Advertisment

ବୋମା ପକାଇ ବିମାନ ବନ୍ଦରକୁ ଉଡାଇବାକୁ ଧମକ, ସୁରକ୍ଷା କଡ଼ାକଡ଼ି

ଇ-ମେଲ୍‌ ଜରିଆରେ ଏପରି ଧମକି ମିଳିବା ପରେ ଛାନିଆ ହୋଇ ଯାଇଛନ୍ତି ଏୟାରପୋର୍ଟ କର୍ତ୍ତୃପକ୍ଷ । ଖବର ପାଇ ପୁଲିସ୍‌ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

Airport

Airport

Advertisment

ବୋମା ପକାଇ ବିମାନ ବନ୍ଦରକୁ ଉଡାଇବାକୁ ମିଳିଲା ଧମକ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳସ୍ଥିତ ରାଜା ଭୋଜ ଏୟାରପୋର୍ଟକୁ ବୋମା ପକାଇ ଉଡ଼ାଇ ଦେବାକୁ ମିଳିଛି ଧମକି। ଇ-ମେଲ୍‌ ଜରିଆରେ ଏପରି ଧମକି ମିଳିବା ପରେ ଛାନିଆ ହୋଇ ଯାଇଛନ୍ତି ଏୟାରପୋର୍ଟ କର୍ତ୍ତୃପକ୍ଷ ।

Advertisment

ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରୁ ସୂଚନା ପାଇବା ପରେ ତୁରନ୍ତ ଗାନ୍ଧୀନଗର ଥାନା ପୁଲିସ୍‌ ପହଞ୍ଚି ତନ ତନ କରି ଯାଞ୍ଚ ଆରମ୍ଭ କରିଛି।  ଏୟାରପୋର୍ଟର କୋଣ, କୋଣ ସହ ଛିଡ଼ା ହୋଇଥିବା ପ୍ଲେନ୍‌ଗୁଡ଼ିକୁ ବି ଯାଞ୍ଚ କରାଯାଇଥିବା ଜଣାଯାଇଛି। ମାତ୍ର ସେପରି କିଛି ସନ୍ଦିଗ୍ଧ ଜିନିଷ ମିଳି ନ ଥିବା ବେଳେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। 

ଭୋପାଳର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି, ଭୋପାଳ ଏୟାରପୋର୍ଟ ଅଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। ଏପରି ଧମକପୂର୍ଣ୍ଣ ଇ-ମେଲ୍‌ ପଠାଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ଖାନତଲାସୀ ଆରମ୍ଭ ହୋଇ ଯାଇଛି।

Advertisment

ଏହି ଧମକ ମିଳିବା ପରେ ମହାରାଷ୍ଟ୍ର ନାଗପୁରସ୍ଥିତ ଏୟାରପୋର୍ଟରେ ବି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ପ୍ରତିକାର ବ୍ୟବସ୍ଥା ସ୍ୱରୂପ ସୁରକ୍ଷାକୁ ବଢ଼ାଇ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଦେଶର ଅନ୍ୟ କିଛି ଏୟାରପୋର୍ଟକୁ ବି ବୋମା ପକାଇ ଉଡ଼ାଇ ଦିଆଯିବ ବୋଲି ଉକ୍ତ ଇ-ମେଲ୍‌ ଯୋଗେ ଧମକ ଦିଆଯାଇଥିବା ଜଣାଯାଇଛି।

Madhya Pradesh Bomb Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe