Advertisment

ସିବିଆଇ କେସ୍‌ରେ ସୁପ୍ରିମକୋର୍ଟଙ୍କ ‘ସରି’ ପରେ ଅସନ୍ତୋଷ ପ୍ରକାଶ କଲେ ଶିବକୁମାର

ପିଟିସନକୁ ରଦ୍ଦ କରିବା ବେଳେ ସୁପ୍ରିମକୋର୍ଟ ସରି ଓ ଡିସମିଡ୍‌ କହିଛନ୍ତି।

DK Shivkumar

DK Shivkumar

Advertisment

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ରୁଜୁ କରିଥିବା ଏଫଆଇଆରରୁ ରଦ୍ଦ ପାଇଁ ଦାବି କରୁଥିବା କର୍ଣ୍ଣାଟକା ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ଶିବକୁମାରଙ୍କ ଆବେଦନକୁ ରଦ୍ଦ କରି ଦେଇଛନ୍ତି। ଏଥିସହ ପିଟିସନକୁ ରଦ୍ଦ କରିବା ବେଳେ ସୁପ୍ରିମକୋର୍ଟ ସରି ଓ ଡିସମିଡ୍‌ କହିଛନ୍ତି। 

Advertisment

ସୁପ୍ରିମକୋର୍ଟଙ୍କ ରାୟ ପରେ ଡିକେ ଶିବକୁମାର ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଏହା ଏକ ଝଟକା। କ’ଣ କରିପାରିବି? ଏହା ସଂପୂର୍ଣ୍ଣ ଭାବେ ଅନ୍ୟାୟ। ମୁଁ ଆଇନର ସବୁ ଦିଗକୁ ଦେଖିବି ଓ କେମିତି ଆବେଦନ କରାଯାଇ ପାରିବ, ସେକଥା ଚିନ୍ତା କରିବି।

ରାଜନୀତିକ ଓ ପୂର୍ବାଗ୍ରହ ରଖି ମୋ କେସ୍‌କୁ କେମିତି ଆଗକୁ ନିଆଯାଉଛି, ସେକଥା ସମସ୍ତେ ଜାଣିଛନ୍ତି। ବିଜେପି ସରକାର କର୍ଣ୍ଣାଟକାରେ ଥିବା ବେଳେ ସେମାନେ ସିବିଆଇକୁ ଏଫଆଇଆର ରୁଜୁ କରିବାକୁ କହିଥିଲେ। ମୁଁ ଏହାକୁ ରଦ୍ଦ କରିବାକୁ କହିଥିଲି। କିନ୍ତୁ ସେମାନେ କହିଲେ ଯେ ସେମାନେ ଏପରି କରିପାରିବେ ନାହିଁ।

Advertisment

ସିବିଆଇକୁ ତଦନ୍ତ ପାଇଁ ଦିଆଯାଇଥିବା ଅନୁମତିକୁ କର୍ଣ୍ଣାଟକା ସରକାର ପ୍ରତ୍ୟାହାର କରି ନେଇଛନ୍ତି। ମାମଲା ଲୋକାୟୁକ୍ତକୁ ଯାଇଛି। ତଥାପି ସିବିଆଇ ତଦନ୍ତ ଜାରି ରଖିଛି। ଏସବୁ ସରକାରଙ୍କ ସହମିତ ପ୍ରତ୍ୟାହାର ପରେ ବି ଚାଲିଛି। ଏହା ଠିକ ନୁହେଁ।”

ଆଜି ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଶିବକୁମାରଙ୍କ ଆବେଦନର ଶୁଣାଣି କରିଥିଲେ। ପିଟିସନରେ କୌଣସି ଯର୍ଥାର୍ଥ କାରଣ ନାହିଁ। ତେଣୁ ଏହି ମାମଲାରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ସରି ଓ ଡିସମିସଡ୍‌ ବୋଲି କହିଥିଲେ।

୨୦୧୩ରୁ ୨୦୧୮ ମଧ୍ୟରେ ଶିବକୁମାର କର୍ଣ୍ଣାଟକାରେ କ୍ଷମତାସୀନ କଂଗ୍ରେସରେ ମନ୍ତ୍ରୀ ଥିଲେ। ଏହି ସମୟରେ ସେ ଆୟ ଠାରୁ ଅଧିକ ଟଙ୍କା ଗଚ୍ଛିତ କରି ରଖିଥିଲେ।

ପୂରା ମାମଲାରେ ୭୪ କୋଟି ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି। ସିବିଆଇ ୨୦୨୦ରେ ଏଫଆଇଆର କରିଥିଲା। ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲେ ହେଁ ୨୦୨୧ରେ ଏହା ଅଗ୍ରାହ୍ୟ ହୋଇଯାଇଥିଲା।

Congress Karnataka CBI DK Shivakumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe