Advertisment

ପୁଣେ ପୋର୍ସେ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କ ଅଭିଯୋଗ; ଏହା ଦୁର୍ଘଟଣା ନୁହଁ, ହତ୍ୟା

ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ମୃତ ଯୁବତୀଙ୍କ ଦାଦା ଆଣିଛନ୍ତି ହତ୍ୟା ଅଭିଯୋଗ।

Died Ashwini Koshta & Aneesh Awadhiya's File Photo

Died Ashwini Koshta & Aneesh Awadhiya's File Photo

Advertisment

ପୁଣେ ପୋର୍ସେ କାର୍ ଦୁର୍ଘଟଣାରେ ମୃତ ଯୁବତୀଙ୍କ ଦାଦା ଆଣିଛନ୍ତି ହତ୍ୟା ଅଭିଯୋଗ। ଏହା ଦୁର୍ଘଟଣା ନୁହେଁ, ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମୃତ ଅନୀଶଙ୍କ ଦାଦା ଅଖିଳେଶ ଅୱଧ୍ୟ। 

Advertisment

ସେ କହିଛନ୍ତି, "ଅଭିଯୁକ୍ତ ନାବାଳକ ମଦ୍ୟପାନ କରି ଘଣ୍ଟା ପ୍ରତି 240 କିଲୋମିଟର ବେଗରେ ଗାଡି ଚଳାଉଥିଲା। ତାଙ୍କର ଡ୍ରାଇଭିଂ ଲାଇସେନ୍ସ ନଥିଲା। ଏହା ଦୁର୍ଘଟଣା ନୁହେଁ, ହତ୍ୟା।"

ସେହିପରି ଅନୀଶଙ୍କ ଜେଜେବାପା ଆତ୍ମରାମ ଅୱଧ୍ୟ ଅଭିଯୁକ୍ତ ନାବାଳକଙ୍କୁ ଜାମିନ ମିଳିବା ଉଚିତ୍ ନଥିଲା ବୋଲି କହିଛନ୍ତି। ସେ କହିଛନ୍ତି, "ଦୁର୍ଘଟଣାରେ ଦୁଇ ଜଣଙ୍କର ଜୀବନ ଚାଲିଯାଇଛି। ଏହା ସମ୍ପୂର୍ଣ୍ଣ ଭୁଲ। ଆମେ କଠୋର ଦଣ୍ଡ ଚାହୁଁଛୁ। ଅଭିଯୁକ୍ତକୁ ଜାମିନ୍ ମିଳିବାର ନଥିଲା, ଜାମିନ ବାତିଲ କରାଯାଉ।"

Advertisment

ପ୍ରକାଶ ଥାଉକି, ଶନିବାର(18 ମେ') ବିଳମ୍ବିତ ରାତି ପ୍ରାୟ ୨.୧୫ରେ ଦାମୀ ପୋର୍ସେ କାର୍ ଚଳାଉଥିବା ନାବାଳକ ଏକ ବାଇକକୁ ଧକ୍କା ଦେଇଥିଲେ। ଏଥିରେ ମଧ୍ୟପ୍ରଦଶରେ ଉଞ୍ଜିନିୟର ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଯୁବତୀ ଜଣକ କିଛି ଫୁଟ ଉପରକୁ ଉଡିଯିବା ପରେ ଅନ୍ୟ ଏକ କାର୍ ଉପରେ ପଡିଥିଲେ। 

ସ୍ଥାନୀୟ ଲୋକେ ଉକ୍ତ ନାବାଳକ ଡ୍ରାଇଭରଙ୍କୁ ଅଟକ ରଖି ପୁଲିସକୁ ଜିମା ଦେଇଥିଲେ। ଗିରଫର ୧୪ ଘଣ୍ଟା ପରେ ଏକ କୋର୍ଟ ତାଙ୍କୁ କିଛି ସର୍ତ୍ତ ରଖି ଜାମିନ ଦେଇଛନ୍ତି। କିନ୍ତୁ ଜାମିନ ମିଳିବାର କିଛି ଘଣ୍ଟା ପରେ କିଛି ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା, ଯେଉଁଥିରେ ନାବାଳକ ଜଣକ ଦୁର୍ଘଟଣା ଘଟାଇବା ପୂର୍ବରୁ ପବରେ ମଦ ପିଉଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତଙ୍କ ବାପା ଏବଂ ପବ୍ ମାଲିକଙ୍କୁ ଗିରଫ କରିଛି। 

Accident Pune Porsche Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe