Advertisment

ଲରେନ୍ସ ବିଷ୍ଣୋଇକୁ କାହିଁକି କଷ୍ଟଡିକୁ ନେଇ ପାରୁନି ପୁଲିସ?

ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାଦର ସାବରମତି ଜେଲରେ ଅଛି। ନିକଟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Lawrence Bishnoi

Lawrence Bishnoi

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ଏବେ ସବୁଠି ଚର୍ଚ୍ଚାରେ ରହିଛି ଏହି ନାଁ। ଏହି ନାଁକୁ ନେଇ ଚାରିଆଡେ ଥରହର। ପ୍ରତିଟି ବ୍ୟକ୍ତିଙ୍କ ପାଟିରେ ରହିଛି ଲରେନ୍ସ ବିଷ୍ଣୋଇର ନାଁ। ଲରେନ୍ସ ବିଷ୍ଣୋଇ ଏବେ ଅହମଦାବାଦର ସାବରମତି ଜେଲରେ ଅଛି। ଜେଲ୍‌ରେ ଥିବା ସତ୍ତ୍ୱେ ବି କମୁନି ତା'ର ଆତଙ୍କ।

Advertisment

ନିକଟରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି। ଜେଲରେ ରହିବା ପରେ ମଧ୍ୟ ତା'ର କେହି କିଛି କରିପାରୁ ନାହାନ୍ତି। ମୁମ୍ବାଇ ପୁଲିସ ଏହି ଗ୍ୟାଙ୍ଗଷ୍ଟାରର କଷ୍ଟଡି ତଥା ହେପାଜତକୁ ନେବାକୁ ଚାହୁଁଛି କିନ୍ତୁ ନେଇ ପାରୁନାହିଁ। କାରଣ ପୁଲିସର ହାତ ବାନ୍ଧି ଦେଇଛି ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ।

ସୂତ୍ରରୁ ପ୍ରକାଶ ଯେ, ଧାରା ୨୬୮ ଅଧିନରେ ଗୃହ ମନ୍ତ୍ରଣାଳୟ ତରଫରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା। ଯେ କୌଣସି ଏଜେନ୍ସି କିମ୍ବା ରାଜ୍ୟ ପୁଲିସ ଏକ ବର୍ଷ ଧରି ଲରେନ୍ସ ବିଷ୍ଣୋଇକୁ ହେପାଜତକୁ ନେଇ ପାରିବେ ନାହିଁ। ଏନେଇ ୩୦ ଅଗଷ୍ଟ ୨୦୨୩ରେ ପ୍ରଥମ ଆଦେଶ ଦିଆଯାଇଥିଲା। ଏହା ପଛର କାରଣ ଥିଲା ଯେ ତାକୁ ଜେଲକୁ ନେବା ଆଣିବା କରିବା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିପାରେ।

Advertisment

ଯଦିଓ ଏଜେନ୍ସିମାନେ ଲରେନ୍ସ ବିଷ୍ଣୋଇକୁ ହେପାଜତକୁ ନେଇ ପାରିବେ ନାହିଁ, ସେମାନେ ନିଶ୍ଚିତ ଭାବରେ ତାକୁ ପଚରାଉଚରା କରିପାରିବେ। ତେବେ ଗୃହ ମନ୍ତ୍ରଣାଳୟର ଏହି ଆଦେଶର ସମୟସୀମା ୩୦ ଅଗଷ୍ଟ ୨୦୨୪ ପର୍ଯ୍ୟନ୍ତ ଥିଲା। ସୂଚନାନୁସାରେ, ଏହି ଆଦେଶକୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ତେଣୁ ଏଭଳି ପରିସ୍ଥିତିରେ ବର୍ତ୍ତମାନ ମୁମ୍ବାଇ ପୁଲିସ ଚାହିଁଲେ ବି ଲରେନ୍ସର କଷ୍ଟଡି ନେଇପାରିବ ନାହିଁ।

ଲରେନ୍ସ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଦଣ୍ଡ ଦେବା ପାଇଁ ପୁଲିସ ତାକୁ ହେପାଜତକୁ ଆଣି ପଚରାଉଚରା କରିବା ଉଚିତ। ଫଳରେ ପ୍ରତ୍ୟେକ ତଥ୍ୟ ସଂଗ୍ରହ କରାଯାଇପାରିବ। କିନ୍ତୁ ୨୦୨୩ ମସିହାରେ ଦିଆଯାଇଥିବା ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଯୋଗୁ ମୁମ୍ବାଇ ପୁଲିସର ହାତ ସମ୍ପୂର୍ଣ୍ଣ ଭାବେ ବନ୍ଧା ହୋଇଛି। ତେଣୁ ଲରେନ୍ସର କଷ୍ଟଡି ପାଇଁ ମୁମ୍ବାଇ ପୋଲିସକୁ ଆହୁରି ଅଧିକ ସମୟ ଅପେକ୍ଷା କରିବାକୁ ପଡିପାରେ।

Mumbai Police Lawrence Bishnoi