Advertisment

ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ଏହି ଦେଶ

ଏନେଇ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘୋଷଣା କରିଛନ୍ତି।

Malaysia

Malaysia

Advertisment

ଭ୍ରମଣ ଋତୁରେ ଭାରତୀୟଙ୍କ ପାଇଁ ଖୁସି ଖବର। ଶ୍ରୀଲଙ୍କା ଓ ଥାଇଲ୍ୟାଣ୍ଡ ପରେ ଭାରତୀୟଙ୍କ ପାଇଁ ଭିସା ମୁକ୍ତ କଲା ମାଲେସିଆ। ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଅନୁମତି ଦେଇଛନ୍ତି ମାଲେସିଆ ସରକାର। ଏନେଇ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ଘୋଷଣା କରିଛନ୍ତି।

Advertisment

ରବିବାର ବିଳମ୍ବିତ ରାତିରେ ପିପୁଲ୍ସ ଜଷ୍ଟିସ ପାର୍ଟି କଂଗ୍ରେସରେ ଏକ ଅଭିଭାଷଣ ଦେଇ ଅନୱାର ଏହି ଘୋଷଣା କରିଛନ୍ତି। ଆସନ୍ତା ଡିସେମ୍ବର ୧ରୁ ଚୀନ୍ ଓ ଭାରତ ନାଗରିକଙ୍କ ପାଇଁ ମାଲେସିଆ ସରକାର ଭିସା ମୁକ୍ତ କରୁଛନ୍ତି। ଏଥିସହ ୩୦ ଦିନର ରହଣି ସୁବିଧା ମଧ୍ୟ ରଖାଯାଇଛି। କିନ୍ତୁ କେତେ ଦିନ ପର୍ଯନ୍ତ ଭିସା ମୁକ୍ତ ସେବା ରହିବ, ସେନେଇ କୌଣସି ଘୋଷଣା କରିନାହାନ୍ତି ମାଲେସିଆ ସରକାର।

ପ୍ରକାଶ ଥାଉ କି, ମାଲେସିଆରେ ଚୀନ ଏବଂ ଭାରତ ଯଥାକ୍ରମେ ଚତୁର୍ଥ ଏବଂ ପଞ୍ଚମ ବୃହତ୍ତମ ଉତ୍ସ ବଜାର। ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ ମାଲେସିଆକୁ ୯୧.୬ ଲକ୍ଷ ପର୍ଯ୍ୟଟକ ଭ୍ରମଣ କରିଛନ୍ତି। ସେଥିମଧ୍ୟରୁ ଚାଇନାରୁ ୪ ଲକ୍ଷ ୯୮ ହଜାର ୫୪୦ ଜଣ ପର୍ଯ୍ୟଟକ ଥିବାବେଳେ ଭାରତରୁ ୨ ଲକ୍ଷ ୮୩ ହଜାର ୮୮୫ ଜଣ ପର୍ଯ୍ୟଟକ ଅଛନ୍ତି। 

Advertisment

ଏହା ପୂର୍ବରୁ ଥାଇଲ୍ୟାଣ୍ଡ ସରକାର ନଭେମ୍ବର ୧୦, ୨୦୨୩ରୁ ମେ ୧୦, ୨୦୨୪ ପର୍ଯ୍ୟନ୍ତ 
ଭାରତୀୟମାନଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଥିଲା। ଶ୍ରୀଲଙ୍କା ମଧ୍ୟ ମାର୍ଚ୍ଚ ୩୧, ୨୦୨୪ ପର୍ଯ୍ୟନ୍ତ ଭାରତ, ଚୀନ୍ ଏବଂ ଋଷ ସମେତ ସାତୋଟି ଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଭିସାମୁକ୍ତ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe