Advertisment

ରେସଲରଙ୍କୁ ସମର୍ଥନ କରି ଦିଲ୍ଲୀ ଆସିବେ ହଜାର ହଜାର ଚାଷୀ, ଦେଶବ୍ୟାପି କରିବେ ଆନ୍ଦୋଳନ

ରେସଲରଙ୍କୁ ସମର୍ଥନ କରି ଖାପ ପଞ୍ଚାୟତ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ମହା ପଞ୍ଚାୟତ କରାଯିବ। ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ବିକ୍ଷୋଭ କରିବ ବୋଲି କହିଛି।

wrestlers

wrestlers

Advertisment

ଦୀର୍ଘଦିନ ହେଲା ଦିଲ୍ଲୀର ଯନ୍ତରମନ୍ତରରେ ଆନ୍ଦୋଳନ କରୁଥିବା ଦେଶର ଷ୍ଟାର ରେସଲରଙ୍କୁ ସମର୍ଥନ ଘୋଷଣା କରିଛନ୍ତି ହଜାର ହଜାର ଚାଷୀ। କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ ଆଣି ଦେଶ ପାଇଁ ପଦକ ଜିତିଥିବା ଅନେକ ରେସଲର ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି। ସେମାନଙ୍କ ମନୋବଳ ବୃଦ୍ଧି କରିବାକୁ ଆସନ୍ତାକାଲି ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଯନ୍ତରମନ୍ତରରେ ପହଞ୍ଚିବେ।

Advertisment

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ରେସଲରଙ୍କୁ ସମର୍ଥନ ଘୋଷଣା କରାଯାଇଛି। ମୋର୍ଚ୍ଚା ପକ୍ଷରୁ ରେସଲରଙ୍କ ସମର୍ଥନରେ ସମଗ୍ର ଦେଶରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯିବ। 

ରେସଲରଙ୍କୁ ସମର୍ଥନ କରି ଖାପ ପଞ୍ଚାୟତ ପକ୍ଷରୁ ଦିଲ୍ଲୀର ଯନ୍ତରମନ୍ତରରେ ମହା ପଞ୍ଚାୟତ କରାଯିବ। ଏହାପୂର୍ବରୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଆସନ୍ତାକାଲି ବିକ୍ଷୋଭ କରିବ ବୋଲି କହିଛି। ଏହି ସଂଗଠନ ତୁରନ୍ତ ବିଜେପି ସାଂସଦ ତଥା କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି।

Advertisment

ମେ’ ୭ ତାରିଖରେ ପଞ୍ଜାବ, ହରିଆଣା, ଦିଲ୍ଲୀ ଓ ପଶ୍ଚିମ ଉତ୍ତର ପ୍ରଦେଶରେ ରହୁଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ବରିଷ୍ଠ ନେତାମାନେ ହଜାର ହଜାର ଚାଷୀଙ୍କ ସହ ଯନ୍ତରମନ୍ତରରେ ପହଞ୍ଚିବେ। ସେମାନେ ଏଠାକୁ ଆସି ରେସଲରଙ୍କ ସମର୍ଥନ କରିବେ।

ବ୍ରିଜ ଭୂଷଣଙ୍କ ଗିରଫ ଦାବି କରି ମୋର୍ଚ୍ଚାର ଗୋଟିଏ ପ୍ରତିନିଧି ଦଳ ଦିଲ୍ଲୀ ପୁଲିସ୍‌ କମିଶନର, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେବେ।

ମେ’ ୧୧ରୁ ୧୮ ତାରିଖ ଯାଏ ଚାଷୀ ସଂଗଠନ ଗୁଡ଼ିକ ସମସ୍ତ ରାଜ୍ୟର ରାଜଧାନୀ ଓ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ମଧ୍ୟ କରିବେ।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe