Advertisment

ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ବିଜୟ ମନ୍ତ୍ର ଦେଲେ ମୋଦି

ଏଥର କେବଳ ବିଜେପି ୩୭୦ରୁ ଅଧିକ ଆସନ ଜିତିବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ମୋଦି।

author-image
Madhupriya Mistry
ଅଦ୍ୟତନ ହୋଇଛି
PM Modi

PM Modi

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଥିପାଇଁ ନିର୍ବାଚନ ପୂର୍ବରୁ ବିଜେପି କର୍ମୀଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ଏଠାରେ ଉପସ୍ଥିତ ନେତାମାନଙ୍କୁ ସମ୍ବୋଧିତ କରି ରଣହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବିଜେପି କାର୍ଯ୍ୟକର୍ତ୍ତାମାନେ ୨୪ ଘଣ୍ଟା ଦେଶ ସେବା କରୁଛନ୍ତି। ଏଥର କେବଳ ବିଜେପି ୩୭୦ରୁ ଅଧିକ ଆସନ ଜିତିବ। ବିଜେପି କର୍ମୀଙ୍କ ବିଶ୍ୱସ୍ତତା ଏବଂ ନିଷ୍ଠା ଯୋଗୁଁ ଆମେ ଜନସାଧାରଣଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରୁଛୁ ବୋଲି ମୋଦି କହିଛନ୍ତି।

Advertisment

୨୦୨୪ରେ ତୃତୀୟ ଥର ପାଇଁ ସରକାର ଗଠନ କରି ଆମେ ଜନସେବା ଏବଂ ଜାତୀୟ ସେବାର ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛୁ। ବିଜେପି ସରକାରର ତୃତୀୟ କାର୍ଯ୍ୟକାଳ କ୍ଷମତାକୁ ଉପଭୋଗ କରିବାକୁ ମାଗୁନାହାଁନ୍ତି। ଏହା ଆମର ସ୍ୱପ୍ନ ଏବଂ ଆମର ସଂକଳ୍ପ ଯେ ଆମକୁ ଭାରତର ବିକାଶ କରିବାକୁ ପଡିବ। ଆଗାମୀ ୫ ବର୍ଷରେ ଭାରତକୁ ପୂର୍ବ ଅପେକ୍ଷା ଅନେକ ଦ୍ରୁତ ଗତିରେ କାମ କରିବାକୁ ପଡ଼ିବ। ଆଗାମୀ ୫ ବର୍ଷରେ ଆମକୁ ବିକଶିତ ଭାରତ ଆଡକୁ ଏକ ବଡ଼ ଲମ୍ଫ ଡିଆଁ ମାରିବାକୁ ପଡିବ ବୋଲି କର୍ମୀମାନଙ୍କୁ କହିଛନ୍ତି ମୋଦି।

ବିଜେପିର କର୍ମୀମାନେ ପ୍ରତିଦିନ ୨୪ ଘଣ୍ଟା ଦେଶର ସେବା କରିବା ପାଇଁ କିଛି ନା କିଛି କାର୍ଯ୍ୟ ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନ ଆଗାମୀ ୧୦୦ ଦିନ ହେଉଛି ନୂତନ ଶକ୍ତି, ନୂତନ ଉତ୍ସାହ, ନୂତନ ଆତ୍ମବିଶ୍ୱାସ ଏବଂ ନୂତନ ଉତ୍ସାହ ସହିତ କାମ କରିବାକୁ ପଡିବ ବୋଲି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

Advertisment

ଆଜି ହେଉଛି ୧୮ ଫେବ୍ରୁଆରୀ ଏବଂ ଏହି ସମୟ ମଧ୍ୟରେ ୧୮ ବର୍ଷ ବୟସ ହୋଇଥିବା ଯୁବକମାନେ ଦେଶର ୧୮ ତମ ଲୋକସଭା ନିର୍ବାଚନ କରିବାକୁ ଯାଉଛନ୍ତି। ଆମ ସମସ୍ତଙ୍କୁ ଆଗାମୀ ୧୦୦ ଦିନ ପାଇଁ ଏକାଠି କାମ କରିବାକୁ ପଡିବ। ପ୍ରତ୍ୟେକ ନୂତନ ଭୋଟର, ପ୍ରତ୍ୟେକ ହିତାଧିକାରୀ, ପ୍ରତ୍ୟେକ ଶ୍ରେଣୀ, ସମାଜ, ଧର୍ମ, ପରମ୍ପରା ଆଦି ସମସ୍ତଙ୍କ ନିକଟରେ ପହଞ୍ଚିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ଓ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେ କହିଛନ୍ତି, ଆମ ବିରୋଧୀ ଦଳ ଯୋଜନାଗୁଡିକୁ ସମ୍ପୂର୍ଣ୍ଣ କରିବା ଜାଣନ୍ତି ନାହିଁ କିନ୍ତୁ ମିଛ ପ୍ରତିଶ୍ରୁତି ଦେବାରେ ଧୁରନ୍ଧର। ଆଜି ଏହି ସମସ୍ତ ରାଜନୈତିକ ଦଳ ଗୋଟିଏ ପ୍ରତିଶ୍ରୁତି ଦେବାକୁ ଡରୁଛନ୍ତି, ତାହା ହେଉଛି  ବିକଶିତ ଭାରତ। ଏହା ଆମର ପ୍ରତିଶ୍ରୁତି। କେବଳ ବିଜେପି ଏବଂ ଏନଡିଏ ମିଳିତ ମଞ୍ଚ ଏ ବିଷୟରେ ସ୍ୱପ୍ନ ଦେଖିଛନ୍ତି। ଆମେ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ କାମ କରୁଛୁ ବୋଲି ମୋଦି କହିଛନ୍ତି। 

Bjp PM Modi BJP National Convention 2024