Advertisment

କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇ-ମେଲ୍‌ ଜରିଆରେ କେହି ଜଣେ ଦୁର୍ବୃତ୍ତ ଏହି ଧମକ ଦେଇଥିବା ସୂଚନା ମିଳିଛି।

author-image
Madhupriya Mistry
Ministry of Home Affairs

Ministry of Home Affairs

ସ୍କୁଲ, ହସ୍ପିଟାଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପାଳି। କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଲ୍ଡିଂକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। ଇମେଲ୍‌ ଜରିଆରେ କେହି ଜଣେ ଦୁର୍ବୃତ୍ତ ଏହି ଧମକପୂର୍ଣ୍ଣ ମେଲ୍‌ ପଠାଇଛନ୍ତି। ଫଳରେ ଅକତଙ୍କ ଖେଳି ଯାଇଛି। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି।

Advertisment

ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି। ପୁଲିସ ସୂଚନା ମୁତାବକ, ବୁଧବାର ମଧ୍ୟାହ୍ଣ ୩ଟାରେ ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା। ଏଥିରେ ଗୃହ ମନ୍ତ୍ରାଳୟକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍‌ ସ୍କ୍ୱାଡ୍‌ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରିଥିଲେ।

ଜଣେ ପୁଲିର ଜଣେ ବରିଷ୍ଠ ଅଫିସରଙ୍କ ପାଖକୁ ଏହି ଇ-ମେଲ୍‌ ଆସିଥିଲା। ତେବେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା। ଏହାପରେ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଫେକ୍‌ ଥିବା କହିଥିଲା ପୁଲିସ।

Advertisment

ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ଚଳିତ ବର୍ଷ ମେ’ ୧ରେ ଦିଲ୍ଲୀ-ଏନ୍‌ସିଆରର ୧୫୦ରୁ ଅଧିକ ସ୍କୁଲକୁ ଇ-ମେଲ୍‌ ଜରିଆରେ ବୋମାମାଡ଼ ଧମକ ଆସିଥିଲା। ଏହା ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ଏହାର କିଛି ଦିନ ପରେ, ଡାକ୍ତରଖାନାଗୁଡ଼ିକୁ ମଧ୍ୟ ମେଲ୍‌ ଜରିଆରେ ସମାନ ଧମକ ଆସିଥିଲା। ତେବେ ଆଇପି ଆଡ୍ରାସ୍‌ରୁ ବିଦେଶରୁ ଏହି ଧମକପୂର୍ଣ୍ଣ ମେଲ୍‌ ପଠା ଯାଇଥିବା ନେଇ ସୂଚନା ମିଳିଥିଲା। 

Bomb Threat