Advertisment

Naxal Surrender: ୩୭ ନକ୍ସଲଙ୍କ ଆତ୍ମସମର୍ପଣ, ୨୭ ଜଣଙ୍କ ଉପରେ ଥିଲା ୬୫ ଲକ୍ଷ ଟଙ୍କାର ପୁରସ୍କାର

ଦନ୍ତେୱାଡା ଏସ୍‌ପି ଗୌରବ ରାଏ କହିଛନ୍ତି, ଗତ ୨୦ ମାସରେ ଦନ୍ତେୱାଡାରେ ୫୦୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫ ଜଣଙ୍କ ମୁଣ୍ଡରେ ପୁରସ୍କାର ରାଶି ରହିଥିଲା।

Naxal

ଆତ୍ମସମର୍ପଣ କରିଥିବା ନକ୍ସଲ

Advertisment

ଛତିଶଗଡ଼ର ଦାନ୍ତେୱାଡାରେ ରବିବାର ୩୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଅଛନ୍ତି। ସେହିପରି ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୨୭ ଜଣଙ୍କ ନାଁରେ ମିଳିତ ଭାବେ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଇଚ୍ଛା ଜାହିର କରି ଏହି ନକ୍ସଲମାନେ ଦନ୍ତେୱାଡାର ବରିଷ୍ଠ ପୁଲିସ ଅଧିକାରୀ ଓ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Advertisment

ଆତ୍ମସମର୍ପଣ କରିଥିବା ଏହି ନକ୍ସଲଙ୍କ ମଧ୍ୟରେ ଅଛନ୍ତି କୁମାଲି ଓରଫ ଅନୀତା ମାଣ୍ଡବୀ, ଗୀତା ଓରଫ ଲକ୍ଷ୍ମୀ ମାଡକାମ, ରଞ୍ଜନ ଓରଫ ସୋମା ମାଣ୍ଡବୀ ଓ ଭୀମ ଓରଫ ଜାହାଜ କଲମୁ। ଏହି ଚାରି ଜଣଙ୍କ ନାଁରେ ୮ ଲକ୍ଷ ଲେଖାଏ ପୁରସ୍କାର ଘୋଷଣା କରାଯାଇଥିଲା। 

ଛତିଶଗଡ଼ ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଏହି ନକ୍ସଲମାନଙ୍କୁ ତତ୍‌କ୍ଷଣତା ୫୦ ହଜାର ଟଙ୍କା ଲେଖାଏ ସହାୟତା ଯୋଗାଇ ଦିଆଯିବ। ତା’ସହିତ ସେମାନଙ୍କ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ ଦିଆଯିବା ସହିତ ଚାଷ ଜମି ଆଦି ଯୋଗାଇ ଦିଆଯିବ।   

Advertisment

ଦନ୍ତେୱାଡା ଏସ୍‌ପି ଗୌରବ ରାଏ କହିଛନ୍ତି, ଗତ ୨୦ ମାସରେ ଦନ୍ତେୱାଡାରେ ୫୦୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୬୫ ଜଣଙ୍କ ମୁଣ୍ଡରେ ପୁରସ୍କାର ରାଶି ରହିଥିଲା। 

ସୁରକ୍ଷା ଅଧିକାରୀମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୩ ମାସରେ ଛତିଶଗଡ଼ରେ ୨୨୦୦ରୁ ଅଧିକ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଟପ୍‌ ନକ୍ସଲ ନେତା ରହିଛନ୍ତି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବାକୁ କେନ୍ଦ୍ର ସରକାର ପଣ କରିଥିବା ବେଳେ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି। ଫଳସ୍ୱରୂପ ବିପୁଳ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ କରୁଛନ୍ତି। 

ଏବେ ବି ଯେଉଁ ନକ୍ସଲମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ବାରମ୍ବାର ଆହ୍ୱାନ ଦେଉଛନ୍ତି ଛତିଶଗଡ଼ ସରକାର।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe