Advertisment

ଏବେ ଦେଶରେ ଅମୃତକାଳ ନୁହଁ, ବିଷ କାଳ ଚାଲିଛି: ବିନ୍ଦ୍ରା କରାଟ

ବିଜେପିର ଅମୃତକାଳ ସ୍ଲୋଗାନ ନାରାକୁ ନେଇ ବର୍ଷିଛି ବାମପନ୍ଥୀ।

author-image
Tapas Behera
 Brinda Karat

Brinda Karat

ବିଜେପିର ଅମୃତକାଳ ସ୍ଲୋଗାନ ନାରାକୁ ନେଇ ବର୍ଷିଛି ବାମପନ୍ଥୀ। ବିଜେପିକୁ ଟାର୍ଗେଟ କରି ବାମପନ୍ଥୀ କହିଛି ଯେ, ଦେଶରେ ଏବେ ଅମୃତକାଳ ନୁହଁ ଜହର କାଳ ଚାଲିଛି। ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପି ସହ ପ୍ରତିଦ୍ୱନ୍ଦିତା କରୁଥିବା ବାମପନ୍ଥୀ ଦଳ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱାଧୀନ ଶାସନକୁ କଡ଼ା ସମାଲୋଚନା କରିଛନ୍ତି। ଅଗରତାଲା ଠାରୁ ୭୦ କିମି ଦୂର ଅମରପୁରରେ ଏକ ରାଲିରେ ସିପିଆଇଏମ ନେତ୍ରୀ ବିନ୍ଦ୍ରା କରାଟ ବିଜେପିର ସ୍ଲୋଗାନ ଅମୃତ କାଳକୁ ସମାଲୋଚନା କରି ଏବେ ଜହରକାଳ(ବିଷ) କାଳ ଚାଲିଛି ବୋଲି କହିଛନ୍ତି।

Advertisment

ସେ କହିଛନ୍ତି ଯେ, ମୋଦି ସରକାର ଗରବିଙ୍କୁ ମାଗଣା ରାସନ ଦେବା କଥା କହୁଛନ୍ତି।  କିନ୍ତୁ ଚଳିତ ବର୍ଷ ବଜେଟରେ ଖାଦ୍ୟ ସବସିଡି ୯୦,୦୦୦ ଟଙ୍କା ହ୍ରାସ କରାଯାଇଛି। ସିପିଆଇଏମ ପଲିଟି ବ୍ୟୋରୋ ବିନ୍ଦ୍ରା କରାଟ କହିଛନ୍ତି ଯେ, ବିଜେପି ଜାତି ଧର୍ମକୁ ନେଇ ରାଜନୀତି କରୁଛି। ସମ୍ବିଧାନ ଉପରେ ଆକ୍ରମଣ କୁରୁଛି ବିଜେପି। ସେ ଆହୁରି କହିଛନ୍ତି ଯେ, ସେମାନେ ଧର୍ମକୁ ନେଇ ରାଜନୀତିରେ ଲିପ୍ତ ଅଛନ୍ତି। ହିନ୍ଦୁତ୍ୱ ସେମାନଙ୍କର ଆଦର୍ଶ । ହିନ୍ଦୁ ଧର୍ମ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ନିର୍ବାଚନ ଫାଇଦା ପାଇଁ ବିଜେପି ଧ୍ରୁବୀକରଣ କରୁଛି। ଶାସକ ବିଜେପି ଆମର ସାମ୍ବିଧାନିକ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ଉପରେ ବୋଲଡୋଜର ଚଳାଉଛି। ବିଜେପି କୋର୍ଟ ଏବଂ ଗଣମାଧ୍ୟମ ଭଳି ଅନୁଷ୍ଠାନକୁ ଦୁର୍ବଳ କରୁଛି।

ବିଜେପି ଦେଶର ଗଣତାନ୍ତ୍ରିକ ଭିତ୍ତିଭୂମି ନଷ୍ଟ କରୁଛି। ଅଜ୍ଞାତ ନିର୍ବାଚନ ବଣ୍ଡ ଜାରି କରି ଦଳ କୋଟି କୋଟି ଟଙ୍କା ଆୟ କରୁଛି। ଆସନ୍ତା ଫେବୃଆରୀ ୧୬ରେ ତ୍ରିପୁରାରେ ୬୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ସବୁ ଦଳ ପକ୍ଷରୁ ଏଠାରେ ପ୍ରଚାର ମଧ୍ୟ ଜୋରଦାର କରାଯାଉଛି। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା , ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧୀ, ମୁକୁଲ ୱାସନିକ ପ୍ରମୁଖ ତ୍ରିପୁରାରେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରନ୍ତି।

Advertisment
India