Advertisment

ବିଶ୍ୱର ସବୁଠାରୁ ସୁରକ୍ଷିତ ରାଷ୍ଟ୍ର ତାଲିକା: ଭାରତର ସ୍ଥାନ କେଉଁଠି?

ସୁରକ୍ଷିତ ଦେଶ ତାଲିକାର ଟପ ୫ରେ ୟୁଏଇ, କତର ଓ ଓମାନ ଭଳି ୩ ମଧ୍ୟପ୍ରାଚ୍ୟ ଦେଶ ରହିଛନ୍ତି।

UAE

UAE

Advertisment

ବିଶ୍ୱର ସୁରକ୍ଷିତ ଦେଶଗୁଡ଼ିକର ତାଲିକା ପ୍ରକାଶ ପାଇଛି। ୨୦୨୫ରେ ବିଶ୍ୱର ସବୁଠାରୁ ସୁରକ୍ଷିତ ଦେଶର ମାନ୍ୟତା ପାଇଛି ଆଣ୍ଡୋରା। ଏହା ୟୁରୋପର ଗୋଟିଏ ଛୋଟିଆ ଦେଶ। ଫ୍ରାନ୍ସ ଓ ସ୍ପେନ ମଝିରେ ଥିବା ପୟରେନେସ ପାହାଡ଼ ମଧ୍ୟରେ ଆଣ୍ଡୋରା ରହିଛି। ଏଠାରେ ଲୋକମାନେ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଅଧିକ ସୁରକ୍ଷିତ। Numbeo Safety Index ପକ୍ଷରୁ ଏପରି ତଥ୍ୟ ସାର୍ବଜନୀନ କରାଯାଇଛି।

Advertisment

ସୁରକ୍ଷିତ ଦେଶ ତାଲିକାର ଟପ ୫ରେ ୟୁଏଇ, କତର ଓ ଓମାନ ଭଳି ୩ ମଧ୍ୟପ୍ରାଚ୍ୟ ଦେଶ ରହିଛନ୍ତି। ଅପରାଧ ହାର, ଲୋକଙ୍କ ଚିନ୍ତା ଓ ସୁରକ୍ଷା ଭିତ୍ତିଭୂମିକୁ ଆଧାର କରି ସର୍ଭେ ରିପୋର୍ଟ ପ୍ରକାଶ କରାଯାଇଛି। ତେବେ ତାଲିକାରେ ଭାରତର ସ୍ଥାନ ଆଦୌ ସନ୍ତୋଷଜନକ ନୁହେଁ। ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ଦେଶ ସୁରକ୍ଷିତ ତାଲିକାରେ ଭାରତ ଠାରୁ ଉପରେ ରହିଛନ୍ତି।

ଭାରତ ୫୫.୭ ପଏଣ୍ଟ ସହ ତାଲିକାର ୬୬ତମ ସ୍ଥାନରେ ରହିଛି। ପାକିସ୍ତାନ ୫୬.୩ ପଏଣ୍ଟ ସହ ୬୫ତମ ସ୍ଥାନରେ ଓ ଶ୍ରୀଲଙ୍କା ୫୭.୮ ପଏଣ୍ଟ ସହ ସୁରକ୍ଷିତ ଦେଶ ତାଲିକାର ୫୮ତମ ସ୍ଥାନରେ ଅଛି। ଅନ୍ୟତମ ଏସୀୟ ଦେଶ ବାଂଲାଦେଶରେ ଲୋକମାନେ ଆଦୌ ସୁରକ୍ଷିତ ନୁହନ୍ତି। ବାଂଲାଦେଶ ୩୮.୪ ପଏଣ୍ଟ ସହ ତାଲିକାର ୧୨୬ ତମ ସ୍ଥାନରେ ରହିଛି।

Advertisment

ଭାରତ ତଳେ ଆମେରିକା ଓ ବ୍ରିଟେନ ଭଳି ଦେଶ ରହିଛନ୍ତି। ପାରମ୍ପରିକ ଭାବେ ଆମେରିକା ଓ ବ୍ରିଟେନକୁ ସୁରକ୍ଷିତ ଦେଶ କୁହାଯାଏ। ହେଲେ ଏଠାରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଥିବା ବେଳେ ଲୋକମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଏଥିପାଇଁ ମୋଟ ୧୪୭ ଦେଶ ମଧ୍ୟରୁ ସୁରକ୍ଷିତ ତାଲିକାର ୮୯ତମ ସ୍ଥାନରେ ଆମେରିକା ଓ ୮୭ ନମ୍ବର ସ୍ଥାନରେ ବ୍ରିଟେନ ରହିଛି। ଦକ୍ଷିଣ ଏସୀୟ ରାଷ୍ଟ୍ର ମଧ୍ୟରେ ଚାଇନାର ସ୍ଥାନ ସବୁଠାରୁ ଭଲ ରହିଛି। ୭୬ ପଏଣ୍ଟ ସହ ସୁରକ୍ଷିତ ତାଲିକାରେ ବେଜିଂ ୧୫ତମ ସ୍ଥାନରେ ଅଛି।

ବିଶ୍ୱର ୧୦ ସୁରକ୍ଷିତ ସହର

୧- ଆଣ୍ଡୋରା – ସୁରକ୍ଷା ସ୍କୋର ୮୪.୭

୨- ୟୁଏଇ- ସୁରକ୍ଷା ସ୍କୋର ୮୪.୫

୩- କତର- ସୁରକ୍ଷା ସ୍କୋର ୮୪.୨

୪- ତାଇୱାନ- ସୁରକ୍ଷା ସ୍କୋର ୮୨.୯

୫- ଓମାନ – ସୁରକ୍ଷା ସ୍କୋର ୮୧.୭

୬- ଇସଲେ ଅଫ ମ୍ୟାନ – ସୁରକ୍ଷା ସ୍କୋର ୭୯

୭- ହଂକଂ(ଚାଇନା)- ସୁରକ୍ଷା ସ୍କୋର ୭୮.୫

୮- ଆର୍ମେନିଆ – ସୁରକ୍ଷା ସ୍କୋର – ୭୭.୯

୯- ସିଙ୍ଗାପୁର – ସୁରକ୍ଷା ସ୍କୋର ୭୭.୪

୧୦- ଜାପାନ – ସୁରକ୍ଷା ସ୍କୋର ୭୭.୧

ତଥ୍ୟ ଅନୁସାରେ, ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନେଜୁଏଲା ବିଶ୍ୱର ସବୁଠାରୁ ଅସୁରକ୍ଷିତ ରାଷ୍ଟ୍ର। ଭାରତର ଅନ୍ୟତମ ପଡ଼ୋଶୀ ଆଫଗାନିସ୍ତାନ ମଧ୍ୟ ଅସୁରକ୍ଷିତ ରାଷ୍ଟ୍ର ତାଲିକାର ଟପ ୫ରେ ରହିଛି। ସିରିୟା ତାଲିକାର ୧୪୦ତମ ସ୍ଥାନରେ ଅଛି।

ବିଶ୍ୱର ଟପ ୫ ଅସୁରକ୍ଷିତ ରାଷ୍ଟ୍ର

୧- ଭେନେଜୁଏଲା – ସୁରକ୍ଷା ସ୍କୋର ୧୯.୩

୨- ପପୁଆ ନ୍ୟୁ ଗିନି – ସୁରକ୍ଷା ସ୍କୋର ୧୯.୭

୩- ହାଇତି – ସୁରକ୍ଷା ସ୍କୋର ୨୧.୧

୪- ଆଫଗାନିସ୍ତାନ – ସୁରକ୍ଷା ସ୍କୋର ୨୪.୯

୫- ଦକ୍ଷିଣ ଆଫ୍ରିକା – ସୁରକ୍ଷା ସ୍କୋର ୨୫.୩

India UAE
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe