Advertisment

ରାମ ମନ୍ଦିର କମ୍ପ୍ଲେକ୍ସକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ କଲ୍‌

ଧମକପୂର୍ଣ୍ଣ କଲଟି ରାମକୋଟ ଅଞ୍ଚଳରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା। ସେ ମୋବାଇଲରେ ଏପରି ଧମକପୂର୍ଣ୍ଣ କଲ୍‌ ପାଇବା ପରେ ତୁରନ୍ତ ପୁଲିସ୍‌କୁ ଅବଗତ କରାଇଥିଲେ।

ଅଦ୍ୟତନ ହୋଇଛି
Ram Temple

Ram Temple

Advertisment

ଉତ୍ତର ପ୍ରଦେଶର ଅଯୋଧ୍ୟରେ ଥିବା ରାମ ଜନ୍ମଭୂମି କମ୍ପ୍ଲେକ୍ସ ବା ରାମ ମନ୍ଦିର କମ୍ପ୍ଲେକ୍ସକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ମିଳିଛି ଧମକ। କେହି ଅଜଣା ଦୁର୍ବୃତ୍ତ ଅଯୋଧ୍ୟାରେ ରହୁଥିବା ରାମଲଲା ସଦନର ଜଣେ ଶିଷ୍ୟଙ୍କୁ ଫୋନ କରି ଏପରି ଧମକ ଦେଇଛି। ଏନେଇ ପୁଲିସ୍‌ ଅଭିଯୋଗ ପାଇବା ପରେ ଫୋନ କରି ଧମକ ଦେଇଥିବା ଦୁର୍ବୃତ୍ତକୁ ଖୋଜିବା ଆରମ୍ଭ କରିଛି।

Advertisment

ପୁଲିସ୍‌ କହିଛି ଯେ ଧମକପୂର୍ଣ୍ଣ କଲଟି ରାମକୋଟ ଅଞ୍ଚଳରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ପାଖକୁ ଆସିଥିଲା। ସେ ମୋବାଇଲରେ ଏପରି ଧମକପୂର୍ଣ୍ଣ କଲ୍‌ ପାଇବା ପରେ ତୁରନ୍ତ ପୁଲିସ୍‌କୁ ଅବଗତ କରାଇଥିଲେ। ଭବ୍ୟ ରାମ ମନ୍ଦିର ନିର୍ମାଣ ଚାଲିଥିବା ଅଞ୍ଚଳକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଫୋନ କରିଥିବା ଦୁର୍ବୃତ୍ତ ଧମକ ଦେଇଛି।

ମନୋଜଙ୍କ ଅଭିଯୋଗ ପରେ ପୁଲିସ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଆଲର୍ଟ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ କରାଯିବା ସହ ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ମଧ୍ୟ କରାଯାଉଛି।

Advertisment

ରାମଜନ୍ମ ଭୂମି ପୁଲିସ୍‌ ଷ୍ଟେସନର ଏସଏଚ୍‌ଓ ସଞ୍ଜୀବ କୁମାର ସିଂହ କହିଛନ୍ତି, ଗୁରୁବାର ଭୋର ୫ଟାରେ ଧମକପୂର୍ଣ୍ଣ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ଦିଲ୍ଲୀରୁ କହୁଥିବା ମନୋଜ କୁମାରଙ୍କୁ କହିଥିଲେ। ଦିନ ୧୦ଟା ସୁଦ୍ଧା ରାମ ଜନ୍ମଭୂମି କମ୍ପ୍ଲେକ୍ସ ଓ ଆଖପାଖ ଅଞ୍ଚଳକୁ ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି କଲର ଜଣକ ଧମକ ଦେଇଥିଲା। ଏହି ସୂଚନା ପରେ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି। ସେହିପରି ଗୋଟିଏ ମାମଲା ରୁଜୁ କରି ଫୋନ କରିଥିବା ବ୍ୟକ୍ତିର ସନ୍ଧାନ କରାଯାଉଥିବା ସେ କହିଛନ୍ତି।

Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe