Advertisment

ଅଟଳ ଟନେଲରେ ଫସିଲେ ଶହ ଶହ ପର୍ଯ୍ୟଟକ, ପ୍ରବଳ ଜାମ

ଅଟଳ ଟନେଲ ଓ ସୋଲାଙ୍ଗ ଘାଟି ମଧ୍ୟରେ ପ୍ରାୟ ୧୨୦୦ ଗାଡି ଫସି ରହିଛି।

Traffic Jam at Atal Tunnel

Traffic Jam at Atal Tunnel

Advertisment

ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଛି ତୁଷାରପାତ। ବରଫ ଚାଦର ତଳେ ଢ଼ାଙ୍କି ହୋଇଛି ପାହାଡ। ଏହାର ମଜା ନେବା ପାଇଁ ଶହ ଶହ ପର୍ଯ୍ୟଟକ ଛୁଟି ଆସୁଛନ୍ତି। ନୂଆବର୍ଷ ପାଳନ ପାଇଁ ମଧ୍ୟ ଏଠାରେ ଭିଡ଼ ଜମିଛି। ତେବେ ପ୍ରଶାସନ ପାଇଁ ଏହି ତୁଷାରପାତ ସମସ୍ୟା ସୃଷ୍ଟି କରିଛି। ବରଫ ପାତ ଯୋଗୁ ଶହଶହ ପର୍ଯ୍ୟଟକ ଅଟଳ ଟନେଲରେ ଫସି ରହିଛନ୍ତି। ଏହାରି ଭିତରେ ପ୍ରବଳ ଗାଡ଼ି ମଧ୍ୟ ଜାମ ଲାଗିଛି।

Advertisment

ଅଟଳ ଟନେଲ ଓ ସୋଲାଙ୍ଗ ଘାଟି ମଧ୍ୟରେ ପ୍ରାୟ ୧୨୦୦ ଗାଡି ଫସି ରହିଛି। ପର୍ଯ୍ୟଟକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପୁଲିସ ଓ ପ୍ରଶାସନ ଲାଗି ପଡିଛନ୍ତି। ସେପଟେ ଚୀନ୍‌ ଅଧିକୃତ ତିବ୍ଦତ ସୀମା ନିକଟସ୍ଥ ମଲିଙ୍ଗ ଡ୍ରେନ୍‌ରେ ୧୫୦ ପର୍ଯଟକ ଫସି ରହିଛନ୍ତି। ଲାହଲ୍ ସ୍ପିତିର କାଜା ବୁଲିବାକୁ ଯାଇଥିବା ପ୍ରାୟ ୧୫୦ ପର୍ଯ୍ୟଟକ ଲାହେଲ ସ୍ପିତି ସୀମାରେ ଅଟକି ଯାଇଥିଲେ ଯେତେବେଳେ ଉଭୟ ପାର୍ଶ୍ୱରେ ପର୍ବତ ଉପରେ ପ୍ରବଳ ତୁଷାରପାତ ହୋଇଥିଲା।

ହିମାଚଳ ପ୍ରଦେଶ ପୁଲିସ ସମସ୍ତ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ୟାଙ୍ଗଥାଙ୍ଗ, ନାକୋ ଏବଂ ଚାଙ୍ଗୋ ଗାଁରେ ଥିବା ଲୋକଙ୍କ ଘର ଏବଂ ହୋଟେଲରେ ସେମାନଙ୍କୁ ରଖାଯାଇଛି। ଉପତ୍ୟକାରେ ତୁଷାରପାତ ଲଗାତାର ଜାରି ରହିଛି।

Advertisment

ସେପଟେ ହିମାଚଳ ପ୍ରଦେଶରେ ଲଗାତର ବରଫପାତ ଯୋଗୁ ଯାତାୟତ ପାଇଁ ୧୩୪ଟି ରାସ୍ତା ବନ୍ଦ କରି ରହିଛି। ପାଗ ଭଲ ହେବା ପରେ ହିଁ ଏହି ରାସ୍ତାରେ ଯାତାୟାତ ଆରମ୍ଭ ହେବ। ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଅନୁଯାୟୀ, ଶିମଲା ଜିଲ୍ଲାରେ ସର୍ବାଧିକ ୭୭ଟି ରାସ୍ତା ବନ୍ଦ ରହିଛି। ଏଥିସହ ୬୫ ଟି ଟ୍ରାନ୍ସଫର୍ମର ବ୍ୟାହତ ହୋଇ ସାରା ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଛି। ବର୍ଷା ପରେ ହିମାଚଳର ଅନେକ ଅଞ୍ଚଳରେ ତୁଷାରପାତ ଜାରି ରହିଛି।

Himachal Pradesh Heavy Snow Fall
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe