Advertisment

ମହିଳା ବିରୋଧୀ ହିଂସାକୁ ନେଇ ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

PM Modi

PM Modi

Advertisment

ଦେଶରେ ମହିଳା ବିରୋଧୀ ହିଂସା ବଢ଼ୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାଧୀମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି। ଯେଉଁମାନେ ମହିଳା ବିରୋଧୀ ଅପରାଧରେ ସାମିଲ ଅଛନ୍ତି, ସେମାନଙ୍କୁ ଆଦୌ ଛଡ଼ା ଯିବ ନାହିଁ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ମହାରାଷ୍ଟ୍ରର ଜଲଗାଓଁରେ ଆୟୋଜିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମରେ ମୋଦି କୋଲକାତା, ବଦଲାପୁର ଓ ଆସାମରେ ଘଟିଥିବା ମହିଳା ବିରୋଧୀ ହିଂସା ପ୍ରସଙ୍ଗ ଉଠାଇଛନ୍ତି। ମହିଳା ବିରୋଧୀ ଅପରାଧକୁ ସେ ଅକ୍ଷମଣୀୟ ପାପ ଭାବେ ଅବିହିତ କରିଛନ୍ତି।

ସେ କହିଛନ୍ତି, “ମହିଳାମାନଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ମୁଁ ପୁଣିଥରେ ସବୁ ରାଜ୍ୟର ସରକାରମାନଙ୍କୁ କହିବାକୁ ଚାହେଁ ଯେ ମହିଳା ବିରୋଧୀ ଅପରାଧ ଅକ୍ଷମଣୀୟ। ଅପରାଧୀ ଯିଏ ବି ହେଉଥାଉ ନା କାହିଁକି, ସେମାନଙ୍କୁ ଆଦୌ ଛଡ଼ା ଯିବା କଥା ନୁହେଁ। ମହିଳାମାନଙ୍କ ସୁରକ୍ଷା ଓ ସମ୍ମାନ ଅକ୍ଷୁଣ୍ଣ ରଖିବାର ଦାୟିତ୍ୱ ସମାଜ ଓ ସରକାରଙ୍କର। ଆମେ ମହିଳାଙ୍କ ବିରୋଧରେ ହିଂସା ଘଟାଉଥିବା ଅପରାଧୀଙ୍କ ପାଇଁ ଆଇନକୁ ସଶକ୍ତ କରିବା ସହ ନୂଆ କଠୋର ଆଇନ ପ୍ରଣୟନ କରିଛୁ।”

Advertisment

ଆଇନ କ୍ଷେତ୍ରରେ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ମଧ୍ୟ ମୋଦି ଆଲୋକପାତ କରିଛନ୍ତି। ପ୍ରଚଳିତ ଆଇନରେ ସଂଶୋଧନ ଓ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ବ୍ୟବସ୍ଥାକୁ ଅଧିକ ସୁଗମ କରାଯାଇଥିବା ମୋଦି କହିଛନ୍ତି।

ସେ କହିଛନ୍ତି, “ପୂର୍ବରୁ ଅଭିଯୋଗ ହେଉଥିଲା ଯେ ଏଫଆଇଆର ପଞ୍ଜୀକରଣ ହେଉନାହିଁ। ଆମେ ଭାରତୀୟ ନ୍ୟାୟ ସଂହିତା ଆଣିଛୁ ଓ ଅନେକ ସଂଶୋଧନ କରିଛୁ। ଯଦି କୌଣସି ମହିଳା ଅଭିଯୋଗ କରିବାକୁ ଥାନାକୁ ଯିବାକୁ ଚାହୁଁ ନାହାନ୍ତି, ତା’ହେଲେ ସେ ଇ- ଏଫଆଇଆର କରିପାରିବେ। ଇ-ଏଫଆଇଆରକୁ କେହି ବି ବଦଳାଇ ପାରିବେ ନାହିଁ।”

ବାହା ଘରେ ମହିଳାଙ୍କ ବିରୋଧରେ ଘଟୁଥିବା ହିଂସା ସମ୍ପର୍କରେ ମଧ୍ୟ ମୋଦି ମତ ରଖିଛନ୍ତି। ଏପରି ଘଟଣା ପାଇଁ ଭାରତୀୟ ନ୍ୟାୟ ସଂହିତାରେ ସ୍ୱତନ୍ତ୍ର ଭାବେ ସଂଶୋଧନ କରାଯାଇଛି। ମହିଳା ବିରୋଧୀ ଅପରାଧର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଗୁଡ଼ିକ ସହ କେନ୍ଦ୍ର ସରକାର ଦୃଢ଼ ଭାବେ ଛିଡ଼ା ହୋଇଥିବା ସେ କହିଛନ୍ତି।

PM Modi Kolkata Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe