌ଆନ୍ଦୋଳନ ଜାରି, କାଲି କେନ୍ଦ୍ର ସହ ପୁଣି ଆଲୋଚନା

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଓ ଋଣ ଛାଡ଼ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ଚାଲୋ ଶୋଭାଯାତ୍ରା ଆରମ୍ଭ କରାଯାଇଛି।

Farmer

Farmer

Advertisment

ପୁଲିସ୍‌ ଓ ପ୍ରଶାସନର ସବୁ ପ୍ରକାରର ବଳପ୍ରୟୋଗ ସତ୍ତ୍ୱେ ନିଜର ହକ ପାଇଁ ଲଢ଼େଇ କରୁଥିବା ଚାଷୀମାନେ ସେମାନଙ୍କ ଦିଲ୍ଲୀ ଚାଲୋ ଆନ୍ଦୋଳନ ଜାରି ରଖିଛନ୍ତି। ମଙ୍ଗଳବାର ରାତିରେ ଚାଷୀମାନେ ସେମାନଙ୍କ ଆନ୍ଦୋଳନକୁ ସାମୟିକ ଭାବେ ବନ୍ଦ ରଖିଥିଲେ।

Advertisment

ହେଲେ ଆଜି ସକାଳୁ ସେମାନେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ପଞ୍ଜାବ-ହରିଆଣା ସୀମାରେ ପୁଲିସ୍‌ ସହ ସେମାନଙ୍କର ଧସ୍ତାଧସ୍ତି ହୋଇଥିଲେ ମଧ୍ୟ ଏହାକୁ ଖାତିର ନ କରି ଆଗକୁ ବଢ଼ିଛନ୍ତି।

ଦିଲ୍ଲୀ ଅଭିମୁଖେ ଯିବା ପାଇଁ ଶମ୍ଭୁ ସୀମାନ୍ତରେ ଚାଷୀଙ୍କ ଶତାଧିକ ଟ୍ରାକ୍ଟର ଲାଇନ ହୋଇ ରହିଛି। ଚାଷୀମାନେ ପୁଲିସ୍‌ ପକ୍ଷରୁ ଲଗାଯାଇଥିବା ବ୍ୟାରିକେଡ ଆଡ଼କୁ ଆସୁଥିବାରୁ ସେମାନଙ୍କୁ ଟାର୍ଗେଟ କରି ପାଣି ଓ ଲୁହ ବୁହା ଗ୍ୟାସ ଆଜି ମଧ୍ୟ ମାଡ଼ କରାଯାଇଛି। ତଥାପି ଚାଷୀମାନେ ହାର ମାନି ନାହାନ୍ତି।

Advertisment

ଚାଷୀଙ୍କ ଦିଲ୍ଲୀ ଚାଲୋ ଆନ୍ଦୋଳନ ଯୋଗୁ ଦିଲ୍ଲୀ ଓ ଏହାର ଉପକଣ୍ଠରେ ଆଜି ଦ୍ୱିତୀୟ ଦିନ ପାଇଁ ମଧ୍ୟ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଟ୍ରାଫିକ କଟକଣା ଓ ପୁଲିସ୍‌ ଫୋର୍ସର ମୁତୟନ ଯୋଗୁ ଲୋକମାନେ ଯିବା ଆସିବାରେ ଭୟଙ୍କ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଓ ଋଣ ଛାଡ଼ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଦିଲ୍ଲୀ ଚାଲୋ ଶୋଭାଯାତ୍ରା ଆରମ୍ଭ କରାଯାଇଛି। ସରକାର ଏହି ଦୁଇ ସଂଗଠନର ନେତାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କିଛି ବି ଲାଭ ମିଳିନାହିଁ।

ଆଜି ପଞ୍ଜାବରୁ ଆସୁଥିବା ଚାଷୀମାନଙ୍କୁ ହରିଆଣା ପୁଲିସ୍‌ ସୀମାରେ ଅଟକାଇବାକୁ ଚେଷ୍ଟା କରିଥିଲା। ପୁଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ, ପାଣି ମାଡ଼ ସହ ଅନ୍ୟାନ୍ୟ ପଦକ୍ଷେପ ନିଆଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏଥିରେ ଚାଷୀ ଓ ପୁଲିସ୍‌ କର୍ମଚାରୀମାନେ ଆହତ ହୋଇଛନ୍ତି। ପୁଲିସ୍‌ କହିଛି ଯେ ୨୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଚାଷୀଙ୍କ କହିବା କଥା ୬୦ ଜଣ ବିକ୍ଷୋଭକାରୀ ପୁଲିସ୍‌ ଆକ୍ରମଣରେ ଆହତ ହୋଇଛନ୍ତି।

ଆନ୍ଦୋଳନ ତୀବ୍ର ହେଉଥିବାରୁ ଆସନ୍ତାକାଲି କେନ୍ଦ୍ର ସରକାର ଚାଷୀ ନେତାଙ୍କ ସହ ତୃତୀୟ ରାଉଣ୍ଡ ବୈଠକ କରିପାରନ୍ତି। କାଲି ସନ୍ଧ୍ୟା ୫ଟାରେ ବୈଠକ ହେବାର ଅଛି।

ପୁଲିସ୍‌ ସହ ବିବାଦ ଲାଗି ରହିଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଲିସ୍‌ ବିକ୍ଷୋଭ ରୋକିବାକୁ ଉଦ୍ୟମ ବନ୍ଦ କରିବା ଯାଏ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରାଯାଇ ପାରିବ ନାହିଁ ବୋଲି ଚାଷୀ ନେତା ଜଗଜିତ ସିଂହ ଡାଲ୍ଲେୱା କହିଛନ୍ତି।

Farmer Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe