Advertisment

ମୁଁ ଲସ୍କର୍‌ର ସିଇଓ କହୁଛି, RBIକୁ ମିଳିଲା ଧମକ

ଏହି ଫୋନ୍‌ କଲ୍ ଆସିବା ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ଆର୍‌ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ।

ଅଦ୍ୟତନ ହୋଇଛି
RBI

RBI

Advertisment

ଭାରତୀୟ ରିଜର୍ଭ ବ୍ୟାଙ୍କ ତଥା ଆର୍‌ବିଆଇକୁ ମିଳିଲା ଧମକ। ଆତଙ୍କବାଦୀ ସଙ୍ଗଠନ ଲସ୍କର ନାଁରେ ମୁମ୍ବାଇର ଆର୍‌ବିଆଇ ବ୍ୟାଙ୍କର କଷ୍ଟମର କେୟାରକୁ କେହି ଜଣେ ବ୍ୟକ୍ତି ଫୋନ୍‌ କରି ଧମକ ଦେଇଛନ୍ତି। ଏହାକୁ ନେଇ ଏବେ ଚାରିଆଡେ ଆତଙ୍କ ଖେଳି ଯାଇଛି। ଏହି ଧମକପୂର୍ଣ୍ଣ କଲ୍‌ ଆସିବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରିଛି।

Advertisment

ସୂଚନା ମୁତାବକ, ଶନିବାର ସକାଳ ୧୦ଟାରେ ଆର୍‌ବିଆଇର କଷ୍ଟମର କେୟାର ନମ୍ବରରେ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଜଣେ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସିଇଓ ବୋଲି ପରିଚୟ ଦେଇଥିଲେ। ଏହାପରେ ବ୍ୟଙ୍କର ପଛ ରାସ୍ତାକୁ ବନ୍ଦ କରିଦିଅ। ଇଲେକ୍ଟ୍ରିକ୍ କାର୍‌ ଖରାପ ହୋଇଯାଇଛି ବୋଲି କହି ଉକ୍ତ ବ୍ୟକ୍ତି ଜଣକ ନିଜ ଧମକରେ କହିଥିଲେ।

ଏହି ଫୋନ୍‌ କଲ୍ ଆସିବା ପରେ ଆର୍‌ବିଆଇ ଅଧିକାରୀ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ମୁମ୍ବାଇରା ରମାବାଇ ପୁଲିସ ଷ୍ଟେସନରେ ଏନେଇ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ତଥା ତା' ପାଖରେ ପହଞ୍ଚିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। କେହି ଜଣେ ଦୁର୍ବୃତ୍ତ ହଇରାଣ କରିବା ପାଇଁ ଫେକ୍ କଲ୍‌ କରିଥାଇପାରନ୍ତି ବୋଲି ପୁଲସ ସନ୍ଦେହ କରୁଛି।

Advertisment

ଏହାପୂର୍ବରୁ ମୁମ୍ବାଇ ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଥିଲା। ମୁମ୍ବାଇ ଡୋମେଷ୍ଟିକ୍ ଏୟାରପୋର୍ଟ (T1) ରେ ଥିବା ସିଏସ୍ଏଫ୍ କଣ୍ଟ୍ରୋଲ୍ ରୁମ୍କୁ ବୁଧବାର ଅପରାହ୍ନରେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା କଲ୍‌ରେ କୁହାଯାଇଥିଲା। ଏହାକୁ ନେଇ ବିମାନବନ୍ଦରରେ ଆତଙ୍କ ଖେଳି ଯାଇଥିଲା। ସିଏସ୍ଏଫ୍ ଟିମ୍ ତୁରନ୍ତ ଏହି ମାମଲାକୁ ଗୁରୁତର ସହ ନେଇ ସାହାର ପୁଲିସ ଷ୍ଟେସନକୁ ସତର୍କ କରାଇଥିଲା। ଏହା ପରେ ବିମାନବନ୍ଦରରେ ପୁଲିସ ଫୋର୍ସ ନିୟୋଜିତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।

Mumbai Police Lashkar-e-Taiba Terrorist Threat Call To RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe